ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ ଚିରଦିନ ରହିବେ

ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ ଚିରଦିନ ରହିବେ

‘ଦି ଇନିସିଏଟିଭ’ ପକ୍ଷରୁ ଶୋକସଭା ଆୟୋଜିତ 

ଭବାନୀପାଟଣା,୧୪/୦୬- ଦୁର୍ଦ୍ଦିନ ମଧ୍ୟରେ ଥିବା ୧୯୬୫-୬୬ ମସିହାର କଳାହାଣ୍ଡିରେ ଜଣେ ଯୁବ ପ୍ରଶାସକ ଭାବେ ଯୋଗଦେଇ ବିକାଶର ବୀଜ ବପନ କରିବା, ଏ ଜିଲ୍ଲାବାସୀଙ୍କୁ ଲଢ଼ିବାର ବାଗ ଶିଖେଇବା ସହିତ ନିଜ ଲେଖନୀ ମୂନରେ ଆଜୀବନ କଳାହାଣ୍ଡିର ସ୍ମୃତିକୁ ସାଇତି ରଖିଥିଲେ ବିଶିଷ୍ଟ ଲେଖକ, କବି ତଥା କଳାହାଣ୍ଡିର ତତ୍କାଳୀନ ଜିଲ୍ଲାପାଳ ଡ. ଜଗନାଥ ପ୍ରସାଦ ଦାସ। ଜଣେ ପ୍ରଶାସକ ଭାବେ ନିଜର ଚାରିବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଜିଲ୍ଲାର ଉନ୍ନତି ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ।ସେହିପରି ଜିଲ୍ଲାର ଘରେ ଘରେ ସୁପରିଚିତ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ପଲଉ ପ୍ରଧାନ ନିଜ ଜୀବନକାଳର ଅର୍ଦ୍ଧାଧିକ ସମୟ ଏ ଜିଲ୍ଲାର ପୀଡ଼ିତ ଶିଶୁମାନଙ୍କୁ ନିରୋଗ ଜୀବନ ଜୀଇଁବାର ରାହା ଦେଖାଇଥିଲେ। ଗରିବ ଓ ଅସହାୟ ପିତାମାତା ଓ ସେମାନଙ୍କ ଶିଶୁମାନଙ୍କ ପାଇଁ ସେ ଦେବଦୂତ ଭାବେ ଆବିର୍ଭାବ ହୋଇଥିଲେ। କଳାହାଣ୍ଡି ମାଟି ପାଇଁ ସେମାନଙ୍କ ତ୍ୟାଗ ଓ ଅବଦାନ ଯୋଗୁଁ ଉଭୟ ବ୍ୟକ୍ତିତ୍ୱ ଜିଲ୍ଲାବାସୀଙ୍କ ସ୍ମୃତିରେ ଚିରଦିନ ଅମର ହୋଇ ରହିବେ ବୋଲି ଆଜି ଅଗ୍ରଣୀ ସଂଗଠନ ‘ଦି ଇନିସିଏଟିଭ’ ଆୟୋଜିତ ଶୋକସଭାରେ ଅତିଥିମାନେ ସ୍ମୃତିଚାରଣ କରିବା ସହିତ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ହୋଟେଲ ଭାଗିରଥୀ ଇନ ସମ୍ମିଳନୀ କକ୍ଷରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା। ‘ଦି ଇନିସିଏଟିଭ’ର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ବାର ଏସୋସିଏସନର ସଭାପତି ସନ୍ତୋଷ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, କବି ଲେଖକ ଓ ଗବେଷକ ତଥା ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପରମେଶ୍ୱର ମୁଣ୍ଡ, ଶିକ୍ଷାବିତ ଝସକେତନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। କବି ଓ ଲେଖକ ବିରଞ୍ଚି ନାରାୟଣ ମୁଣ୍ଡ ସଭା ପରିଚାଳନା କରିଥିବାବେଳେ ଦି ଇନିସିଏଟିଭର ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଶେଷ ସ୍ପର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଗାଳ୍ପିକ ସୁକାନ୍ତ ସାହୁ, ସ୍ୱାଗତ ଆଇଟିସିର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ଶିକ୍ଷାବିତ ବେଦବ୍ୟାସ ପ୍ରଧାନ, ଦି ଇନିସିଏଟିଭର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ସମାଜ ସଂଗଠକ କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ ବୁଦ୍ଧିଆ, ସଞ୍ଜୀବ ପାଢ଼ୀ, ବିଦ୍ୟାଧର ସାହୁ, ପ୍ରବୀଣ କୁମାର ପଣ୍ଡା, ହେମନ୍ତ ସାହୁ, ଅନୀତା ବିଶ୍ୱାଳ, ଟି. ସୁଜାତା ଆଚାରୀ, ଦେବସ୍ମିତା ପୂଜାରୀ, ଡଙ୍ଗରଗଡ଼ ସୁରକ୍ଷା ପରିଷଦରୁ ମହେନ୍ଦ୍ର ବାଗ, କୀର୍ତ୍ତନ ମାଝୀ, ଜଗନ୍ନାଥ ଶବର, କମଳ ମାଝୀ, ମଗଶିର ମାଝୀ ପ୍ରମୁଖ ଉଭୟ ବ୍ୟକ୍ତିତ୍ୱଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି, ଲେଖକ, ଗାଳ୍ପିକ ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ।

Related posts

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଙ୍କ ଠାରୁ ଚିକିତ୍ସା ନିମନ୍ତେ ସୁଯୋଗ

ତେନ୍ତୁଳିଖୁଣ୍ଟି ଓ ଖାତିଗୁଡା ପୋଲିସର ଫ୍ଲାଗମାର୍ଚ୍ଚ

masiha

Leave a Comment

error: Content is protected !!