ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ସ୍ମୃତିରେ ପଦ୍ମଶ୍ରୀ ରଜତ କୁମାର କର

ସ୍ମୃତିରେ ପଦ୍ମଶ୍ରୀ ରଜତ କୁମାର କର

ଭଞ୍ଜ ସାହିତ୍ୟ ଏ ମାଟି ଉତ୍କଳ ମାଟି

       ଝୁରୁଛି ତୁମ ପାଇଁ ଆଜି

ନୀରବ ନିଶବ୍ଧ ଯେଆଜି ହେଲ ତୁମ୍ଭେ 

       ଚିର ନିଦ୍ରାଏଁ ଗଲ ସାଜି ll

 

ଥିଲ ତୁମେ ଉଦଘୋଷକ ପ୍ରଚାରକ

      ଏ ଜଗନ୍ନାଥ ସଂସ୍କୃତିର

ସଭିଏଁ ଯେ ଆଜି ହେଲେଣି ଆତ୍ମହରା

       ଅପେକ୍ଷା ତୁମ୍ଭେ ଆସିବାର ll

 

ଦୁନିଆ କାନ୍ଦୁଛି ଆଜି ମୁଁ ଭି କାନ୍ଦୁଛି

     ତୁମ୍ଭଙ୍କୁ ହରାଇଛି ଆଜି

ଶୟନ ସପନେ ଏ ଅବା ଜାଗରଣେ

     ସତେ ପାଇବି ଆଉ ଖୋଜି ll

 

ଭଞ୍ଜସାହିତ୍ୟ ଅବା ବାଦୀପାଲା ମଞ୍ଚ

      ଥିଲ ଯେ ତୁମେ ଗବେଷକ

ଏ ସାହିତ୍ୟ ସାଂସ୍କୃତିକ ଅଧୁରା ଆଜି

      ତୁମ ବିନା କାହିଁ କେତେକ ll

 

ତୁମ୍ଭରି ଏ ଆତ୍ମାର ସଦଗତି ହେଉ

      ଏତିକି ପ୍ରାର୍ଥନା ଆମର 

ଶ୍ରଦ୍ଧାଞ୍ଜଳି ଆଜି ସାହିତ୍ୟ ଜଗତର

      ନିଶ୍ଚେ ହେବ ତୁମ୍ଭେ ଅମର ll

 

ତ୍ରିନାଥ ପଟ୍ଟନାୟକ

    ( ଅଧ୍ୟାପକ ତଥା କବି)

  ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର

 ପୋ:ଜିଲ୍ଲା- କୋରାପୁଟ

 

Related posts

ଚିଲିଗୁଡା ରେ ଜଳ ସଂଙ୍କଟ ସୁଖିଗଲାଣି ବନ୍ଧ ଗାଧୋଇବାକୁ ଯାଉଛନ୍ତି ୧ କିମି ଦୂର

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଆଜି ଆମ ଵିଵାହ ବାର୍ଷିକୀ

Sunil Chandra Nayak

ଭାରତ ସରକାରଙ୍କ “ହର ଘର ତ୍ରିରଙ୍ଗା” ଅଭିଯାନ କୁ ସଫଳ କରିବାକୁ ଅଣ୍ଟା ଭିଡିଛି ଜଗତସିଂହପୁର ଜିଲ୍ଲାରେ ଥିବା ପ୍ରଧାନ ଡାକଘର ସମେତ ସମସ୍ତ ଡାକଘର

Sunil Chandra Nayak

Leave a Comment

error: Content is protected !!