ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ !  ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

ଭୂବନେଶ୍ବର ଏମ୍ସ ସିଇଓଙ୍କ ରାଇରଙ୍ଗପୁର ଗସ୍ତ ! 

ଆସନ୍ତା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏମ୍ସର ଅଭିଜ୍ଞ ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ନିଃଶୁଳ୍କ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ନେଇ ସୂଚନା

ରାଇରଙ୍ଗପୁର – ୧୩/୦୬ ଆସନ୍ତା ୧୯ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ରାଇରଙ୍ଗପୁର ଗସ୍ତ ରହିଛି ।ଏହାକୁ ନେଇ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ସହିତ ସମସ୍ତ ବିଭାଗ ନିଜ ବିଭାଗର କାର୍ଯ୍ୟକାରିତା ନେଇ ତତ୍ପରତା ଦେଖାଇଛନ୍ତି ।ଆଜି ଭୂବନେଶ୍ଵରର ଏମ୍ସ ର କାର୍ଯ୍ଯନିର୍ଵାହୀ ଅଧିକାରୀ ତଥା ସିଇଓ ଡଃ ଆଶୁତୋଷ ବିଶ୍ବାସ,ମେଡିକାଲ ଡାଇରେକ୍ଟର ଡଃ ପ୍ରଭାସ ରଞ୍ଜନ ତ୍ରିପାଠୀ,ବିଡ଼ିଏ ଲେଫଟନାଣ୍ଟ କର୍ଣ୍ଣେଲ ଅଜିତ ସରକାର ,ଲୋକ ସମ୍ପର୍କ ଅଧିକାରୀ ( ପିଆଓ) ରାଜକିଶୋର ଦାସ,ସହକାରୀ ପ୍ରଶାସନିକ ଅଧିକାରୀ ଦିବ୍ୟ ପଟନାୟକ,ମୟୂରଭଂଜ ଜିଲ୍ଲା ସିଡିଏମଓ ଡଃଧନଞ୍ଜୟ ମହାନ୍ତ,ବରିଷ୍ଠ ସାମ୍ବାଦିକ ପ୍ରୟାଗ ରାଜ କର ପ୍ରମୁଖ ରାଇରଙ୍ଗପୁର ଗସ୍ତରେ ଆସି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସମସ୍ତ ବିଭାଗ ଅନୁଧ୍ୟାନ କରିଛନ୍ତି । ତାଙ୍କୁ ସହାୟତା କରିଥିଲେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡଃ ରବୀନ୍ଦ୍ରନାଥ ମାରାଣ୍ଢି,ହସ୍ପିଟାଲ ମେନେଜର ଅଶୋକ ଗୋଛାୟତ ।ଏହି ଉପଖଣ୍ଡ ଚିକିତ୍ସାଳୟରେ ଆସନ୍ତା ୧୯ ତାରିଖ ଦିନ ଏମ୍ସ ତରଫରୁ ଅଭିଜ୍ଞ‌ ସମସ୍ତ ବିଭାଗର ଚିକିତ୍ସା ବିଶେଷଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ନିଃଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।ବିଶେଷତଃ ଵାମନଘାଟୀ ଉପଖଣ୍ଡ ଏବଂ କରଞ୍ଜିଆ ଉପଖଣ୍ଡର କ୍ରୋନିକ ରୋଗୀ଼ମାନେ ଏଠାରେ ବିଶେଷଜ୍ଞଙ୍କୁ ଦେଖାଇ ପରାମର୍ଶ ନେଇ ପାରିବେ ।ଏଠାରେ ହାର୍ଟ,ସ୍ନାୟୁ ରୋଗ,ମେଡିସିନ,ଚକ୍ଷୁ,ନାନା,ଗଳାକର୍ଣ, ପେଡିୟାଟ୍ରିକ,ସର୍ଜରୀ,କିଡନୀ,ମେଡିସିନ,ପ୍ରସୂତୀ ବିଭାଗର ତଥା ସବୁ ରକମର ଚିକିତ୍ସା ଅନୁଷ୍ଠିତ ହେବ । ଏଥିପାଇଁ କିଭଳି କେଉଁ ସ୍ଥାନରେ ଡାକ୍ତରମାନେ ପରୀକ୍ଷା କରିବେ ଏବଂ ରୋଗୀମାନେ ସହଜରେ ଡାକ୍ତରଙ୍କୁ ରୋଗ ବିଷୟରେ ପରାମର୍ଶ ନେବେ ସ୍ଥିତି ପରୀକ୍ଷା କରିଥିଲେ । ତେଣୁ ସମସ୍ତ ଅଞ୍ଚଳର ରୋଗୀମାନେ ହାତପାହାନ୍ତାରେ ଚିକିତ୍ସା ସୁବିଧା ନେବାକୁ ଏମ୍ସ ତରଫରୁ ନିବେଦନ କରାଯାଇଛି ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

Sunil Chandra Nayak

ଆମ ପୁଲିସର ବୈଠକ

ଡାବୁଗାଁରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!