ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକରେ ଯନ୍ତ୍ରୀ ସଙ୍କଟ ,୩୪ଟି ପଞ୍ଚାୟତକୁ ୪ଯନ୍ତ୍ରୀ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ, 

ଜୁନାଗଡ଼ ବ୍ଲକରେ ଯନ୍ତ୍ରୀ ସଙ୍କଟ ,୩୪ଟି ପଞ୍ଚାୟତକୁ ୪ଯନ୍ତ୍ରୀ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ, 

(ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର)

ଜୁନାଗଡ଼ ୨୮/୦୫(ମନୀସ ):କଳାହାଣ୍ଡି ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବ୍ଲକ ଜୁନାଗଡ ବ୍ଲକ l ଏହି ବ୍ଲକ ରେ ଦେଖାଦେଇଛି ଗୁରୁତର ଇଞ୍ଜିନିୟରିଂ କର୍ମଚାରୀ ବା ଯନ୍ତ୍ରୀ ଙ୍କ ସଙ୍କଟ। ଏହି ବ୍ଲକରେ ବହୁ ସଂଖ୍ୟକ କନିଷ୍ଠ ଯନ୍ତ୍ରୀ (ଯେଇ ) ଏବଂ ସହକାରୀ ଯନ୍ତ୍ରୀ (ଏଇ ) ପଦବୀ ଖାଲି ପଡ଼ିଥିବାରୁ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଏବଂ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ସରକାରୀ ପତ୍ର ମାଧ୍ୟମରେ ତୁରନ୍ତ ଖାଲି ଥିବା ଯାନ୍ତ୍ରି ପଦ ପୁରୁଣ ଅନୁରୋଧ କରିଛନ୍ତି।

 ଜୁନାଗଡ ବ୍ଲକ ରେ ମାତ୍ର ୪ ଜଣ ଯନ୍ତ୍ରୀଙ୍କ ଭରସାରେ ୩୪ଟି ପଞ୍ଚାୟତ ଚାଲିଛି ଯାହା ବହୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେଉଛି l ମିଳିଥିବା ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ ପାଇଁ ମୋଟ୍ ୧୧ ଜଣ କନିଷ୍ଠ ଯନ୍ତ୍ରୀ (ଯେଇ ) ଏବଂ ୬ ଜଣ ସହକାରୀ ଯନ୍ତ୍ରୀ (ଏଇ ) ପଦବୀ ମଞ୍ଜୁର ହୋଇଛି। ହେଲେ ବର୍ତ୍ତମାନ ଏଠାରେ ମାତ୍ର ୩ ଜଣ କନିଷ୍ଠ ଯନ୍ତ୍ରୀ ଏବଂ ଜଣେ ମାତ୍ର ସହକାରୀ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି। ୩୪ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ଏହି ବିଶାଳ ଭୌଗଳିକ ଅଞ୍ଚଳରେ ମାତ୍ର ୪ ଜଣ ଯନ୍ତ୍ରୀଙ୍କୁ ନେଇ ବିକାଶମୂଳକ କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି ବୋଲି ବିଧାୟକ ନିଜ ଚିଠିରେ ଦର୍ଶାଇଛନ୍ତି।

ବିଧାୟକ୍ ନିଜ ଚିଠି ରେ ଉଲ୍ଲେଖ କରିଛନ୍ତି ଯେ ଅନ୍ୟ ବ୍ଲକକୁ ଯାନ୍ତ୍ରି ଙ୍କ ଡେପୁଟେସନ ଯୋଗୁଁ ବଢିଛି ସମସ୍ୟା l ଜୁନାଗଡ଼ ବ୍ଲକର ନିଜସ୍ୱ ସମସ୍ୟା ଥାଉ ଥାଉ, ଏଠାକାର ୩ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଧର୍ମଗଡ଼, କେସିଙ୍ଗା ଏବଂ ଲାଞ୍ଜିଗଡ଼ ବ୍ଲକକୁ ଡେପୁଟେସନ (ଅସ୍ଥାୟୀ ବଦଳି) ରେ ପଠାଯାଇଛି। ବିଶେଷ କରି ସହକାରୀ ଯନ୍ତ୍ରୀ ଶ୍ରୀ କରୁଣାକର ମୁର୍ମୁଙ୍କୁ ଧର୍ମଗଡ଼ ବ୍ଲକକୁ ଡେପୁଟେସନରେ ପଠାଯାଇଛି l 

 ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜିଲ୍ଲାପାଳଙ୍କ ନିକଟରେ ନିଜ ଚିଠି ରେ ଶ୍ରୀ କରୁଣାକର ମୁର୍ମୁଙ୍କ ସହ ଅନ୍ୟ ୨ ଜଣ ସହକାରୀ ଯନ୍ତ୍ରୀ ଏବଂ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଡେପୁଟେସନକୁ ତୁରନ୍ତ ବାତିଲ କରି ସେମାନଙ୍କୁ ନିଜ ମୂଳ କର୍ମକ୍ଷେତ୍ର ଜୁନାଗଡ଼କୁ ଫେରାଇ ଆଣିବା ପାଇଁ ନିଜ ଚିଠି ରେ ଉଲ୍ଲେଖ କରିଛନ୍ତି l

 ବ୍ଲକରେ ବାକି ରହିଥିବା ସମସ୍ତ ଖାଲି ପଡିଥିବା ଯାନ୍ତ୍ରି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ସହ ଜୁନାଗଡ଼ ବ୍ଲକର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ର ପଦକ୍ଷେପ ପାଇଁ ସେ ଆଶା ପ୍ରକାଶ କରିଛନ୍ତି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜାତୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ୩୦ ପ୍ରତିଭା  ଭାଷା ହେଉଛି ବୈ।ଦ୍ଧିକ ବିଭବ

Sunil Chandra Nayak

ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ ୨୦୨୪ , ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ 

masiha

ନାଗଭଣ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା

Leave a Comment

error: Content is protected !!