ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ଧାନ ଟୋକନ୍‌ ପାଇଁ ପ୍ରାୟ ଏକ ମାସର ଆନ୍ଦୋଳନ… ମେଗାଲିଫ୍ଟ ଚାଷି ଙ୍କ ଦାବି ମାନିଲେ ରାଜ୍ୟ ସରକାର, ଟୋକନ ଆସିଲା ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

ରବି ଧାନ ଟୋକନ୍‌ ପାଇଁ ପ୍ରାୟ ଏକ ମାସର ଆନ୍ଦୋଳନ…

ମେଗାଲିଫ୍ଟ ଚାଷି ଙ୍କ ଦାବି ମାନିଲେ ରାଜ୍ୟ ସରକାର, ଟୋକନ ଆସିଲା ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

କଳାହାଣ୍ଡି ର ମେଗାଲିଫ୍ଟ ଚାଷି ଙ୍କ ୨୭ ଦିନ ର ଆନ୍ଦୋଳନ ପରେ ରାଜ୍ୟ ସରକାର ଚାଷି ଙ୍କ ଦାବି ପୂରଣ କରିଛନ୍ତି। ମେଗାଲିଫ୍ଟ ଅଞ୍ଚଳ ଜୟପାଟଣା,କୋକସରା,ଧର୍ମଗଡ ବ୍ଲକ ର ୧୫ ହଜାର ଚାଷି ଚଳିତ ବର୍ଷ ମେଗାଲିଫ୍ଟ ପ୍ରକଳ୍ପ ରୁ ଜଳସେଚନ ସୁବିଧା ପାଇ ରବିଧାନ ଚାଷ କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପି-ପାସ ପୋର୍ଟାଲ ରେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ପାଇଁ କୌଣସି ତଥ୍ୟ ନ ଆସିବାରୁ ୩ ବ୍ଲକ ର ଚାଷି ପଞ୍ଜିକରଣ ରୁ ୧୮,୮୮୫ ହେକ୍ଟର ଚାଷଜମି ରେ ରବିଧାନ କରିଥିବା ଚାଷି ବାଦ ପଡ଼ିଥିଲେ। ଚାଷି ଙ୍କ ଏହି ସମସ୍ୟା କୁ ନେଇ ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ ଏକ ପ୍ରତିନିଧି ଦଳ ଶାସକ ଦଳ ର ଧର୍ମଗଡ ବିଧାୟକ ସମେତ ବିରୋଧୀ ଦଳ ର ଜୁନାଗଡ଼ ଓ ଲାଞ୍ଜିଗଡ଼ ବିଧାୟକ ଙ୍କ ସହ ଚାଷି ଙ୍କ ସମସ୍ୟା କୁ ନେଇ ରାଜ୍ୟ ସରକାର ଙ୍କ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ,ସଚିବ ଙ୍କୁ ଭେଟି ଦାବିପତ୍ର ପ୍ରଦାନ ସହ ପଞ୍ଜିକରଣ ଓ ଟୋକନ ନେଇ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଥିଲେ।ପରବର୍ତ୍ତୀ ସମୟରେ କୋକସରା ବ୍ଲକ ବନ୍ଦ ପାଳନ,ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ,ଆମରଣ ଅନଶନ ସହ ଧାରଣା ଜାରି ରଖିଥିଲେ ଚାଷୀ। 

ମେଗାଲିଫ୍ଟ ଚାଷି ଙ୍କ ଏହି ସମସ୍ୟା ନେଇ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାର ଚାଷି ଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ଦେଇଥିବା ରିପୋର୍ଟ କୁ ଭିତ୍ତି କରି ରାଜ୍ୟ ସରକାର ରବିଧାନ ବିକ୍ରି ପାଇଁ ଚାଷି ଙ୍କ ଟୋକନ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ୫,୯୬୮ ଜଣ ଚାଷି ଙ୍କ ୮,୮୫୨ ଟୋକନ ଆସିଥିବା ଓ ଦ୍ଵିତୀୟ ପର୍ଯ୍ୟାୟରେ ପରବର୍ତ୍ତୀ ଚାଷି ଙ୍କ ଟୋକନ ଆସିଥିବା ସମ୍ପର୍କରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋକନ ନେଇ ସ୍ପଷ୍ଟୀକରଣ କିମ୍ବା ତଥ୍ୟ ଭିତ୍ତିକ ରିପୋର୍ଟ ନଦେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବା ନେଇ ଚାଷି ସଙ୍ଗଠନ ଅଡ଼ି ବସିଥିଲେ। 

ଆଜି ଦିନ ୧୨ ଘଣ୍ଟା ପାଖାପାଖି ମେଗାଲିଫ୍ଟ ଅଞ୍ଚଳ ର ଚାଷି ଙ୍କ ଟୋକନ ଜାରି ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ ଓ ଚାଷି ଙ୍କ ମୋବାଇଲ ରେ ମେସେଜ ଆସିବା ପରେ ଚାଷି ଙ୍କ ମନରେ ଖୁସି ର ଲହରୀ ଖେଳି ଯାଇଥିଲା। କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଚାଷି ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଟୋକନ ଆସିଥିବା ନେଇ ସୂଚନା ଦେବାସହ ଆମରଣ ଅନଶନ ପ୍ରତ୍ୟାହୃତ କରିବାକୁ କହିଥିଲେ। ୨୭ ଦିନ ଧରି ଆନ୍ଦୋଳନ ରତ ଚାଷି ନିଜର ନ୍ୟାର୍ଯ୍ୟ ହକ ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ମେଗାଲିଫ୍ଟ କୃଷକ ସଙ୍ଘ ର ସଭାପତି ପୁରୁଷୋତ୍ତମ ଗୁପ୍ତା,ଆବାହକ ରାଜୀବ କୁମାର ଅଗ୍ରୱାଲ,ସମ୍ପାଦକ ଦିଗାମ୍ବର ଦୁରିଆ ଆନ୍ଦୋଳନ ପ୍ରତ୍ୟାହୃତ ପୂର୍ବରୁ ଆନ୍ଦୋଳନ ରେ ସାମିଲ ଥିବା ୩ ବ୍ଲକ ର ଚାଷି,ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଙ୍କ ସାଂସଦ,ଧର୍ମଗଡ ବିଧାୟକ, ବିରୋଧୀ ନେତୃବୃନ୍ଦ,ସହଯୋଗ କରିଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଚାଷି ଙ୍କ ଏହି ବିଜୟ ର ଶ୍ରେୟ ଦେଇଥିଲେ। ପରେ କୃଷକ ସଙ୍ଘ ର ସଭାପତି ପୁରୁଷୋତ୍ତମ ଗୁପ୍ତା ଆନ୍ଦୋଳନ କୁ ସଫଳ କରିଥିବା ସମସ୍ତ ଚାଷି,ଜନ ପ୍ରତିନିଧି ଙ୍କୁ ଧନ୍ୟବାଦ ଦେବାସହ ଆନ୍ଦୋଳନ ପ୍ରତ୍ୟାହୃତ ନେଇ ଘୋଷଣା କରିଥିଲେ। ଦିର୍ଘ ୨୭ ଦିନ ର ଆନ୍ଦୋଳନ ର ସଫଳତା ପରେ ବିଜୟ ଉତ୍ସଵ ପାଳନ କରିଥିଲେ ମେଗାଲିଫ୍ଟ ଅଞ୍ଚଳ ର ଚାଷି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରାୟଗଡ଼ା ଜିଲ୍ଲା ଯୁଵ କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

masiha

ବେଆଇନ ଦେଶୀ ଓ ବିଦେଶୀ ମଦ ସଂପୂର୍ଣ୍ଣ ବନ୍ଦ ପାଇଁ ଲକ୍ଷ୍ମୀପୁର ଓ ରାୟଗଡା ବିଧାୟକ ରାଲି କରି ଚେତାବନୀ ଦେଲେ

masiha

ସାପ କାମୁଡାରେ ଅଙ୍ଗନୱାଡ଼ି ହେଲପର ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!