ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ଛାତ୍ରଛାତ୍ରୀଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥଳୀ ଓ ସମାଧିସ୍ଥଳ ପରିଦର୍ଶନ

ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ଛାତ୍ରଛାତ୍ରୀଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥଳୀ ଓ ସମାଧିସ୍ଥଳ ପରିଦର୍ଶନ

ରାଇରଙ୍ଗପୁର -୧୧/୦୬ ଶହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ତରଫରୁ ଜୁନ ୫ ରୁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଅଲଚିକି ମାଗଣା ଲିଖନ ଓ ପଠନ ଶିକ୍ଷା ଓ ଶେଷରେ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନର ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ଏକ ଘରୋଇ ବସରେ ଅନୁଷ୍ଠାନ ତରଫରୁ ସାନ୍ତାଳି ଲିପି ଅଲଚିକି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଙ୍କ ଜନ୍ମସ୍ଥଳୀ,କର୍ମ ସ୍ଥଳୀ ଓ ସମାଧିସ୍ଥଳ ଦାଣ୍ଡଵୋଷ ଗାଁକୁ ଯାଇ ସେଠାରେ ପରିଦର୍ଶନ କରିଥିଲେ ।ତଦସହ ତାଙ୍କ ସମାଧିପୀଠ କାପିଡୁଙ୍ଗୁରୀକୁ ଯାଇଥିଲେ ।ସେଠାରେ ତାଙ୍କର ସମାଧି ସ୍ଥଳରେ ପୂଜାର୍ଚନ ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।ସେଠାରେ ମଧ୍ୟ ତାଙ୍କର ସାଧନା ଗୃହ ପରିଦର୍ଶନ କରିଥିଲେ ।ତାଙ୍କର ଜୀଵନଚର୍ଯ୍ଯା ଉପରେ ବରିଷ୍ଠ ସେବା ନିବୃତ ଅଧିକାରୀ ତଥା ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ୍ ଟ୍ରଷ୍ଟ ର ଉପଦେଷ୍ଟା ଲକ୍ଷ୍ମଣ ମାଝୀ,ଟ୍ରଷ୍ଟ ଅଧ୍ୟକ୍ଷ ଚୁନିୟାନ ରଘୁ ମୁର୍ମୁ,ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ପ୍ରତିଷ୍ଠାତା ମନୋରଞ୍ଜନ ହାଁସଦା,ଟ୍ରଷ୍ଟର ବରିଷ୍ଠ ସଦସ୍ୟ ମୋଚିରାମ ହେମ୍ବ୍ରମ, କିସ୍ ବାରିପଦା ଅଧ୍ୟକ୍ଷ ଗଣେଶ ମିଶ୍ର ,ଉପଦେଷ୍ଟା ଗୋପାଳ ମହାନ୍ତି,ବରିଷ୍ଠ ସଦସ୍ୟ ଅଧ୍ୟାପକ ବିଜୟ ରାମ,ଅଲ୍ ଇତୁନ୍ ଆଶ୍ରାର ସଭାପତି ରଵୀନ୍ଦ୍ର ମୁଖୀ,ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ସାମ୍ବାଦିକ ଛୋଟରାୟ ମାଝୀ,ସାମ୍ବାଦିକ ପରେଶ୍ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ଅତିଥିଗଣ ସାନ୍ତାଳୀ ମହାନ ସାରସ୍ବତ ସାଧକ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ତ୍ଯାଗପୂତ ଜୀବନ ଉପରେ ପିଲାମାନଙ୍କୁ ବୁଝାଇଥିଲେ ।ଚୁନିରାମ ରଘୁମୁର୍ମୁ ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସୋଭେନିଅର,କଲମ,ସାନ୍ତାଳୀ କେଲେଣ୍ଡର ପ୍ରଦାନ କରିଥିଲେ ।ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପ୍ରେରଣା ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

masiha

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…

masiha

Leave a Comment

error: Content is protected !!