ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁଳା ପଡିଛି ଖୋଲା ଡ୍ରେନ ବିପଦ ପୁର୍ଣ ଆଶଙ୍କା ରେ ମଢିସାହି ବାସିନ୍ଦା 

ମୁକୁଳା ପଡିଛି ଖୋଲା ଡ୍ରେନ ବିପଦ ପୁର୍ଣ ଆଶଙ୍କା ରେ ମଢିସାହି ବାସିନ୍ଦା 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୨ ନମ୍ବର ୱାର୍ଡ ରେ ଦେଖିବାକୁ ମିଳୁଛି ଏକ ଦୁର୍ଭାଗ୍ୟ ଜନକ ପରିସ୍ଥିତି l ସାହି ଭିତର ମୁଖ୍ୟ ରାସ୍ତା ଯାହାକି ବଜାର କୁ ସଂଯୋଗ କରୁଛି ସହ ସହ ଲୋକ ଏହି ରାସ୍ତାରେ ଯିବା ଆସିବା କରନ୍ତି l ଅନେକ ସମୟରେ ଦେଖିବାକୁ ମିଳୁଛି ମୁକୁଳା ପଡ଼ିଥିବା ଖୋଲା ଡ୍ରେନ ରେ ଗାଈ, ଗୋରୁ ଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଖୋଲା ଡ୍ରେନ ରେ ପଡି ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଠି କହିବାକୁ ଗଲେ ଠିକାଦାର ଡ୍ରେନ ଉପରେ ସ୍ଲାପ ନପକାଇ ଠିକାଦାର ମାଲାମାଲ ସାଧାରଣ ଜନତା ବେହାଲ l ବିଭାଗୀୟ କର୍ତ୍ତୃପକ୍ଷ ଏପରି ଦୁର୍ନୀତି କୁ କିପରି ପ୍ରଶୟ ଦେଉଛନ୍ତି ଓ କିପରି ତାଙ୍କର ଦୃଷ୍ଟି ଗୋଚର ହେଉନାହିଁ ଏହା ବଡ଼ ଦୁର୍ଭାଗ୍ୟ ଜନକ କଥା l ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କିପରି ତଦନ୍ତ ହେଉଛି ଓ ଲଗାମ ଛଡା ଠିକାଦାର ଙ୍କୁ ବିଭାଗୀୟ ଯନ୍ତ୍ରୀ କେବେ ଲଗାମ ଲଗାଉଛନ୍ତି ତାହା ସାଧାରଣ ଜନତା ଚାହିଁ ରହିଛନ୍ତି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

masiha

ବ୍ଲକ ସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ମେଳା ନେଇ ପ୍ରସ୍ତୁତି ବୈଠକ 

masiha

ବଡି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ

masiha

Leave a Comment

error: Content is protected !!