ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧୋବେନପଡା ମା ହିଙ୍ଗୁଳା ଦେବୀ ଙ୍କ ଝାଞ୍ଜିମଡା ଯାତ୍ରା ମହୋତ୍ସବ ପାଳିତ

କୋକସରା,୧୪/୫-( ମ ନି ସ ) ବିଶ୍ୱାସ ଅଛି ମା ଙ୍କୁ ମନାସୀଲେ ଦୁଃଖ ଦୂର ହୋଇ ସୁଖ ମିଳେ । ଏଥି ପାଇଁ ମା ହିଙ୍ଗୁଳା ଦେବୀ ଙ୍କୁ ପୂଜା କରାଯାଇଥାଏ ବୋଲି ମୂଳକିଆ ପରିବାର ଲୋକେ କୁହନ୍ତି। କୋକସରା ବ୍ଲକ ମହିମା ପଞ୍ଚାୟତ‌ ଧୋବେନପଡା ଠାରେ ମୂଳକିଆ ପରିବାର ର ଆୟୋଜନ କ୍ରମେ ମୂଳକିଆ ପରିବାର ର ଆରାଧ୍ୟ ଦେବୀ ମା ହିଙ୍ଗୁଳା ଦେବୀ ଙ୍କ ଯାତ୍ରା ମହୋତ୍ସବ ତଥା ଝାଞ୍ଜି ମଡ଼ା ଯାତ୍ରା‌ ଶୁକ୍ରବାର ଓ‌ ଶନିବାର ୨ ଦିନ ଧରି ପାଳିତ ହୋଇଯାଇଛି। ଝାଞ୍ଜିମଡ଼ା ଓ ମାଆଙ୍କ ଦର୍ଶନ ସକାଶେ ଧୋବେନପଡା ଗ୍ରାମ ରେ ୨ ଦିନ‌ ଧରି ଭକ୍ତ ଙ୍କ ସମାଗମ ହୋଇଥିଲା। ଯାତ୍ରାଟି ପ୍ରତି ୫ ବର୍ଷ ଅନ୍ତରରେ ପାଳିତ ହୋଇଥିବା ବେଳେ ମୂଳକିଆ ପରିବାର ରୀତି ନିତୀ ଓ ନିର୍ଦ୍ଧାରିତ ସମୟରେ ପାଳିତ ହୋଇ ଯାଇଛି । ଚଳିତ ବର୍ଷର ମଧ୍ୟ ନିର୍ଦ୍ଧାରିତ ସୂଚୀ ଅନୁସାରେ ପାଳନ ହୋଇଥିଲା।ଶୁକ୍ରବାର ସକାଳେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ରେ‌ ବାସ କରୁଥିବା ସମସ୍ତ ମୂଲକିଆ ପରିବାର ବର୍ଗ ନିଜ ‌ନିଜ ର‌ ଦେବା ଦେବୀ ଲାଠି କୁର୍ଚି ଧରି ଧୋବେନପଡା କୁ ପହଞ୍ଚି ଥିଲେ । ପରେ ଦେବା ଦେବୀଙ୍କ କୁର୍ଚି ଓ ଲାଠି କୁ ସ୍ଥାନୀୟ ପୁଝାରୀ ସହ ବଂଶଜ ମାନେ ବନ୍ଦାପନା କରି ସ୍ବାଗତ କରି ହିଙ୍ଗୁଳା ଦେବୀ ମା ଙ୍କ ମନ୍ଦିର ପରିସରକୁ ପାଛୋଟି ନେଇ ଯାଇଥିଲେ। ପରେ ମନ୍ଦିର ନିକଟରେ ଝାଞ୍ଜି ମଡ଼ା ପଡ଼ିଆରେ ମାଟି ଖୋଳି ତିଆରି କରିଥିବା ଖନ୍ଦାରେ ନିଆଁ ଜାଳିଥିଲେ। ଅପରାହ୍ନରେ ‌ଦେବାଦେବୀଙ୍କ କାଳସୀ ମାନେ ନିଆଁ ରେ ଚାଳିଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ଲୋମ ହର୍ଷଣକାରୀ ଥିଲା । ସନ୍ଧ୍ୟା ରେ ମନ୍ଦିର ପରିସରରେ ଆସି ଥିବା ସମସ୍ତ ଦେବାଦେବୀ ଙ୍କ ଲାଠି କୁ ରଖି ପୂଜାର୍ଚ୍ଚନା କରିଥିଲେ। ରାତ୍ର ରେ ମନୋରଂଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା ର ଆୟୋଜନ କରାଯାଇ ଥିଲା । ଶନିବାର ସକାଳୁ ପୁନର୍ବାର ସମସ୍ତ ଦେବଦେବୀ ଙ୍କୁ ବିଧିମତେ ପୂଜା କରିଥିଲେ ‌ଓ‌ ମାନସିକଧାରି ମାନେ ଭୋଗ ଦେଇ ମାଙ୍କ ଆଶିର୍ବାଦ ଭିକ୍ଷା କରିବାପରେ ସାମୁହିକ ଭାବରେ ପ୍ରସାଦ ଗ୍ରହଣ କରିଥିଲେ। ଅପରାହ୍ନ ରେ ନିଜ ନିଜ ଗ୍ରାମ ମାନ ଙ୍କୁ ଦେବାଦେବୀ ଙ୍କ ଲାଠି କୁର୍ଚି ପ୍ରତ୍ୟାବର୍ତନ କରିଥିଲେ। ଏହି ଝାଞ୍ଜିମଡ଼ା ଯାତ୍ରା ରେ ନବରଙ୍ଗପୁର ଜିଲ୍ଲା କୋକଡ଼ାଗୁଡା ,ପୁଝାରୀଗୁଡା, ଛାରଗାଁ , ମୋଏଲୀ, ଚନ୍ଦ୍ରପୁର, ଉଷୀଗାଁ, ଓ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ସାରଦାପୁର,ପିପଲଗୁଡା, ଲୁହାବାହାଲ, ସୁବିଗୁଡା ଓ କୋକସରା ବ୍ଲକ ର ଘଣ୍ଟିଗୁଡା, ମାଲପଡା, କର୍ଲାପଡା, ଭୁର୍ଷାଗୁଡା ଗ୍ରାମର ଦେବାଦେବୀ ଙ୍କ ଲାଠି ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ ଦେବିସିଂ ମୂଲକିିଆ, ଡମ୍ବରୁଧର ମୂଲକିଆ, ଫକୀର ମୂଲକିଆ, ବାନ୍ଦେବ ମୂଲକିଆ, ପରିଚାଳନା କରିଥିବା ବେଳେ ଶୁକୁରୁ ପୁଝାରୀ, ନୀଳାମ୍ୱର ମାଝୀ , ସଞ୍ଜିବ ମୂଲକିଆ ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜା କମିଟି ର ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ।

Related posts

ଓଡିଆ ଭାଷା ବିକାଶ ମଞ୍ଚ ର କବି ବିନୋଦଚନ୍ଦ୍ର ନାୟକ ଜୟନ୍ତୀ ପାଳନ

Sunil Chandra Nayak

ଖଡ଼ିଆଳ କ୍ଲବ ପକ୍ଷରୁ ସହାୟତା, ସେବା ପ୍ରଦାନରେ ସହଯୋଗ ନେଇ ବେଟ୍ରି ଚଳିତ ସ୍କୁଟି ପ୍ରଦାନ

Sunil Chandra Nayak

ପଲସାଗୋରାରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସଭା

Sunil Chandra Nayak

Leave a Comment

error: Content is protected !!