ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା କାଲି ଠାରୁ ଛଅ ଦିନ ଧରି ଗଞ୍ଜାମର ଅଧିଷ୍ଟାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଗଞ୍ଜାମ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠର ରୂପରେଖ ବଦଳିଛି । ରାଜ୍ୟ ସରକାରଙ୍କ ଅନୁଦାନ ରାଶିରେ ହୋଇଛି ଉନ୍ନତିକରଣ । ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୁଉଚ୍ଚ ଭବ୍ୟ ମନ୍ଦିର ଏବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆସନ୍ତାକାଲି ମା’ଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଛଅ ଦିନ ଧରି କାର୍ଯ୍ୟକ୍ରମ ଜାରି ରହିବାକୁ ଥିବା ବେଳେ ୧୮ ତାରିଖରେ ଏଥିରେ ସାମିଲ ହେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପୂଣ୍ୟତୋୟା ଋଷିକୁଲ୍ୟା ମୁହାଣର ବଣ ପାହାଡ଼ ଘେରା ଏହି ପୀଠ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜ୍ୟ ସରକାରଙ୍କ ଅନୁଦାନରେ ମନ୍ଦିରର ହୋଇଛି ସୌନ୍ଦର୍ଯ୍ୟକରଣ । ୨୦୦୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ କାମ ସରିଥିବା ବେଳେ ୧୫ ତାରିଖରୁ ୬ ଦିନ ବ୍ୟାପୀ ଆୟୋଜିତ ହେବ ପ୍ରତିଷ୍ଠା ଉତ୍ସବ । ଏନେଇ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

୧୫ତାରିଖ ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ, ୧୬ ତାରିଖରେ ଜଳଯାତ୍ରା, ଯଜ୍ଞ ଆରମ୍ଭ ସହ ୧୭ତାରିଖ ସୂର୍ଯ୍ୟପୂଜା, ବ୍ରାହ୍ମଣ ବରଣ କରାଯିବ । ୧୮ରେ ଦଶ ମହାବିଦ୍ୟା, ତ୍ରିଶୁଳ, ଧ୍ୱଜ ଓ ଦେବତା ସ୍ନାନ କରାଯାଇ ୧୯ରେ ଦେବତା ଓ ଆୟୁଦ୍ଧ ଧ୍ୱଜ ନାଶ ଏବଂ ଶେଷଦିନରେ ଧ୍ୱଜ, ପାର୍ଶ୍ୱ ଦେବତା, ସ୍ଥାପନ ସହ ଅଖଣ୍ଡ ନାମଯଜ୍ଞ, ଘ୍ରୁତଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ୬ ଦିନିଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ବ୍ରାହ୍ମଣ, ସନ୍ଥ, ଭକ୍ତଙ୍କ ସମାଗମ ହେବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବୁଢ଼ାରଜା ଦଶରା ପାଇଁ ଚଳଚଞ୍ଚଳ ଆମପାଣି 

Sunil Chandra Nayak

ମମତା ସାହୁ ଙ୍କ କବିତା ତୁମେ ଯେବେ ମନେ ପଡ଼

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧନ୍ୟ ହେ ମହାତ୍ମା

Sunil Chandra Nayak

Leave a Comment

error: Content is protected !!