ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର ବେଳାଭୂମିରେ ଗଂଜାମ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଗୋପାଳପୁର ବେଳାଭୂମିରେ ଗଂଜାମ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ 

ଗୋପାଳପୁର, ତା ୦୯/୦୬ ଆଜି ଗୋପାଳପୁର ସମୁଦ୍ର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଅତିରିକ୍ତ ଉପଜିଲ୍ଲାପାଳ ରୀନା କୁମାରୀ ନାୟକ, ତହସିଲଦାର ରାକେଶ କୁମାର ପରିଡା, ଡେପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ, ସମେତ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନେ ସମୁଦ୍ର ବେଳାଭୂମି ପରିସରରୁ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିଥିଲେ।

ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।  

ଉପଜିଲ୍ଲାପାଳ ଶ୍ରୀ କୁମାର ନିଜ ପ୍ରତିକ୍ରିୟାରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା ତାସହ ଜିଲ୍ଲା ତଥା ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ନାଗରିକମାନଙ୍କର ଦାୟିତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।

ପରିଗଣନା ଫର୍ମ (Enumeration Form) ବଣ୍ଟନ ପ୍ରକ୍ରିୟା ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ତା ପୂର୍ବରୁ ବି.ଏଲ୍.ଓ ଙ୍କ ସହିତ ଯୋଗାଯୋଗ କରି ପରିଗଣନା ଫର୍ମ ପୁରାଣ କରିନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Related posts

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୁଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ହିନ୍ଦୀ ଦିବସ ଅନୁଷ୍ଠିତ

Sunil Chandra Nayak

ଚହଗାଁଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

କୋକସରା ପଞ୍ଚାୟତ ସମିତି ବୈଠକ, ବିକଶିତ ଓଡିଶା ବିକଶିତ ଗାଁ ଉନ୍ନୟନ ପ୍ରକଳ୍ପ ଉପରେ ଫୋକସ

masiha

Leave a Comment

error: Content is protected !!