ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ଗଡ଼ିଲା ଏସ୍ଆଇଆର୍ ସଚେତନତା ରଥ

ରାଉରକେଲାରେ ଗଡ଼ିଲା ଏସ୍ଆଇଆର୍ ସଚେତନତା ରଥ

ରାଉରକେଲା ୬/୬, ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍ ସ୍ଵତନ୍ତ୍ର ସଘନ ସଂଶୋଧନ ବା (Special Intensive Revision) ପାଇଁ ଏକ ସ୍ୱତନ୍ତ୍ର ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ରାଉରକେଲା ସହର ପରିକ୍ରମା କରିବା ଅବସରରେ ଏକ ତ୍ରୁଟିଶୂନ୍ୟ, ସଠିକ୍, ସ୍ଵଚ୍ଛ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ଯୋଗ୍ୟ ଭୋଟରଙ୍କ ସକ୍ରିୟ ଅଂଶ ଗ୍ରହଣ ନିମନ୍ତେ ଜନସଚେତନତା ସୃଷ୍ଟି କରିବ। ଏହି ଅବସରରେ ଡେପୁଟି କମିଶନର ଅନିତା ନାୟକ, ତହସିଲଦାର ରାଉରକେଲା ସାଲମି ମାଝୀ , ଲାଠିକଟା ତହସିଲଦାର ମୁରଲୀଧର ଉର୍ମାଲ, ସହାୟକ ଜିଲ୍ଲାପାଳ ହରେକୃଷ୍ଣ ସାହୁ, ଡେପୁଟି କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସମେତ ବିଏଲଓ, ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରାତ୍ରି ଉପଲକ୍ଷେ ପାର୍ବଣ ଉତ୍ସବ-୨୦୨୫ ଉଦ୍ ଯାପିତ

Sunil Chandra Nayak

ବଜ୍ରାଘାତରେ 2 ଗୁରୁତର

Sunil Chandra Nayak

ଗୋରୁମହିଷାଣ ଅଂଚଳର ଯୁବ ସମାଜସେଵୀ ସ୍ଵର୍ଗତ ଜିତୁ ପଟନାୟକଙ୍କ ୧୩ ତମ ପୂଣ୍ଯତିଥି ଜିତୁ ପଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ପାଳିତ

Sunil Chandra Nayak

Leave a Comment

error: Content is protected !!