ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜୁନାଗଡ଼ ୮/୬(ମନୀସ )ଜୁନାଗଡ଼ ସ୍ଥିତ ମା ଲଙ୍କେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ କଳାହାଣ୍ଡି ଜିଲ୍ଲା ଯୋଗ ମହୋତ୍ସବ ସମିତି ଆନୁକୂଲ୍ୟରେ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଆନ୍ତର୍ଜାତିକ ଯୋଗ ଦିବସର ମାର୍ଗଦର୍ଶନ ଅନୁସାରେ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଯୋଗ ଶିବିର ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରିବା ସହ ଆଗାମୀ ଦ୍ୱାଦଶ ତମ ଆନ୍ତର୍ଜାତିକ ଯୋଗ ଶିବିର ପାଳନ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇ ଥିଲା l ଜିଲ୍ଲା ଯୋଗ ମହୋତ୍ସବ ସମିତି ୧୩ ଟି ଖଣ୍ଡ (ବ୍ଲକ )ସ୍ତରୀୟ ଯୋଗ ମହୋତ୍ସବ ସମିତି ଗଠନ ଓ ୪ ନଗର ରେ ମଧ୍ୟ କମିଟି ଗଠନ ସମାପନ ହୋଇଥିବା ସମିତି ତରଫରୁ ପ୍ରକାଶ l ଏହି ଶିବିର ରେ ବରିଷ୍ଟ ଯୋଗ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ଦାଶ ଏବଂ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗ ଶିକ୍ଷା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ, ଯୋଗ ଶିକ୍ଷକ ନବ କିଶୋର ବେହେରା, ନବ କିଶୋର ପାଢ଼ୀ ଅତିଥି ଭାବେ ସହଯୋଗ କରିଥିଲେ l କଳାହାଣ୍ଡି ଜିଲ୍ଲା ଯୋଗ ମହୋତ୍ସବ ସମିତି ର ସଂଯୋଜକ ଶ୍ରୀ ବିମ୍ବାଧର ପ୍ରଧାନୀ, ସହ ସଂଯୋଜକ ଶଙ୍କର ପ୍ରସାଦ ରାଉତ, ଜୁନାଗଡ଼ ଖଣ୍ଡ ସହ ସଂଯୋଜକ ରମେଶ ଚନ୍ଦ୍ର ମେହେର ଓ ମୁଖ୍ୟ ଯୋଗ ଶିକ୍ଷକ ଚନ୍ଦ୍ରହାସ୍ୟ ମେହେର କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ l ଏହି ଶିବିର ରେ ସିନିଅର ସିଟିଜେନ ଫୋରମ ର ସଭାପତି ଈଶ୍ୱର ପୂଝରୀ ସମ୍ପାଦକ ଭୁବନେ ସାହୁ ଙ୍କ ସହ ଓକିଲ ସଙ୍ଘ ସଭାପତି ହିମାଂଶୁ ଶେଖର ବରାଡ଼,ଶ୍ୟାମ ପାଢ଼ୀ ଙ୍କ ସହ ଜୁନାଗଡ଼ ସହର ଓ ବ୍ଲକ ଅଂଚଳ ରୁ ଅନେକ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶାନ୍ତି ଶକ୍ତି ଭଵନରେ ପ୍ରଜାପିତା ବ୍ରହ୍ମା ବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

masiha

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ମହମ୍ମଦ ରଫି ଙ୍କୁ ସଙ୍ଗୀତ ତରଙ୍ଗ ମ୍ୟୁଜିକ୍ କ୍ଲବର ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!