ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛପଡି ରାସ୍ତା ବନ୍ଦ ହୋଇଥିବା ସେକ୍ଟର-୧ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ଗଛପଡି ରାସ୍ତା ବନ୍ଦ ହୋଇଥିବା ସେକ୍ଟର-୧ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା : ଗତମାସ ଶେଷ ସପ୍ତାହରେ ଇସ୍ପାତ ସହରରେ ହୋଇଥିବା ପ୍ରବଳ ଘୁର୍ଣ୍ଣିଝଡ଼ରେ ସେକ୍ଟର ଅଞ୍ଚକର ବିଭିନ୍ନ ସ୍ଥାନରେ ବଡ ବଡ ଗଛମାନ ମୂଳରୁ ଉପୁଡି କେଉଁଠି ରାସ୍ତା ଅବରୋଧ କରିଥିଲା ତ ଆଉ କେଉଁଠି ଗଛପଡି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା । ସେତେବେଳେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ସହକର୍ମୀ ମାନଙ୍କ ସହିତ ବିଭିନ୍ନ ଅଞ୍ଚଳ ବୁଲି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସୂଚନା ଦେଇ ଅନେକ ସ୍ଥାନରେ ପଡିଥିବା ଗଛକୁ କଟାଇ ରାସ୍ତା ଅବରୋଧକୁ ହଟାଇ ସର୍ବସାଧାରଣଙ୍କ ଯାତାୟତ କୁ ସ୍ୱାଭାବିକ କରାଇବା ସହିତ ଅନେକ ବସ୍ତିରେ ନିଜସ୍ଵ ବ୍ୟବସ୍ଥାରେ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରାଇଥିଲେ । ତେବେ ସେକ୍ଟର- ୧ କାଳୀ ମନ୍ଦିର ପ୍ରାଙ୍ଗଣରେ ଥିବା ବିରାଟକାୟ ଅଶ୍ୱସ୍ଥ ଗଛଟି ମଧ୍ୟ ମୂଳରୁ ଉପୁଡି ସେକ୍ଟର-୧ ରୁ ଶକ୍ତିନଗର- କୋଏଲନଗର ଯିବା ରାସ୍ତାଟି ସମ୍ପୁର୍ଣ୍ଣ ଅବରୋଧ ହୋଇଥିଲା । ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ଉକ୍ତ ଅବରୋଧକୁ ଯଦିଓ ହଟାଇ ଥିଲେ । ତେବେ ବର୍ତ୍ତମାନ ମଧ୍ୟ ଏହି ଗଛର ଅନେକ ଶାଖା ଡାଳ ଗୁଡିକ ମନ୍ଦିର ସମ୍ମୁଖ ଦେଇ ଯାଇଥିବା ଡି ବ୍ଲକର ଏକ ଲାଇନ ସମ୍ମୁଖ ରାସ୍ତାକୁ ଅବରୋଧ କରି ପଡିଛି । ଯାହା ଫଳରେ ସେହି ରାସ୍ତା ଦେଇ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟତରେ ଅସୁବିଧା ହେଉଥିବା ଅଭିଯୋଗ କରି କିଛି ଲୋକ ଆସି ବିଧାୟକ ଶ୍ରୀ ତନ୍ତୀଙ୍କୁ କହିଥିଲେ । ଆଜି ରଘୁନାଥପଲ୍ଲୀ ବିଧାୟକ ଶ୍ରୀତନ୍ତୀ ଉକ୍ତ ଅଞ୍ଚଳ ପରିଦର୍ଶନ କରି ରାସ୍ତା ଅବରୋଧ କରି ପଡି ରହିଥିବା ଗଛଟିକୁ ଅନ୍ୟତ୍ର ସ୍ଥାନାନ୍ତର କରି ରାସ୍ତା ଅବରୋଧକୁ ହଟାଇବା ପାଇଁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଫୋନ କରି କହିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ପାଠାଗାର ର ବିଷୁବ ମିଳନ ୨୦୨୬ ଚଳିତ ବର୍ଷ ବିଷୁବ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସବିତା ପ୍ରଧାନ

Sunil Chandra Nayak

ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

Sunil Chandra Nayak

ଜନ୍ମ ଦିବସ ଉପଲକ୍ଷେ ଆଶିଷ

Sunil Chandra Nayak

Leave a Comment

error: Content is protected !!