ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାମ୍ବାଦିକଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ପୋଷ୍ଟ; ଗୋଲାମୁଣ୍ଡା ଥାନାରେ ଏତଲା

ସାମ୍ବାଦିକଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ପୋଷ୍ଟ; ଗୋଲାମୁଣ୍ଡା ଥାନାରେ ଏତଲା

ଧର୍ମଗଡ଼,୨୩।୫: ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚୋରି ଭଳି ଅପରାଧିକ କାର୍ଯ୍ୟ ସହ ଜଡ଼ିତ ଥିବା ନେଇ ସୋସିଆଲ ମିଡିଆରେ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଏଭଳି ଅପପ୍ରଚାର ଓ ମାନହାନୀକର ମନ୍ତବ୍ୟ ବିରୁଦ୍ଧରେ ଗୋଲାମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଦଶପୁର ଗ୍ରାମର ଅନ୍ତର୍ଯ୍ୟାମୀ ସରାଫ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଗୋଲାମୁଣ୍ଡା ବ୍ଲକର ସାମ୍ବାଦିକମାନଙ୍କ ବିରୁଦ୍ଧରେ ସୋସିଆଲ ମେଡିଆରେ କଟୁ ମନ୍ତବ୍ୟ ଦେଇ ଆସୁଥିଲେ। ସେ ସାମ୍ବାଦିକମାନଙ୍କ ସମ୍ମାନ ହାନି ହେବା ଭଳି ବିଭିନ୍ନ ବିବାଦୀୟ ପୋଷ୍ଟ କରୁଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଚୋରକୁ ଗୋଲାମୁଣ୍ଡା ବ୍ଲକର ସାମ୍ବାଦିକମାନେ ସାହାଯ୍ୟ କରୁଛନ୍ତି’ ବୋଲି ଏକ ସଙ୍ଗୀନ ତଥା କଟୁ ମନ୍ତବ୍ୟ ଦେଇଥିଲେ।ଏହି ଘଟଣାକୁ ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବା ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଗୋଲାମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଥାନାର ଦ୍ୱାରସ୍ଥ ହୋଇଛି। ଏହି ଏତଲା ପ୍ରଦାନ ସମୟରେ ସାମ୍ବାଦିକ ରବୀନ୍ଦ୍ର ରାଉତ,ପ୍ରିୟକୃଷ୍ଣ ପଟେଲ, ବ୍ରହ୍ମା ପ୍ରସାଦ କାଣ୍ଡ, ଈଶ୍ୱର ପୁଟେଲ, ଖୀରସିନ୍ଧୁ ପଟେଲଙ୍କ ସମେତ ବ୍ଲକର ବହୁ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ପୁଲିସ ଏହି ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଜମିଜମା ବିବାଦ କୁ ନେଇ ଗଣ୍ଡଗୋଳ ,ସାନ ଭାଇ ଓ ପୁତୁରାର ମାଡ଼ ରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ

Sunil Chandra Nayak

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ ,ଦୁଇ ଶିକ୍ଷକ ସମେତ ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!