ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨- ଗତବର୍ଷ ଅପେକ୍ଷା ଚଳିତ ବର୍ଷରେ ପଡୁଚାଷ ପାଇଁ ଅଧିକ ଜଙ୍ଗଲ ଜମି ସଫା ହବାର ଦେଖା ଯାଇଛି , ୨-କୁମ୍ଭାରି ପୁଟ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ 

ଗତବର୍ଷ ଅପେକ୍ଷା ଚଳିତ ବର୍ଷରେ ପଡୁଚାଷ ପାଇଁ ଅଧିକ ଜଙ୍ଗଲ ଜମି ସଫା ହବାର ଦେଖା ଯାଇଛି 

ବନ୍ଧୁଗାଁ ତା, ୮/୬/୨୬/, ବନ୍ଧୁଗାଁ ବ୍ଲକ ଠାରେ ଦେଖିବାକୁ ମିଳୁଛି କି ପଡୁଚାଷ ପାଇଁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରେ କିଛି ମାତ୍ରାରେ ଅଧିକ ଜଙ୍ଗଲ ଜମି ସଫା କରା ଯାଇଥିବାର ଦେଖିବାକୁ ମିଳିଛି I ବ୍ଲକରେ ରହିଥିବା ଅଧିକାଂଶ ଜମିହୀନ ଚାଷୀମାନେ ଜଙ୍ଗଲ ଜମି ଉପରେ ପଡଚାଷ କରି ପରିବାର ପଷଣ କରିଥାନ୍ତି I ଏହି ଜଙ୍ଗଲ ଜମିରେ ବର୍ଷକୁ ଥରେ ହିଁ ମାତ୍ରକ ପଡୁଚାଷ କରିବା ପାଇଁ ହୋଇଥାଏ I ପଡୁଚାଷ କରିବା ପାଇଁ ପରିବାରର ସମସ୍ତ ସଦସ୍ୟ ଜଙ୍ଗଲ ସଫା କରିବା ପାଇଁ ମାର୍ଚ୍ଚ ମାସର ଆରମ୍ଭରୁ ଗଛ ଖୁଣ୍ଟ ଓ ଲଟା ବୁଦା ସଫା କରିବାରେ ଲାଗି ପଡିଥାନ୍ତି I ଜଙ୍ଗଲ ଜମି ସଫା କରିଥିବା ଗଛ ଖୁଣ୍ଟ ଓ ଲଟା ବୁଦା କୁ ଏକ ମାସ ପର୍ଯ୍ୟନ୍ତ ଛାଡି ଦେଇଥାନ୍ତି ଓ ଏକମାସ ପରେ ଶୁଖିଥିବା ଗଛ ଲୁଟା ବୁଦା ସବୁକୁ ଜାଳିଦେଇ ଖତ ଭାବରେ ଛାଡି ଦେଇଥାନ୍ତି I ଏଥିସହ ମେ ମାସର ଦ୍ୱିତୀୟ ସପ୍ତାହରେ ଯଦି ଅଳ୍ପ ମାତ୍ରାରେ ବର୍ଷା ହୁଏ ତ ସଫା କୋଟିଥିବା ଜଙ୍ଗଲ ଜମିକୁ ଆଉ ଥରେ ସଫା କରିଥାନ୍ତି I ଜୁନ ମାସର ପହିଲି ରଜ ପରେ ପରେ ଜଙ୍ଗଲ ଜମିରେ ପଡଚାଷ ନିମନ୍ତେ କାନ୍ଦୁଳ, ମାଣ୍ଡିଆ, ଝୁଡୁଙ୍ଗ, ଓ ଅନ୍ୟାନ୍ୟ ଫଳ ମୂଳ ଓ ଘରଇ ଆବଶ୍ୟକ ପରିବା ମଧ୍ୟ ସାର ପକେଇଥାନ୍ତି I ସାର ପକେଇବା ପରେ ଚାଷକୁ ଯତ୍ନ ନେବା ପାଇଁ ଜଙ୍ଗଲ ରେ ହିଁ ଛୋଟ କୁଡ଼ିଆ କରି ପରିବାର ସହ ବସବାସ କରି ରୋହଆଯାନ୍ତି I ସପ୍ତାହକୁ ଥରେ ହିଁ ସହର ବଜାର କୁ ବିକ୍ରି ନମନ୍ତେ ଜାଲେଣି କାଠ ଓ ଅଙ୍ଗର ନେଇ ସହର ମୁହାଁ ହୋଇ ବିକ୍ରି କରି ସେଥିରୁ ଯାହା ଦି ପଇସା ମିଳେ ସେହି ପଇସାରୁ ଘର ପାଇଁ ସାପ୍ତାହିକ ଯାକ ବ୍ୟବହାର ପାଇଁ ସୌଦା ପତ୍ର ନେଇ ଯାଆନ୍ତି I ଏଥିରୁ ଯାହା ଚାଷ ଉପଯୁକ୍ତ ଚାଷ ଅମଳ ପାଇଁ ଆସ କରିଥାନ୍ତି ତାହା ନଭେମ୍ବର ମାସରେ ଅମଳ କୋର୍ଥାନ୍ତି I ଚାଷ ଅମଳ ପରେ ସହରିଆ ସାହୁକାରଙ୍କୁ ବିକ୍ରି କରି ପରିବାର ପାଇଁ ଆବଶ୍ୟକ ଖର୍ଚ୍ଚନ୍ତ କରି ପରିବାର ଗୁଜାର କରିଥାନ୍ତି II

କୁମ୍ଭାରି ପୁଟ ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ 

ବନ୍ଧୁଗାଁ ତା, ୮/୬/୨୬ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀପୁଟ ପଞ୍ଚାୟତ ଠାରେ ଆଜି ବିଡ଼ିଓ ଶ୍ରୀ ଅସିତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନ ସଚେତନତା ଅଭିଯୋଗ ଶୁଣାନୀ ହୋଇଯାଇଛି I ଆଜିର ଜନ ଶୁଣାନୀରେ ୪ ଗୋଟି ହୋଇଥିଲା ସେଥିରୁ ମୁକ୍ଷତ ଥିଲା ୨ ଟିର ସମାଧାନ ହୋଇଥିବା ବେଳେ ୨ ଟି ଅଭିଯୋଗ କୁ ଅଧିକାରିଙ୍କୁ ସୁପାରୀଶ ପାଇଁ ଦିଆଯାଇଛି I ଏଥିରେ ପଞ୍ଚାୟତ ର ସମସ୍ତ ଅଙ୍ଗନ ବାଡ଼ି, ଓ ଆଶା କାର୍ମି ଓ ଜଳ ବିଭାଗ, ଶିକ୍ଷା ବିଭାଗ, ବିଜୁଳି ବିଭାଗ, ପ୍ରାଣୀ ବିଭାଗ, ଓ ବ୍ଲକର ମଙ୍ଗଳ ସମ୍ଫ୍ରର୍ସାରଣ ବିଭାଗର ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ,ମିଶନ ଶକ୍ତି ର ଏମ.ବିକେ,ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଓ ପଞ୍ଚାୟତ କାର୍ଯ୍ୟା ଳୟର ପିଓ ଆର୍ଜୁନ ଖେମୁଣ୍ଡୁ ଓ ଯୋଗାଣ ସୟାୟକ, ଏଡିଓ ଙ୍କ ଉପସ୍ଥିତରେ ଆଜିର ଅଭିଯୋଗ ଶୁଣାନିର ବୈଠକ କୁ ସହାୟତା କରିଥିଲେ I ଏଥିସହ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାଇ ରଖିବାରେ ନିୟଜିତ ହୋଇଥିଲେ I ବ୍ଲକ ବିଭାଗିୟାଳ ଓ ପଞ୍ଚାୟତ ରୁ ଅନେକ ଛୋଟ ବଡ଼ ଓ ବୁଦ୍ଧିଜୀବୀ ମୋଟ ୩୪ ଜଣଙ୍କ ଉପସ୍ଥିତରେ ଆଜିର ଅଭିଯୋଗ ଶୁଣାନୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ହୋଇଥିଲା I

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ  

Sunil Chandra Nayak

ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!