ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଆମ୍ବପୁଅl ଶାଖା ଉଦଘାଟିତ

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଆମ୍ବପୁଅl ଶାଖା ଉଦଘାଟିତ 

ଆସିକା, ୧୪/୬/୨୬(ଶିବ ଶଙ୍କର ମିଶ୍ର ) ଆଜି ବାଙ୍ଗରଡା ପଞ୍ଚାୟତ ସ୍ଥିତ ଆମ୍ବପୁଅl ଗ୍ରାମରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ନବ ନିର୍ମିତ ଗୃହ ସୁଖ ଶାନ୍ତି ଭବନ ଉଦଘାଟିତ ହୋଇଯାଇଛି l ଏହି ପାଠଶାଳାକୁ ସେବାର୍ପିତ ଉତ୍ସର୍ଗ କରିବା ଅବସରରେ ବ୍ରହ୍ମପୁର ସବ ଜୋନ୍ ପ୍ରଭାରୀ ରାଜ ଯୋଗିନୀ ମାଳା ଦିଦି ପ୍ରକାଶ କରିଥିଲେ ଯେ ୧୯୮୭ ମସିହାରେ ଆମ୍ବପୁଅl ଗ୍ରାମର ଦିବଙ୍ଗତ ବ୍ରହ୍ମାକୁମାର ନରହରି ପାତ୍ରଙ୍କ ଅନୁରୋଧ କ୍ରମେ ବ୍ରହ୍ମପୁର ସବଜୋନ୍ ର ତତ୍କାଳୀନ ମୁଖ୍ୟ ପ୍ରଭାରୀ ରାଜ ଯୋଗିନୀ ମଞ୍ଜୁଦିଦିଙ୍କ ଦ୍ଵାରା ଆମ୍ବପୁଅl ଗ୍ରାମରେ ପରମାତ୍ମା ଶିବ ପିତାଙ୍କ ସନ୍ଦେଶ ପ୍ରଦାନ କରିବା ଉଦ୍ଦେଶ୍ଯରେ ଆରମ୍ଭ ହୋଇ ଥିବା ଏହି ପାଠଶାଳା ଅଞ୍ଚଳର ସହସ୍ରାଧିକ ପରିବାରରେ ସହଜ ରାଜଯୋଗ ଶିକ୍ଷା ଦ୍ୱାରା ସୁଖ ଶାନ୍ତି ଆଣି ଦେଇଛି l କାର୍ଯ୍ୟକ୍ରମ ପରିଚାଳନା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ କରିଥିବା ବେଳେ କାର୍ଯ୍ୟକ୍ରମରେ ରାଜଯୋଗିନୀ ଅର୍ଚନା, ସନ୍ତୋଷୀନୀ, ଭାଗ୍ୟଲତା, ସୁଜ୍ଞାନୀ, ଜ୍ଯୋତି, କସ୍ତୁରୀ, ନିଶି, ନର୍ମଦା, ନୀଳିମା ଆଦି ସହଯୋଗ କରିଥିଲେ l କାର୍ଯ୍ୟ କ୍ରମରେ ବlଙ୍ଗରଡା ସରପଞ୍ଚ ପ୍ରତିନିଧି ଚିତ୍ରସେନ ବିଶ୍ଵାଳ, ପୂର୍ବତନ ସରପଂଚ ପ୍ରତିନିଧି କାମରାଜୁ ଭୋଳଙ୍କ ସହିତ ବ୍ରହ୍ମପୁର ସବ ଜୋନ୍ ର ସହସ୍ରାଧିକ ଭଉଣୀ ଭାଇ ଯୋଗ ଦେଇଥିଲେ l

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆସନ୍ତା ୨ରୁ ୧୨ …

masiha

ବନବାସୀ ଙ୍କ ମଧ୍ୟରେ ବନ୍ଧୁ ମିଳନ , ଜଙ୍ଗଲ ଗ୍ରାମ କୁ ନେଇ ପଞ୍ଚାୟତ ଓ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ନେଇ ଦାବି

Sunil Chandra Nayak

Leave a Comment

error: Content is protected !!