ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର 

ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର 

ଆସିକା ,୨୬/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ସଭା ଗୃହ ରେ ଦୁଇ ଦିନ ଧରି ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏ ଇ ଆର ଓ ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ଇ ଆର ଓ ତଥା ଅତିରିକ୍ତ ବି ଡି ଓ ଭବାନୀ ଶଙ୍କର ପ୍ରଧାନ,କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ 134 ଜଣ ସୁପରଭାଇଯର ଓ ବି ଏଲ ଓ ଙ୍କୁ ଆସନ୍ତା 30 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ଏସ ଆଇ ଆର ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବି ଏଲ ଓ ମାନେ ପ୍ରତ୍ୟେକ ଗୃହ ପରିଦର୍ଶନ କରି ଭୋଟର ଗଣନା କରିବେ ସେଥିପାଇଁ ତାଲିମ ପ୍ରଦାନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଗ୍ୟ ନିର୍ବାଚକ ଙ୍କ ନାମକୁ ଭୋଟର ତାଲିକାରେ ସମ୍ମିଳିତ କରିବା ସହିତ ଅଯୋଗ୍ୟ ଓ ଦ୍ୱିତୀୟ ପଞ୍ଜୀକରଣ କୁ କିପରି ରୋକାଯାଇ ପାରିବ।

Related posts

୫ଟି ସ୍କୁଲ ରେ ନିମ୍ନ ମାନର ଉପକରଣ ଅଭିଯୋଗ କଲା ପରିଚାଳନା କମିଟି 

ଆର କେ ଜୁନିୟର କଲେଜରେ ମତଦାତା କର୍ମଶାଳା

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନାଗସାପ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!