ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଠିକାଦାରଙ୍କ ଠାରୁ ଚାନ୍ଦା ଅସୁଲି ଅଭିଯୋଗ ରେ  ବନ୍ଧୁକଧାରୀ ଗିରଫ 

ଗୋଳାମୁଣ୍ଡା ତା ୧୩/୫ ମସିହାନ୍ୟୁଜ  କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଞ୍ଚଳରେ ଥିବା ପିତାଗୁଡାର ଜୈନିକ ବ୍ୟକ୍ତି ଠିକାଦାରଙ୍କୁ ଧମକ ଚମକ ଦେଇ ଚାନ୍ଦା ଅସୁଲି ଅଭିଯୋଗ l ପୋଲିସ୍ କବଜାରେ ଯୁବକ ,ନକଲି ମାଓବାଦୀ ଭାବରେ ବନ୍ଧୁକ ଦେଖାଇ ଜଣେ ଠିକାଦାରକୁ ଦାଦା ବଟି ଆଦାୟ ଅଭିଯୋଗ ଦ୍ଵାରା ଗିରଫ । ଗିରଫ ଯୁବକ ଜଣକ ହେଲେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଞ୍ଚଳରେ ଥିବା ପିତାଗୁଡା ଗ୍ରାମର ସୁବାଷ ମାଝୀ (୩୪) । ଯୁବକ ଠାରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ଗୋଲାମୁଣ୍ଡା ଓ ଦଶପୁର ପୋଲିସ । ପ୍ରକାଶ ଥାଉକି ମାଓ ପ୍ରବଣ ଅଞ୍ଚଳ ପିତା ଗୁଡା ଗ୍ରାମରେ ଗୋଟିଏ ବ୍ରିଜି ତିଆରି ହେଉଛି, ଉକ୍ତ ବ୍ରିଜି ଠିକାଦାର ହେଉଛି ଫରଙ୍ଗ ଗ୍ରାମର ମୋହନ ପଧାନ l ଉକ୍ତ ଠିକାଦାରଙ୍କୁ ଦେଶୀ ବନ୍ଧୁକ ଦେଖାଇ ସୁବାଷ ମାଝୀ ଦାଦାବଟି ମାଗିବା ଓ ନଦେଲେ ମାଓ ବାଦୀଙ୍କୁ ଖବର ଜଣାଇବି ବୋଲି ଧମକ ଚମକ କହିବାରୁ ଠିକାଦାର ମୋହନ ପଧାନ ଭୟରେ ଦଶପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଏବଂ ପୋଲିସ ଦଳବଳ ସହ ଯାଇ ସୁବାଷ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛନ୍ତି,ଗୋଳାମୁଣ୍ଡା ଥାନା ଏତଲା ଅନୁସାରେ କେଶନମ୍ବର/86-ତା,12,5,22/ଦଫା,294,385,506,IPC, ଦଫା,25/27,Arms act,ଦ୍ବାରା କୋର୍ଟ ଚାଲାଣ ହୋଇଛି, ପୂର୍ବରୁ ଏହି ଅଞ୍ଚଳରେ ଅନେକ ମାଓକାର୍ଯ୍ୟକ।ପ ଦେଖିବାକୁ ମିଳିଥିଲା ସେଥିପାଇଁ ବ୍ୟକ୍ତି ଜଣକ ସେଭଳି ଧମକ ଦେଇଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଚର୍ଚ୍ଚା ହେଉଛି,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି

Related posts

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା ସହ ଭଷାଣି ଯାତ୍ରା ସମାପନ

Sunil Chandra Nayak

କଲ୍ୟାଣୀ କଳା କେନ୍ଦ୍ରର ଆଇ କାନ ଡ୍ୟାନ୍ସ ଅନୁଷ୍ଠିତ

Sunil Chandra Nayak

ଚାଷୀଙ୍କ ପାଇଁ ବିଧାନସଭାରେ ଗର୍ଜିଲେ ଅଧିରାଜ

Sunil Chandra Nayak

Leave a Comment

error: Content is protected !!