ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷତ ବେଳେ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷତ ବେଳେ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା : ଭୁବନେଶ୍ୱର ଗସ୍ତରେ ଥିବା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭାଇ ସ୍ବର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ମୃତି ସଭାରେ ଯୋଗଦେବା ପାଇଁ ତାଙ୍କ ଜନ୍ମମାଟି କେନ୍ଦୁଝରକୁ ଯାଇ ସେଠାର ଆୟୋଜିତ ସ୍ବର୍ଗତ ଦୀନବନ୍ଧୁଙ୍କ ସ୍ମୃତି ସଭାରେ ଯୋଗଦେଇ ସ୍ବର୍ଗତ ଦିନବନ୍ଧୁ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ରଘୁନାଥପଲ୍ଲୀ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କରିଥିଲେ । ଏହି ଚର୍ଚ୍ଚା ସମୟରେ ବିଧାୟକ ଶ୍ରୀତନ୍ତୀ ନିଜ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ନେଇ ନିଜ ବିଚାର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ ।ଏହି ସାକ୍ଷାତ ଆଲୋଚନା ସମୟରେ ବିଧାୟକ ଶ୍ରୀ ତନ୍ତୀ ନିଜ ଅଞ୍ଚଳର ବିକାଶକୁ ନେଇ ପୂର୍ବରୁ ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପ୍ରଦାନ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

masiha

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ

Sunil Chandra Nayak

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

masiha

Leave a Comment

error: Content is protected !!