ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ପର୍ଯ୍ୟାୟ ୧୧ ତମ କୃଷି ଜନଗଣନା ସମ୍ଭନ୍ଧିୟ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ

ତୃତୀୟ ପର୍ଯ୍ୟାୟ ୧୧ ତମ କୃଷି ଜନଗଣନା ସମ୍ଭନ୍ଧିୟ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ 

ନବରଙ୍ଗପୁର:( ତା ୫.୬.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ୱଜିତ ଚନ୍ଦ୍ର ବର୍ମନ ଙ୍କ ଅଧକ୍ଷତାରେ ତୃତୀୟ ପର୍ଯ୍ୟାୟ ୧୧ ତମ କୃଷି ଜନଗଣନା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ନିକଟକୁ କୃଷିର ଉନ୍ନତି ସକାଶେ ପ୍ରଭାବଶାଳୀ ଯୋଜନା ଓ ନୀତି ନିର୍ଦ୍ଧାରଣ ପାଇଁ ତଥ୍ଯ ପ୍ରେରଣ କରାଯିବ।ନବରଙ୍ଗପୁର ଜିଲ୍ଲାରେ କୃଷି ସମ୍ଭନ୍ଧିୟ ନିର୍ଭର ଯୋଗ୍ୟ ଓ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପାଇଁ ୨୦୨୨-୨୩ ଆଧାର ବର୍ଷ ରେ ଚାଷୀଙ୍କ ସଂଖ୍ୟା,ଜମିର ଆକାର, ସାର ବ୍ୟବହାର,କୀଟନାଶକ,ଫସଲ ବୀମା,ମୃତ୍ତିକା ସ୍ୱାସ୍ଥ୍ୟ, କୃଷି ଯାନ୍ତ୍ରକୀକରଣ,ବିହନ,ଜଳସେଚନ,ଚାଷୀଙ୍କ ଆୟ,ନାମକୁ ମାତ୍ର,କ୍ଷୁଦ୍ର,ମଧ୍ୟମ ଚାଷୀଙ୍କ ଗଣନା,ପ୍ରାଣୀ, ମତ୍ସ୍ୟ ଓ ଉଦ୍ୟାନ ଚାଷୀ,କୃଷି ଋଣ ଇତ୍ୟାଦି ଉପରେ କୃଷି ଜନଗଣନା ତୃତୀୟ ପର୍ଯ୍ୟାୟ ସର୍ଭେ ୬୭ ଟି ଚିହ୍ନଟ ନମୁନା ଗ୍ରାମରେ କରାଯାଇଥିଲା ଏବଂ ଯାହା ୧୪.୧୦.୨୦୨୫ ରେ ସମ୍ପୂର୍ଣ୍ଣ ହୋଇଥିଲା। ଏ ଡି ଡି ପ୍ଲାନିଙ୍ଗ ଐଶ୍ଚର୍ଯ୍ୟ ଭଞ୍ଜ ସଭା ପରି ଚାଳନା ସହ ସ୍ଲାଇଡ୍ ମାଧ୍ୟମରେ ତଥ୍ଯ ପରିବେଷଣ କରିଥିଲେ।ସଭରେ ଡି ଡି, ଡି ପି ଏମ ୟୁ ଜୟନ୍ତୀମାଲା ନାୟକ ସି ଡି ଏ ଓ ସୁଧିର ରଞ୍ଜନ ବେହେରା,ସି ଡି ଭି ଓ ଡ଼ ରମେଶ ଚନ୍ଦ୍ର ବେହେରା, ଡି ଡି ଏଚ୍ ସୁବ୍ରତ ମହାନ୍ତି, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଆର୍ ସି ଏସ ଶରତ ଚନ୍ଦ୍ର ପାଣିଗ୍ରାହୀ, ଏ ଡି ଏଚ ଶୁଭେନ୍ଦୁ ବିଶ୍ୱାସ , ଏ ଡି ଭି ଓ ଦିଲ୍ଲୀପ କୁମାର କବିରାଜ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ଶୋକ ସଭା

masiha

ଆଦର୍ଶ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ, ବିଦ୍ୟାଳୟ ପରିସର ଅପରିଷ୍କାର ଦେଖି କ୍ଷୋଭ ପ୍ରକାଶ 

masiha

Leave a Comment

error: Content is protected !!