ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରୋତ୍ସାହନ ଅଭାବରୁ ବନ୍ଦ ପଡ଼ିଛି କମାରଶାଳ

ପ୍ରୋତ୍ସାହନ ଅଭାବରୁ ବନ୍ଦ ପଡ଼ିଛି କମାରଶାଳ

ଢେ଼ଙ୍କାନାଳ – କମାର କୌଳିକ ବୃଦ୍ଧିକୁ ବଞ୍ଚାଇ ରଖିବାକୁ କିଛି ବୟସ୍କ ଲୁହା ସହିତ ସଂଘର୍ଷ କରୁଥିବା ବେଳେ ପ୍ରୋତ୍ସାହନ ମିଳୁ ନଥିବାରୁ ଯୁବପିଢି କମାର ବୃଦ୍ଧି ଆପଣାଇବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। ଆଧୁନିକତାର ଚାକଚକ୍ୟ ଭିତରେ ଯେଉ କୌଳିକ ବୃତ୍ତି ଦିନେ ପରିବାର ଚଳାଉଥିଲା ତାହା ଏବେ ହଜିଯିବାକୁ ବସିଲାଣି। ଯେଉଁ କାରିଗର ମାନଙ୍କୁ ଦିନେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥିଲା ସେହି ବୃଦ୍ଧି ଏବେ ସଙ୍କଟ ମଧ୍ୟକୁ ଠେଲି ହୋଇଗଲାଣି। ପ୍ରୋତ୍ସାହନ ଅଭାବରୁ କମାରଶାଳର ଚମକ ଆଉ ନାହିଁ। ପୁରୁଷ ପୁରୁଷ ଧରି କୌଳିକ ବୃତ୍ତି ଭାବରେ ଗ୍ରହଣ କରି ଆସୁଥିବା କମାର ପରିବାର ଏବେ ଅଭାବ ଅନଟନ ମଧ୍ୟରେ କାଳାତିପାତ କରୁଛି। ଆଗଭଳି ଶାଳ ଆଗରେ ଲୋକମାନଙ୍କର ଭିତରେ ଦେଖିବାକୁ ମିଳୁନି। ଫଳରେ କମାର ବୃତ୍ତି କରି ଚଳୁଥିବା ପରିବାରର ଆୟପନ୍ଥା ଧିରେ ଧିରେ କମି କମି ଯାଉଛି। ଏଭଳି ସ୍ଥିତି ଢେ଼ଙ୍କାନାଳ ଜିଲ୍ଲା ୮ଟି ବ୍ଳକର ଗାଁ,ହାଟ ଛକ ଆଦି ବିଭିନ୍ନ କିଛି ଗ୍ରାମରେ ଦେଖିବାକୁ ମିଳିଛି କମାରଶାଳ । ଶାଳରେ କାରିଗରମାନେ ଲଙ୍ଗଳ ଲୁହା ପଜେଇବା,କୁରାଢ଼ୀ,ଦା,କଟୁରୀ,ଶାବଳ,କୋଦାଳ,ପନିକି,ଗୁଆକାତି,ପନିକି ଆଦି ବିଭିନ୍ନ ଜିନିଷ ତିଆରି କରି ବିକ୍ରି କରିବା ସହ ସେଗୁଡିକର ଦାଢ କମିଗଲେ ପୁନର୍ବାର ଦାଢ କରିଦେଇ ସେଥିରୁ ଯାହା ପାରିଶ୍ରମିକ ପାଉଥିଲେ ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ। ବର୍ତ୍ତମାନ ଲୁହା ଦୋକାନ ମାନଙ୍କରେ କମ୍ ମୂଲ୍ୟରେ ସେ ସବୁ ଜିନିଷ ମିଳି ଯାଉଥିବାରୁ ଲୋକେ କମାରଶାଳ ଉପରେ ବିଶେଷ ନିର୍ଭର କରୁ ନାହାନ୍ତି। ଏପରି କି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କମାର କାରିଗରଙ୍କୁ ପ୍ରୋତ୍ସାହନ ଦେଉ ନଥିବାରୁ ଅଭାବ ଅନଟନରେ ରହିବା ଅପେକ୍ଷା ଅନ୍ୟତ୍ର କାର୍ଯ୍ୟ କରି ପେଟ ପୋଷି ବାକୁ ବାହାରକୁ ଚାଲି ଯାଉଛନ୍ତି। କମାରଶାଳକୁ ଆଉ ଲୋକେ ଯାଉ ନଥିବାରୁ କେତେକ ପେଟ ପୋଷି ବାକୁ ବିଭିନ୍ନ ସାପ୍ତାହିକ ହାଟ ମାନଙ୍କରେ ଶାଳ ଖୋଲୁଥିଲେ ମଧ୍ୟ କଞ୍ଚାମାଲ ବାଧକ ସାଜୁଛି। ଶାଳରେ ବ୍ୟବହାର ପାଇଁ କାଠ,ଅଙ୍ଗାର,କୋଇଲା ଆବଶ୍ୟକୀୟ ଲୁହା ମିଳୁନାହିଁ। ଏପରିକି ମଜୁରୀ ଦାମ ଆକାଶ ଛୁଆଁ ହୋଇଥିବାରୁ ଶାଳ କରି ପେଟ ପୋଷିବା ଏବେ କଷ୍ଟକର ବ୍ୟାପାର ହୋଇପଡିଛି। ଆଜିର ଦିନରେ କମରାଶାଳ କାମ କରିବାକୁ ଯୁବପିଢିମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ ଶାଳରେ ଆଗଭଳି ଆଉ ରୋଜଗାର ନାହିଁ। ପୂର୍ବ ପୁରୁଷମାନେ ଚାଷୀମାନଙ୍କ ଲଙ୍ଗଳଲୁହା,ଦାଆ ଇତ୍ୟାଦି ତିଆରି କରି ଚାଷୀମାନଙ୍କ ବିଲରୁ ହଳ ନେଉଥିଲେ। କିନ୍ତୁ ହଳ ବଳଦ ନଥିବାରୁ ହଳ ନେବା ବର୍ତ୍ତମାନ ଆଉ ଦେଖାଯାଉନାହିଁ। କୁଶଳି କାରିଗର ମାନଙ୍କୁ ବ୍ୟାଙ୍କ ଋଣ ସହଜରେ ମିଳିପାରୁ ନାହିଁ। ଶାଳ ପାଇଁ ଉପଯୁକ୍ତ ଭିଭିଭୂମି ବିକାଶ ଦିଗରେ ସରକାରୀ ସହାୟତା ମିଳିପାରୁ ନାହିଁ। ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା କରିଥିବାବେଳେ କମାର ମାନଙ୍କ କୌଳିକ ବୃଦ୍ଧି ପାଇଁ କୌଣସି ଯୋଜନା କରିନାହାନ୍ତି। ଯଦି ସରକାର କମାର ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ନକରନ୍ତି ତେବେ ଦିନ ଆସିବ ଏହି କୌଳିକ ବୃତ୍ତି ସବୁଦିନ ପାଇଁ ହଜିଯିବ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଧୁମଧାମରେ ପାଳିତ ହେଲା ସାମ୍ବାଦିକ ନରୋତ୍ତମ ସେଲମାଙ୍କ ୨୫ତମ ବିବାହ ବାର୍ଷିକ ଉତ୍ସବ

Sunil Chandra Nayak

ଆଦର୍ଶ ଶିକ୍ଷକ ସୁଦାମ ଚରଣ ବେହେରାଙ୍କ ସ୍ମୃତି ସଭା ଅନୁଷ୍ଟିତ 

masiha

ପେନସନ ଟିକକ ପାଇଁ ହରିଶ୍ଚନ୍ଦ୍ର ନୟାନ୍ତ : ତଥାପି ବିଫଳ 

Leave a Comment

error: Content is protected !!