ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ୍ ଆନ୍ତଃ ରାଜ୍ୟ ଜୁଆ ରାକେଟର ପର୍ଦ୍ଦାଫାସ : ୪ ଜଣ ଅଭିଯୁକ୍ତଙ୍କ ଗିରଫ ସହ ନଗଦ ୨୦ ଲକ୍ଷ ଟଙ୍କା, ୩ଟି କାର୍ ଏବଂ ସୁନା ଗହଣା ଜବତ୍

ବେଆଇନ୍ ଆନ୍ତଃ ରାଜ୍ୟ ଜୁଆ ରାକେଟର ପର୍ଦ୍ଦାଫାସ : ୪ ଜଣ ଅଭିଯୁକ୍ତଙ୍କ ଗିରଫ ସହ ନଗଦ ୨୦ ଲକ୍ଷ ଟଙ୍କା, ୩ଟି କାର୍ ଏବଂ ସୁନା ଗହଣା ଜବତ୍

ରାଉରକେଲା ୮/୬, ଆଜି ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ପୋଷ୍ଯଗ୍ରାମ ଲୁଆକେରା ଠାରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ରାଉରକେଲା ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏଥିସହ ଏକ ଆନ୍ତଃ ରାଜ୍ୟ ଜୁଆ ରାକେଟର ମଧ୍ଯ ପର୍ଦ୍ଦାଫାସ ହୋଇଛି।

     ଏହି ଚଢ଼ାଉ ସମୟରେ ନଗଦ ୨୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଜୁଆ ଖେଳ କରାଉଥିବା କିଙ୍ଗପିନଙ୍କ ସମେତ ୪ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି। ଜୁଆ ଖେଳରେ ବ୍ୟବହୃତ ହେଉଥିବା ୩ଟି କାରକୁ ପୋଲିସ୍ ଜବତ୍ କରିଛି। ଏହାଛଡା ଲକ୍ଷାଧିକ ଟଙ୍କାର ସୁନା, ବାଇକ୍ ପ୍ରଭୃତି ମଧ୍ୟ ପୋଲିସ୍ ପକ୍ଷରୁ ଜବତ୍ କରାଯାଇଛି। 

     ସୂଚନା ଅନୁସାରେ ଆଜି ସକାଳେ ଡିଏସପି ମନୋରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଲୁଆକେରାରେ ପହଞ୍ଚିବା ସହିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ବିପୁଳ ପରିମାଣର ନଗଦ ଟଙ୍କା ସହିତ ଜୁଆ ଖେଳ ପରିଚାଳନାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ପୋଲିସର ଏହି ଅଚାନକ କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବେଆଇନ ଜୁଆ ଭଳି ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ କହିଛନ୍ତି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଶେଷହେଲା ବିତର୍କ , ୨୮ ରେ ରାୟ ପ୍ରକାଶ ଦିନ ଧାର୍ଯ୍ୟ

masiha

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ମଦନପୁର ରାମପୁର ସବ୍ ଜେଲ ରୁ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

Leave a Comment

error: Content is protected !!