ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଶ୍ଳୋକରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍)- ୨୦୨୬ , ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ଲାଗି ପ୍ରଶିକ୍ଷଣ

ରାଇରଙ୍ଗପୁର ଶ୍ଳୋକରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍)- ୨୦୨୬ , ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ଲାଗି ପ୍ରଶିକ୍ଷଣ

ରାଇରଙ୍ଗପୁର ତା ୨୭-/୦୫ —  ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶାନୁସାରେ ସ୍ବତନ୍ତ୍ର ସଘନ ସଂଶୋଧନ ( ଏସ. ଆଇ. ଆର.)- ୨୦୨୬ କାର୍ଯ୍ୟକ୍ରମକୁ ସଫଳ ଓ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ଦିନ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଵିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବୁଥ ଲେଭେଲ ଅଫିସର ( ବିଏଲଓ) ଏଵଂବିଏଲଓ ସୁପରଭାଇଜରମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ ଏବଂ ରାଇରଙ୍ଗପୁର ତହସିଲଦାର ଭବାନୀ ଶଙ୍କର ସାହୁ ଯୋଗ ଦେଇ ବିଏଲଓ ଏବଂ ଵିଏଲଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦେବା ସହ କହିଥିଲେ ନିର୍ବାଚନ ପ୍ରକ୍ରୀୟାରେ ସ୍ବଚ୍ଛତା,ନିର୍ଭୁଲତା,ଏବଂ ଦାୟିତ୍ବହୀନତା ବଜାୟ ରଖିବା ପାଇଁ କ୍ଷତ୍ରୀୟ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ ।

ଏହି ଏସ ଆଇ ଆର୍ ପ୍ରକ୍ରିୟାରେ କ୍ଷେତ୍ର ସ୍ତରୀୟ କର୍ମଚାରୀ ତଥା ଵିଏଲଓ ଏବଂ ଵିଏଲଓ ସୁପରଭାଇଜର ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱବୋଧ ରହୁଥିବାରୁ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ଏବଂ ନିର୍ଦ୍ଦେଶାବଳି ଅନୁସାରେ ସଠିକ ସମୟସୀମା ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ପ୍ରଶିକ୍ଷଣରେ ଵିଏଲଓ ଏବଂ ବିଏଲଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ଯେ ଘରକୁ ଘର ‌ଯାଇ ସର୍ବେକ୍ଷଣ ପ୍ରକ୍ରୀୟା, ମତଦାତା ତାଲିକାକୁ ନିର୍ଭୁଲ, ସ୍ବତଃ, ଏବଂ ଅପଡେଟ ରଖିବା ସହିତ ଯୋଗ୍ୟ ମତଦାତା ଙ୍କ ନାମ ସଠିକ ଭାବେ ଅନ୍ତର୍ଭୁକ୍ତ କରିବା, ନୂତନ ମତଦାତା ଙ୍କ ନାମ ସଂଯୋଜନ, ମୃତ ଓ ସ୍ଥାନାନ୍ତରିତ ମତଦାତାଙ୍କ ନାମ ବିଲୋପ, ତଥ୍ୟ ସଂଶୋଧନ, ଫର୍ମ ପୂରଣ ଏବଂ ଅନଲାଇନ୍ ଓ ଅଫଲାଇନ ଆବେଦନ ପ୍ରକ୍ରୀୟା ସମ୍ପର୍କରେ ସଵିସ୍ତାର ଭାବେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ବ ଵିଏଲଓ ଓ ବିଏଲଓ ସୁପରଭାଇଜର ପ୍ରଶିକ୍ଷଣ ନେଇଥିଲେ । ବିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ସମସ୍ତଙ୍କୁ କହିଥିଲେ ଘରୋଇ ସଂଶୋଧନ ସମୟରେ ସମସ୍ତେ ପରିଚୟ କାର୍ଡ ଧରି ମତଦାତା ଙ୍କ ମଧ୍ୟରେ ଆସ୍ଥା ଓ ପାରଦର୍ଶିତା ସୃଷ୍ଟି କରିବାକୁ ଚେଷ୍ଟା କରିବେ ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉପଯୁକ୍ତ ପରିମାଣରେ ପାନୀୟ ଜଳ,ଓଆରଏସ,ଏବଂ ସାଙ୍ଗକୁ ଛତା ରଖିବା ସହ ପୂର୍ବାହ୍ନ ୬ ଠାରୁ ୧୧ ଟା ଓ ଅପରାହ୍ନ ୪ ଠାରୁ ସଂନ୍ଧ୍ଯା ୭ ଟା ମଧ୍ୟରେ ଏସଆଇଆର ଉଦ୍ଦିଷ୍ଟ କାର୍ଯ୍ୟକୁ ସମ୍ପାଦନା କରିବେ ।ତଦସହ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବେ । 

ଏହି କାର୍ଯ୍ୟକ୍ରମରେ ଏବିଡିଓ ସୁରାଇ ମାରାଣ୍ଡି, ଆସିଷ୍ଟାଣ୍ଟ ଇଞ୍ଜିନିଅର ଅଂଶୁମାନ ସାମଲ, ବ୍କକ ଗ୍ରାମ ପଞ୍ଚାୟତ ଅଧିକାରୀ ଅନିଲ ମହାନ୍ତ,ନୋଡାଲ ଅଫିସର କନିଷ୍ଠ ଯନ୍ତ୍ରୀ ଇଂ ପ୍ରଶାନ୍ତ ଦାସ,ଇଂ ରାମ ମାଂଝୀ,ଇଂ ଅନିତାରାଣୀ ମାଝୀ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ ଆଲୋଚନାଚକ୍ର 

Sunil Chandra Nayak

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ ପଥପ୍ରାନ୍ତ ସଭା

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

Leave a Comment

error: Content is protected !!