ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ 

ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ 

ବାଲିଗୁଡ଼ା,ତା, ୦୯/୦୬: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପାଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ସେଥିରୁ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଏହି କାର ରେ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ପପୁ ରସ୍ତୋଗୀ , ଆଚ୍ଛେ ଲାଲ ସରୋଜ, ସନ୍ଦୀପ କୁମାର ପ୍ରଜାପତି ବୋଲି ପୋଲିସ ପ୍ରକାଶ କରିଛି । ପୋଲିସ ଜବତ କରିଥିବା ଟୟୋଟା କାର ସହ ୨୩ କେଜି ଗଞ୍ଜେଇକୁ ଜବତ କରିଥିବା ବେଳେ ଏହି ଘଟଣାରେ ବାଲିଗୁଡ଼ା ଥାନାରେ କେସ ନଂ-୧୪୩/୨୦୨୬ ରୁଜୁ କରି ଏହି ଗଞ୍ଜେଇ ଚାଲାଣ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚଳାଇଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା ମାମଲା… ଦୁଇ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍

masiha

ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ 

masiha

ଡ଼ାବୁଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା, ୧୭ ମୋଟରସାଇକେଲ ଜବତ, ୪ ଗିରଫ

Leave a Comment

error: Content is protected !!