ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମ ନୁହେଁ – ଶିକ୍ଷା ର ସୁନିଶ୍ଚିତ ପାଇଁ ଯୁବ ସମାଜ ର ସଂକଳ୍ପ

ଶ୍ରମ ନୁହେଁ – ଶିକ୍ଷା ର ସୁନିଶ୍ଚିତ ପାଇଁ ଯୁବ ସମାଜ ର ସଂକଳ୍ପ

ବ୍ରହ୍ମପୁର, ତା-୧୨-୦୬-୨୦୨୬ରିଖ, ଆଇ. ଏସ୍. ଆର୍. ଡି- ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ ବ୍ରହ୍ମପୁର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖ ଠାରୁ ପଦଯାତ୍ରା କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ନିଗମର ଆଯୁକ୍ତ କୁମାରୀ ଆକବରମ ସସ୍ୟ ରେଡ୍ଡୀ ସବୁଜ ପତାକା ଦେଖାଇ ଉଦ୍ଘାଟିତ କରି ଶ୍ରମ ନୁହେଁ – ଶିକ୍ଷା ର ସୁନିଶ୍ଚିତ ପାଇଁ ଆହ୍ଵାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବ ସମାବେଶକୁ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ଶିଶୁ ଶ୍ରମିକ ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଯୁବକ ମାନଙ୍କୁ ଅନୁରୋଧ କରିବାସହ ଶିଶୁ ମାନଙ୍କର ଅଧିକାରକୁ ସାବ୍ୟସ୍ଥ କରିବା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୁଶ୍ରୀ ରାଜଶ୍ରୀ ଦାସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ, ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସେନାପତି ସହକାରୀ ଶ୍ରମ ଅଧିକାରୀ- ଗଞ୍ଜାମ, ଶ୍ରୀଯୁକ୍ତ ମହେଶ୍ଵର ବରାଡ଼- ଆବାହକ ଶିଶୁ ସୁରକ୍ଷା ବିରୋଧୀ ମଞ୍ଚ, ଗଞ୍ଜାମ ଶାଖା; ଶ୍ରୀଯୁକ୍ତ ଦେବାନନ୍ଦ ଦାଶ, ନିର୍ଦ୍ଦେଶକ- କ୍ରାନ୍ତି, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଗାୟତ୍ରୀ ଶକ୍ତି ପୀଠ, ଶ୍ରୀ ଗୀତ ଗୋବିନ୍ଦ ପ୍ରମୁଖ ଯୋଗ ଦେଇ ସମ୍ଭାବନା ଥିବା ଶିଶୁ ଶ୍ରମିକ ପରିବାରଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗକୁ ଅନୁରୋଧ କରିଥିଲେ । ରାଜ୍ୟରେ ଶିଶୁ ଶ୍ରମିକ ଦୂରୀକରଣ ଓ ଶିଶୁ ଅଧିକାରକୁ ସାବ୍ୟସ୍ଥ କରିବା ପାଇଁ ରାଜ୍ୟ ସରକାରଙ୍କ ୧୧ଟି ବିଭାଗ କାମ କରୁଥିଲେ ମଧ୍ୟ ସମନ୍ନୟର ଅଭାବ ରହୁଛି ବୋଲି ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ତଥା ନିର୍ଦ୍ଧେଶକ ଆଇ, ଏସ, ଆର, ଡି ସୁଧୀର ସାବତ ପରି ପ୍ରକାଶ କରିଥିଲେ ।
ବ୍ରହ୍ମପୁର ସହରର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଯୁବକ, ସାମନ୍ତରାୟ ଏକାଡେମୀ ଛାତ୍ର, ଖଲ୍ଲିକୋଟ କଲେଜର ଜାତୀୟ କ୍ୟାଡେଟ୍ କର୍ପସ୍ (ଏନ, ସି, ସି) ଛାତ୍ର ଓ ଛାତ୍ରୀ, ଆଇ, ଏସ, ଆର, ଡି ରତ ଶିଶୁ ଶ୍ରମିକ ଉପରେ ଶିକ୍ଷାନବିଶ କରୁଥିବା ଖଲ୍ଲିକୋଟ କଲେଜ, ମହାମୟୀ କଲେଜ, ସିଟି କଲେଜର ଛାତ୍ର ଛାତ୍ରୀ ଯୋଗଦେଇ ଶପଥ ପାଠ କରିଥିଲେ । ୱାନ ଷ୍ଟପ ସେଣ୍ଟରର କେନ୍ଦ୍ରୀୟ ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ପାଢୀ, ଗୋପାଳ କୃଷ୍ଣ ଦଳବେହେରା, ସ୍ନେହାମୟୀ ପାଢୀ, ଆସ୍କିଲା ରାଇକା, ଐଶ୍ଵରୀୟା ସାବତ, ପ୍ରୀତି ସରିତା, ଶୟନୀ ମଲ୍ଲିକ, ବି ସୁନିତା, ପାର୍ବତୀ ମଲ୍ଲିକ, ବଜରଙ୍ଗ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts

ବିକାଶଠୁ ବହୁତ ଦୂରରେ ମଢେଇକଚା ପଞ୍ଚାୟତ/ଜିଲ୍ଲାପାଳଙ୍କ ପ୍ରତିଶୁତି କାର୍ଯ୍ୟକାରୀ କେବେ?

masiha

ବାରିପଦା ରଜ ମୌଜ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ପାଳିତ

masiha

କଳସୀ ମଣ୍ଡେଇ ନିମନ୍ତେ ନୂତନ କମିଟି ଗଠନ 

Sunil Chandra Nayak

Leave a Comment

error: Content is protected !!