ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ଫେଷ୍ଟିଭାଲ ପାଳିତ

କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ଫେଷ୍ଟିଭାଲ ପାଳିତ

“ନିଜର ଦୁଃଖ ଓ କଷ୍ଟ କୁ ଭୂକ୍ଷେପ ନକରି ଅନ୍ୟର ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରୁଛନ୍ତି ଦେବାନନ୍ଦ

ବ୍ରହ୍ମପୁର,ତା ୦୮/୦୬ ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗ କୋମଳ ମତି ଶିଶୁ ଠାରୁ ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି। ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା ନିଜର ଦୁଃଖ ଓ କଷ୍ଟ କୁ ଭୂକ୍ଷେପ ନକରି ଅନ୍ୟର ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରୁଛନ୍ତି । ଆଜି ଜାତୀୟ ନ୍ୟାସନାଲ କ୍ୟାନସର ସର୍ଭାଇଭର ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖ କର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ। ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରେକ୍ଷାଳୟ ଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ଆୟୋଜିତ ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯିବା ସହ କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ କରିଛନ୍ତି।ପ୍ରଥମେ ସମସ୍ତ ଅତିଥି ଓ କର୍କଟ ଯୋଦ୍ଧାମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୁପେ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଚେଷ୍ଟ ଓ ଟିବିର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରୀୟଜିତ୍ ଜେନା ଯୋଗ ଦେଇଥିବାବେକେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ଡେଣ୍ଟାଲ କ୍ଲିନିକ୍ ଡାକ୍ତର ଦେବ୍ୟାନୀ ଦେବ, ଯୁବବେବସାୟୀ ତଥା ସମାଜସେବୀ କେ.ରାଜ କୁମାର ସେନାପତି, ୟୁ ଆଇ ଏସ କ୍ୟାନ୍ସର ଫାଉଣ୍ଡେସନ ର ଟ୍ରଷ୍ଟି ରାଜାରାମ ପାଢୀ,ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ପି.ଶ୍ରୀଲେଖା ଓ ବସନ୍ତ କୁମାର ଶତପଥୀ ଦାସ ଯୋଗଦେଇ କର୍କଟ ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ।କର୍କଟ ରୋଗରେ ପୀଡିତ ରୋଗୀ କେବେ ବି ଭୟଭୀତ ନ ହେବାପାଇଁ ପରାମର୍ଶ ଦେଉଥିଲେ ମୁଖ୍ୟ ଅତିଥି ଡାକ୍ତର ଜେନା। କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତି ଥିବା ଯୋଦ୍ଧା ପୀଡିତ ମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ। କ୍ୟାନସର ରୋଗୀ ମାନେ ଅନ୍ୟ ରୋଗୀମାନଙ୍କ ପ୍ରେରଣା ହୁଅନ୍ତୁ ଓ କର୍କଟ ରୋଗରୁ ବଞ୍ଚିଥିବା ଲୋକଙ୍କ ଶକ୍ତି, ସ୍ଥିରତା ଏବଂ ଦୃଢ଼ ସଂକଳ୍ପକୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ମୁଖ କର୍କଟ ରୋଗୀ ଡଃ ଦାଶ। ବ୍ରହ୍ମପୁର ର ଆଠଟି ନୃତ୍ୟ ଅନୁଷ୍ଠାନ ନୃତ୍ୟ ପରିବେଷଣ କରି କର୍କଟ ଵିଜୟୀ ମାନଙ୍କୁ ଖୁସି କରିବା ପାଇଁ ପ୍ରୟାସ କରିଥିଲେ।ଏହି ପରିପେକ୍ଷିରେ ବ୍ରହ୍ମପୁର ସମର ଫେଷ୍ଟିଭାଲ ନାମରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ୩୦୦ ଜଣ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।କ୍ରାନ୍ତି ଅନୁଷ୍ଠାନର କଳାକାର ଚର୍ଚ୍ଚିକା ଙ୍କ ଦ୍ୱାରା ପରିବେଷିତ “କାଳୀ ତାଣ୍ଡବ” ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନକୁ ମୋହିତ କରି ପାରିଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ,ଚର୍ଚ୍ଚିକା ଦାଶ, ଅନିଲ କୁମାର ସେଠୀ,ପରମାନନ୍ଦ ପଣ୍ଡା, ଧନଞ୍ଜୟ ପାଣିଗ୍ରାହୀ,ମାନସ ରଥ, ଅରୁଣ ପଟ୍ଟନାୟକ,ଚିନ୍ନୟାନନ୍ଦ ଦାଶ, ପୁର୍ଣ୍ଣଚନ୍ଦ୍ର ସାହୁ ସହ ଆଇ ଏସ ଆର ଡି ର ଗୋପାଲ କୃଷ୍ଣ ଦଳବେହେରା, ସୟନି ମଲ୍ଲିକ,ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଦେଇଥିଲେ।

Related posts

ଦୀର୍ଘ ପ୍ରତୀକ୍ଷା ର ଅନ୍ତ ,ତେନ୍ତୁଳିଖୁଣ୍ଟି ନୋଡାଲ ବାପୁଜି ହାଇସ୍କୁଲରେ ବାଳିକା ସେବାଶ୍ରମ ଆରମ୍ଭ ହେଲା  :ଦେଓପାଲି ରେ କେବେ ?

Sunil Chandra Nayak

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

Sunil Chandra Nayak

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

Leave a Comment

error: Content is protected !!