ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଲେ ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ ସ୍ୱର୍ଣ୍ଣ ପଦ ପାଇଲେ , ୨- ଏକ ମାସ ପରେ ପମ୍ଫ ରେ ପହଁଞ୍ଚିଲା ପେଟ୍ରଲ ଓ ଡିଜେଲ, ଗାଡି ଚଡ଼ା ଦରରେ ଭରୁଥିଲେ ତେଲ 

ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଲେ ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ ସ୍ୱର୍ଣ୍ଣ ପଦ ପାଇଲେ 

    ବନ୍ଧୁଗାଁ ତା-୯/୬/୨୬, ଗତ ୫ ଦିନ ଧରି ଚାଲିଥିବା ଜାତୀୟ ସ୍ତର ଭାରତ୍ତଳନ ଗତ ୪/୬/୨୬ ରୁ ୮/୬/୨୬ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ର ମଥୁରା ସହର ଠାରେ ଆୟୋଜିତ ହୋଇଥିବା ଜାତୀୟ ପାୱାର ଲିଫ୍ଟଙ୍ଗି ପ୍ରତିଯୋଗିତାରେ ରାୟଗଡା ଜିଲ୍ଲାର ହାସିନା ନାୟକ ନାମକ ଝିଅ ‌୪୪ କିଲ ବର୍ଗରେ ଖେଳି ୬୫ +୨୭+୮୦ ମୋଟ ୧୭୨ କିଲୋ ଓଜନ ଉଠାଇ ଶବ ଜୁନିଅର ଭାବରେ ଅଂଶ ଗ୍ରହଣ କରି ନିଜ ବର୍ଗରେ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟ ଶବ ଜୁନିଅର ବିଭାଗରେ ପାୱାର ଲିଫ୍ଟଙ୍ଗି ଚାମ୍ପିୟନ ହୋଇଛନ୍ତି। ହାସିନା ହେଉଛନ୍ତି ରାୟଗଡା ଜିଲ୍ଲାର ଆମ୍ବାଗୁଡା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅଭ୍ୟାସ କରନ୍ତି ପରୀକ୍ଷକ ଭାବରେ ଦୋରା କଣ୍ଡାଗୋରି ଓ ପିଙ୍କି ହୁଇକା ଏହି ଦୁଇଜଣ ହାସିନାଙ୍କ ପାଇଁ ପ୍ରଶିକ୍ଷକ ଭାବରେ ତାଲିମ ଦେଇଥାନ୍ତି I ହାସିନା ଭାରତ୍ତଳନ ରେ ପ୍ରଥମ ହୋଇ ସ୍ୱର୍ଣ୍ଣ ପଦକ ପାଇଥିବା ଖବର ରାୟଗଡା ଜିଲ୍ଲାବାସି ଶୁଣି ବହୁତ ଖୁସି ହବା ସହ ଆଜି ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଟ୍ରେନ ଷ୍ଟେସନ ଠାରେ ସାଙ୍ଗ ସାଥି ଅନ୍ୟାନ୍ୟ ଲୋକେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ଭଵ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ I ଏଥିରେ ସୀମିତ ନଥିଲା ହାସିନା ଙ୍କ ମାତା ପିତା ମଧ୍ୟ ହାସିନା ସ୍ୱର୍ଣ୍ଣ ପଦ ପାଇଥିବା ଖବର ଶୁଣିବା ପରେ ତାଙ୍କ ପରିବାରେ ବହୁତ ଖୁସି ହୋଇଥିବାର ଦେଖିବାକୁ ମିଳିଥିଲା I 

ଏକ ମାସ ପରେ ପମ୍ଫ ରେ ପହଁଞ୍ଚିଲା ପେଟ୍ରଲ ଓ ଡିଜେଲ, ଗାଡି ଚଡ଼ା ଦରରେ ଭରୁଥିଲେ ତେଲ 

ବନ୍ଧୁଗାଁ ତା, ୯/୬/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣ ପାଟଣା ଠାରେ ଗତ ଏପ୍ରିଲ ମାସଠାରୁ ପେଟ୍ରଲ ଓ ଡିଜେଲ ପମ୍ଫରେ ତେଲ ନଥିଲା I ଯାହା ଫଳରେକି ଲୋକେ ବାହାରରୁ ଆଣି ପେଟ୍ରଲ ଲିଟର ପିଛା ୧୨୦ ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ଦରରେ ବେପାରି ମାନେ ବିକ୍ରି କରି ମାଲାମାଲ ହୋଉଥିଲେ I ଏପଟେ ଗରିବ ଓ ଖଟିକିଆ ଓ ଗାଡି ମାଲିକ ମାନେ ବାଧ୍ୟ ହୋଇ ଚଡା ଦରରେ ବି ତେଲ ଗାଡିରେ ପକେଇବା ପାଇଁ ବାଧ୍ୟ ହୋଉଥିଲେ I ନାରାୟଣ ପାଟଣା ଓ ବନ୍ଧୁଗାଁ ଏହି ଦୁଇ ବ୍ଲକର ଅଞ୍ଚଳ ବାସି ନାରାୟଣ ପାଟଣାର ପେଟ୍ରଲ ପମ୍ଫ ଉପରେ ନିର୍ଭର କରିଥାନ୍ତି I ଏକ ମାସରୁ ଉର୍ଦ୍ଧ ଦିନ ଧରି ପମ୍ଫରେ ତେଲ ନଥିବାରୁ ଦୁଇ ବ୍ଲକ ବାସି ଙ୍କ ପାଇଁ ମୁଣ୍ଡ ବଥାର ଚିନ୍ତା ହୋଇଯାଇଥିଲା I ଦୁଇ ବ୍ଲକରେ ବର୍ତମାନ ସୁଧା ତେଲ ବ୍ୟବସାୟୀ ମାନେ ଚଡା ଦରରେ ତେଲ ବିକ୍ରି କରି ମାଲାମାଲ ହୋଉଛନ୍ତି I ଏତିକି ସମୟରେ ଆଜି ପେଟ୍ରଲ ଓ ଡିଜେଲ ଦୁଇଟି ଗାଡି ଆସି ପମ୍ଫରେ ପହଁଞ୍ଚିଚି ଓ ଆସନ୍ତା କାଲି ମଧ୍ୟ ଗୋଟିଏ ଡିଜେଲ ଗାଡି ଆସି ପମ୍ଫରେ ପହଞ୍ଚିବ ବଲି ବିଶେଷ ସୂଚନା ମିଳିଛି I ବର୍ତମାନ ଦୁଇଟି ତେଲ ଗାଡି ଆଥିବାର ଦେଖି ଅଞ୍ଚଳ ବାସିଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି I ବର୍ତମାନ ଲୋକେ ଚଡା ଦରରୁ ଅଳ୍ପ ମାତ୍ରାରେ ଆଶ୍ଵସ୍ତି ପାଇବେ ବଲି ଯାହା ଅନୁମାନ କରା ଯାଉଛି I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ବ୍ଯାପକ ଦୁର୍ନୀତିରେ ଚାଲିଛି ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର

masiha

ଚନ୍ଦ୍ରପୁର ରାସ୍ତା କାମରେ ହୋଇଥିବା ମହା ଘୋଟାଲାର ତଦନ୍ତ କଲେ ଲୋକାୟୁକ୍ତ

masiha

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!