ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧଦିବସ ଅବସରରେ ଜଳେଶ୍ୱରରେ ସ୍ବଚ୍ଛଭାରତ ଅଭିଯାନ

ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧଦିବସ ଅବସରରେ ଜଳେଶ୍ୱରରେ ସ୍ବଚ୍ଛଭାରତ ଅଭିଯାନ

ଜଳେଶ୍ଵର,୧୪/୬(ମନିସ)-କେନ୍ଦ୍ର ସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଓ ସଂକ୍ରାନ୍ତି ପୁରୁଷ ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧଦିବସ ଅବସରରେ ଉତ୍ତର ବାଲେଶ୍ବର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଇନଜୀବି ଫାଲଗୁନି ପାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ ସ୍ବଚ୍ଛଭାରତ ଅଭିଯାନରେ ଜଳେଶ୍ବର ବ୍ଲକ ପରିସରରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମାଲ୍ୟାର୍ପଣ କରାଯାଉଛି l ଉକ୍ତ କାର୍ଯ୍ୟକ୍ରମରେ ଜଳେଶ୍ବରର ବିଡ଼ିଓ ଗୌରାଙ୍ଗ ଘୋଷ, ନଗର ମଣ୍ଡଳ ସଭାପତି ଶିବନାରାୟଣ ମହାପାତ୍ର , ସାଧାରଣ ସଂପାଦକ ସମର କରଣ, ବରେନ୍ଦ୍ର ପରିଡ଼ା, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦୁମତୀ ଗିରି, ଜିଲ୍ଲା ସମ୍ପାଦିକା ଦେବଜାନୀ ଅଣ୍ଡିଆ, ମଞ୍ଜୁଳିକା ଘୋଷ, ମାଳତୀ ଦତ୍ତ, ସୁମତି ରଣା, ବରିଷ୍ଠ ଆଇନଜୀବୀ ସୁକୁମାର ରଣା, ଅନନ୍ତ ଦାସ, ଅଞ୍ଜନ ଦାସ,ଅନୁପ ରାଜ, ରଞ୍ଜିତ ପାତ୍ର, ରଞ୍ଜନ ପାଲ, କାଶୀରାମ ପାଲ, ରଞ୍ଜନ ପାତ୍ର, ରାମକୃଷ୍ଣ ମାଝୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ ଯୁବମୋର୍ଚ୍ଚା ଭାଇମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ 

Sunil Chandra Nayak

ହାତୀ ଆକ୍ରମଣରେ ଚାଷୀ ମୃତ   

Sunil Chandra Nayak

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

masiha

Leave a Comment

error: Content is protected !!