ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକର ୩ଟି ମଣ୍ଡଳର ବିଜେପି ମଣ୍ଡଳ ମାସିକ ସଂଗଠନ ବୈଠକ ଅନୁଷ୍ଠିତ

ଗୋଲାମୁଣ୍ଡା ବ୍ଲକର ୩ଟି ମଣ୍ଡଳର ବିଜେପି ମଣ୍ଡଳ ମାସିକ ସଂଗଠନ ବୈଠକ ଅନୁଷ୍ଠିତ

ଗୋଲାମୁଣ୍ଡା,୪।୬( ମ ନି ସ ):ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର, କେଗାଁ ଓ ଗୋଲାମୁଣ୍ଡା ମଣ୍ଡଳର ଏକ ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ସଂଗଠନ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ବିଜେପି ଯୁବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେଗାଁ ମଣ୍ଡଳ ବିଜେପି ପ୍ରଭାରୀ ବିନ୍ଦୁ ମହାନନ୍ଦ, ଗତ ବିଧାନସଭା ନିର୍ବାଚନର ବିଧାୟକ ପ୍ରାର୍ଥୀ ମନୋଜ ମେହେର, ଦଶପୁର ମଣ୍ଡଳ ପ୍ରଭାରୀ ଭବସିନ୍ଧୁ ମଙ୍ଗରାଜ ପ୍ରମୁଖ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, କେଗାଁ ମଣ୍ଡଳ ସଭାପତି ଜୟକୃଷ୍ଣ ସାହୁ ଏବଂ ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ ଉପସ୍ଥିତ ରହି ଦଳୀୟ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ।ଏହାସହିତ ମଣ୍ଡଳ ସାଧାରଣ ସମ୍ପାଦକ ଭାଗ୍ୟବାନ ବାଗ, ଜୟନ୍ତ ସିଂ, ମନୋଜ ଅଗ୍ରୱାଲ, ହେମନ୍ତ ବାଗ ଓ ନକୁଳ ରାଉତ ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ଦଳର ବରିଷ୍ଠ ନେତା ଗଙ୍ଗା ବିଷ୍ଣୁ ମୁଣ୍ଡ, ଦୁରୁଦାକ୍ଷ୍ୟ ପୁଟେଲ, ପ୍ରଦୀପ ପଣ୍ଡା, ଗଣେଶ ରାଉତଙ୍କ ସମେତ ତିନୋଟି ମଣ୍ଡଳ କମିଟିର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଏହି ସଂଗଠନ ବୈଠକରେ ଉପସ୍ଥିତ ରହି ଆଗାମୀ ଦିନରେ ଦଳର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ସଂକଳ୍ପ ନେଇଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

୧୫ ତମ ଜାତୀୟ ମତଦାତା ଦିବସ ଅବସରରେ ମିନି ମାରାଥନ୍ ଦୌଡ଼ କୁଦ ପ୍ରତିଯୋଗିତା 

masiha

Leave a Comment

error: Content is protected !!