ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ ପରିକ୍ରମା’ ତରଫରୁ ମେଧା ସମ୍ବର୍ଦ୍ଧନା

ରାଇରଙ୍ଗପୁର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ ପରିକ୍ରମା’ ତରଫରୁ ମେଧା ସମ୍ବର୍ଦ୍ଧନା

ରାଇରଙ୍ଗପୁର – ୩୦/୦୫ —  ପ୍ରତିବର୍ଷ ଭଳି ଚଳିତ ବର୍ଷ – ୨୦୨୬ ରେ ମେଟ୍ରିକ ବୋର୍ଡ,ଆସିଏସଏସଇ,ସିବିଏସଇ ର ୧୦ ମ ଏଵଂ ଦ୍ଵାଦଶ ବୋର୍ଡର ଅତି ମେଧାବୀ ଶତକଡା ୯୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ରାଇରଙ୍ଗପୁର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ ପରିକ୍ରମା’ ତରଫରୁ ପ୍ରତିଷ୍ଠାତା ମନୋଜ ଦାସଙ୍କ ପ୍ରଚେଷ୍ଟା ଏବଂ ସଭାପତି ଈଶାନ ମିଶ୍ରଙ୍କ ସଭାପତିତ୍ବ ଏବଂ ଶିକ୍ଷକ ରଞ୍ଜନ ନନ୍ଦ ଙ୍କ ମଞ୍ଚ ପରିଚାଳନାରେ ସ୍ଥାନୀୟ‌ ପିସିଏମ କଲ୍ଯାଣ ମଣ୍ଡପ ପରିସରରେ ଆଜି ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା , ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି,ଅନ୍ୟତମ ଅତିଥି କେରଳ ପବ୍ଲିକ ସ୍କୁଲର ଅଧ୍ଯକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ତ୍ରୀପାଠୀ,ବିଶିଷ୍ଟ ଠିକାଦାର ଇଂ ପ୍ରସନ୍ନ ସାହୁ,ସେବା ନିବୃତ ପ୍ରଶାସନିକ ଅଧିକାରୀ ଗୋପାଳ ଚନ୍ଦ୍ର ଵେଶ୍ରା ,ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ମେଧା ସମ୍ବର୍ଦ୍ଧନା ର ଶୁଭାରମ୍ଭ କରିଥିଲେ ।ଅତିଥିବୃନ୍ଦ କହିଥିଲେ ପରିଶ୍ରମର ଫଳ ବିଳମ୍ବରେ ବି ମିଠା ।ଧୈର୍ଯ୍ୟ ,ପରିଶ୍ରମ, ନିଷ୍ଠା,ଶୃଙ୍ଖଳା,ଅନୁଶାସନ,ଗୁରୁ ଓ ପିତାମାତା ଭକ୍ତି ହିଁ ସଫଳତାର ଶୀର୍ଷତାକୁ ପହଞ୍ଚାଇ ଥାଏ ।ତେଣୁ ସମସ୍ତେ ସ୍ବପ୍ନ ଦେଖି ନିଜ ରୁଚି ରଖିଥିବା କାର୍ଯ୍ୟରେ ମନ ଓ ଲଗ୍ନ ଲଗାଇ ଆଗକୁ ବଢ ।ଏହି ସମ୍ବର୍ଦ୍ଧନା ଉତ୍ସବରେ ବାମନଘାଟୀ ଉପଖଣ୍ଡର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଶତକଡା ୯୦ ରୁ ଉର୍ଦ୍ଧ୍ବ ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଏକ ଚାରା ସମେତ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ତଦସହ ଏମିପିସି ମହାବିଦ୍ୟାଳୟରେ ବାଣିଜ୍ୟ ସ୍ନାତକ ର ଟପ୍ ଆଦିତ୍ୟ ରାମ ଏଵଂ ସାନମୌଦା ଓଏଭିର +୨ ବାଣିଜ୍ୟ ଦିସା ସାହୁ ରାଜ୍ୟ କପିଳଙ୍କୁ ମଧ୍ୟ ଉତ୍ସଷ୍ବିତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସେବା ନିଵୃତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି,ଗୋରୁମହିଷାଣୀ + ୨ ଆଇରନ ଉଚ୍ଚ ମାଧ୍ଯଵିଦ୍ଯାଳୟର ଅଧ୍ୟାପକ ଡଃ ଦିଗମ୍ବର ଗିରି,ଦୁଷ୍ମନ୍ତ ଦାସ,କଟିଆ ପରିଛା,ପ୍ରଣବ ବେହେରା ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ସଫଳ ସୋଇଥିବାରୁ ଅନୁଷ୍ଠାନର ସଂପାଦକ ସୁବାସ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଗାଧୋଇବକୁ ଯାଇ ନାଗାବଳୀ ନଦୀରେ ଭାସିଯାଇ ୮ ବର୍ଷର ଶିଶୁ ପୁତ୍ର ମୃତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ଜୋନ୍ସ ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!