ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା 

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା 

ରାଇରଙ୍ଗପୁର ,15/6: ରଜପର୍ବ ବିଭିନ୍ନ ଜାଗାରେ ଧୁମଧାମରେ ପାଳନ କରାଯାଉଛି l କେଉଁଠି ରଜଦୋଳି ତ ଆଉ କେଉଁଠି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ l ମାତ୍ର ତିରିଂ ବ୍ଲକର ବଡ଼ନାରିଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଗ୍ରାମ ଦେଓଗାମ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ରଜ ପର୍ବ ଦିନ ଉକ୍ତ ଗ୍ରାମ ସମେତ ଆଖପାଖ ଅଞ୍ଚଳର ଚଳିତ ବର୍ଷ ମ୍ୟାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀ ମେଧାବୀ ଛାତ୍ରଛାତ୍ରୀମାନ୍ଙ୍କୁ ଚି଼ହ୍ନଟ କରି ସମ୍ବର୍ଦ୍ଧିତ କରାଯାଇଛି l ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟ ଆନୁକୂଲ୍ୟରେ ବାଦାମପାହାଡ଼ ନିକଟସ୍ଥ ହାଟବାଦଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଖ୍ୟାତନାମା ହୋ, ସାନ୍ତାଳୀ ଆଲବମ୍ ଅଭିନେତା ରବିନ୍ଦ୍ରନାଥ ତିୟୁ, ଭିଲାଇସ୍ଥିତ ଭେଲର ଇଞ୍ଜିନିଅର କ୍ରିଷ୍ଣା ବୈପାଇଙ୍କ ପ୍ରତ୍ୟକ୍ଷ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତିରିଂ ବ୍ଲକ ଚେୟାରମ୍ୟାନ ପରମେଶ୍ୱର ସାମାଡ଼, ସମ୍ମାନୀତ ଅତିଥି ରୂପେ ମାଘୁଆସ୍ଥିତ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ କୁମାର ଗିରି, ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ଜାମଦା ବ୍ଲକ ତାରଣା ପଂଚାୟତର ସମିତିସଭ୍ୟ ଦିକୁଲ ବାଗେ, ତୁଡ଼କାମ୍ ବାସିନ୍ଦା ରାମଚନ୍ଦ୍ର ସୟ ପ୍ରମୁଖ ମଞ୍ଚାସୀନ ଥିଲେ l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବିକାଶ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେଵା ଶିବିର ଅନୁଷ୍ଠିତ

masiha

ମହଖଣ୍ଡରେ ନିମ୍ନମାନର ରାସ୍ତା କାମ ଅଭିଯୋଗ

Sunil Chandra Nayak

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!