ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଇଁଫୁଲିଆନାଳର ଉନ୍ନତିକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

କଇଁଫୁଲିଆନାଳର ଉନ୍ନତିକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ଆସିକା,୧୭/୫/୨୬ (ଶିବ ଶଙ୍କର ମିଶ୍ର ) ଜଳ ସମ୍ପଦ ବିଭାଗ ଓଡିଶା ସରକାର ପକ୍ଷରୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବରଗାଁ ସ୍ଥିତ କଇଁଫୁଲିଆନାଳର ଉନ୍ନତିକରଣ ପାଇଁ ଶୁଭ ଭିଭିପ୍ରସ୍ତର ସ୍ଥାପନ କଲେ ବିଧାୟକ ସରୋଜ କୁମାର ପାଢ଼ୀ । ଆସିକା ପୌରାଞ୍ଚଳ ର ଅଂଚଳ ବାସୀ ଏବଂ ଶିଶୁ ମାନଙ୍କ ଆମୋଦ ପ୍ରମୋଦ ସକାଶେ ଏଠାରେ ବୋଟିଙ୍ଗ ବ୍ୟବସ୍ଥା, ସୁନ୍ଦର ଆଲୋକୀକରଣ, ସକାଳ ଓ ସନ୍ଧ୍ୟା ରେ ଭ୍ରମଣ ପାଇଁ ସୁନ୍ଦର ଚଲା ରାସ୍ତାନିର୍ମାଣ କରିବା ସକାଶେ ପ୍ରାୟ ୬୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସମେତ କ୍ଷୁଦ୍ର ଜଳ ସେଚନ ବିଭାଜନ, ଭଞ୍ଜନଗର ର ସହକାରୀ ଯନ୍ତ୍ରୀ ଇ. ସନ୍ତୋଷ କୁମାର ଆରୁଖ, ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ, କ୍ଷୁଦ୍ର ଜଳ ସେଚନ ବିଭାଜନ ର କନିଷ୍ଠ ଯନ୍ତ୍ରୀ ଇ. ନୃସିଂହ ପ୍ରସାଦ ସାମନ୍ତରାୟ, ବିଧାୟକ ଙ୍କ ପୁତ୍ର ସଙ୍ଗୀତ ପାଢ଼ୀ ଓ ସନ୍ଦୀପ ପାଢ଼ୀ, ଅନିଲ କୁମାର ସ୍ୱାଇଁ, ଆଇନଜୀବୀ ଶିବ ରାମ ପ୍ରଧାନ, ମନୋଜ ନାୟକ,ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା,ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ମନୋଜ ପରିଡା, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି ଭିକି ପାତ୍ର, ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

 

Related posts

ଅପରେସନ ସିନ୍ଦୂରର ସଫଳତାରେ ଭାରତ ର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ

masiha

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

Sunil Chandra Nayak

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ 

masiha

Leave a Comment

error: Content is protected !!