ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ନବମ ବାର୍ଷିକୀ ରଜ ଉତ୍ସବ ପାଳନ

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ର ନବମ ବାର୍ଷିକୀ ରଜ ଉତ୍ସବ ପାଳନ

ଭୁବନେଶ୍ବର;(ଲିପିକା ରାଣୀ ରାଉତ) ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ପ୍ରାୟୋଜିତ ପ୍ରଥମ ଥର ପାଇଁ *ଶାସ୍ତ୍ରୀୟ ଓ ପରମ୍ପରା ଅନୁଯାଇ ରଥେ ଶ୍ରୀଜଗନ୍ନାଥ* ନୃତ୍ୟ ନାଟିକା ସଂସ୍କୃତି ଭାରତୀ ଖୋର୍ଦ୍ଧା ଦ୍ୱାରା ପ୍ରସ୍ତୁତ ହୋଇ ମଞ୍ଚ ରେ ପ୍ରଦର୍ଶନ କରାଯାଇ ଥିଲା,ଏହି ଉତ୍ସବ ଉତ୍କଳ ରଙ୍ଗମଞ୍ଚ ଗୁରୁ କେଳୁଚରଣ ଗବେଷଣା ନୃତ୍ୟ ଏକାଡେମୀ ଜୟ ଦେବ ବିହାର ଭାବନେଶ୍ୱର ରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସସ୍ଥାନ ଓ ଜୟ ମା ଭବାନୀ ଟ୍ରଷ୍ଟ ମିଳିତ ଭାବେ ନବମ ବାର୍ଷିକ ରଜ ଉତ୍ସବ ପାଳନ ଅବସରରେ ହୋଇ ଯାଇଛି,, ଡ଼ ନାରାୟଣ ମହାପାତ୍ର ଉମାନାଥ ମିଶ୍ର ଓ ପ୍ରମୋଦିନୀ ପଣ୍ଡା ଶା ସ୍ୱତୀ ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଜିର ସଭାରେ ଉଦଘାଟନ ଭାବେ ପଦ୍ମ ଶ୍ରୀ ଅଦୈତ ପ୍ରସାଦ ଗଡ଼ନାୟକ ମୁଖ୍ୟ ଅତିଥି ସଂମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ପ୍ରଧାନ ରାଜ୍ୟ କାର୍ଯ୍ୟରିଣୀ ସଦସ୍ୟ ବିଜେପି ଅମରେଶ ଜେନା ଓ ବିଶେଷ ଅତିଥି ଭାବେ ଅଭିଳାଷ ପଣ୍ଡା ରାଜ୍ୟ ଯୁବ ସଭାପତି ବିଜେପି ଯୋଗ ଦେଇ ତାଙ୍କ ଆଶ୍ରି ବଚନ ପ୍ରଦାନ କରି ଥିଲେ,ଆଜିର କାର୍ଯ୍ୟକ୍ରମ ରେ ସୁରେଶ ମିଶ୍ର ତ୍ରିଲୋଚନ ନାୟକ ରଞ୍ଜନ ସାମଲ ରାହୁଲ ପଲେଇ ମନୋରଞ୍ଜନ ପଲେଇ ଦୁଷ୍ମନ୍ତ ଧୀର ସୋନୁ ସାହୁ ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ ରଜ ପିଠା, ରଜ ପାନ, ରଜ ଦୋଳି, ରଜ ଗୀତ ଓଡ଼ିଆ ଭଜନ ଓ ଲଘୁ ସଙ୍ଗୀତ ଜଗନ୍ନାଥ ସଂସ୍କୃତି ର କଳାକାର ଭାରତୀ , ମୃତୁଞ୍ଜୟ. ,ତ୍ରିଲୋଚନ. ପରିବେଷଣ କରିଥିଲେ. ଭୁବନେଶ୍ୱର ଲେଡ଼ିଜ ଫୋରମ ର ଅନୁଷ୍ଠାନ ର ମହିଳା ମାନେ ରଜ ଗୀତ ଦଳଗତ ନୃତ୍ୟ ପରିବେଷଣ କରି ଶ୍ରୋତାଙ୍କୁ ବିମୋହିତ କରିଥିଲେ ଏହି ଉତ୍ସବ ରେ ମର୍ଯ୍ୟାଦା ଜନକ “ଉତ୍କଳ ଶ୍ରୀ ସମ୍ମାନ” ମହାପ୍ରଭୁ ଙ୍କ ପୂଜା ପଣ୍ଡା ସେବାୟତ ଶ୍ରୀ ରାମନାରାୟଣ ପୂଜା ପଣ୍ଡା ସାମନ୍ତ. ଓଡ଼ିଆ ସଂସ୍କୃତି ଓ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟ କରୁ ଥିବା ଶ୍ରୀଯୁକ୍ତ ନିଶିକାନ୍ତ ମିଶ୍ରଙ୍କୁ ସମ୍ମାନ. ଡ଼ ବନୋଜ ରାୟ ଙ୍କୁ ଉତ୍କଳ ସେବା ରନ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଆଜିର ଏହି ବାର୍ଷିକୀ ପାଳନ ରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ସଂସ୍କୃତି ଭାରତୀ ଖୋର୍ଦ୍ଧା ତ୍ରିଶକ୍ତି କଟକ ଅତି ସୁନ୍ଦର ଭାବେ “ରଥେ ଶ୍ରୀଜଗନ୍ନାଥ” ଓ ଭଜନ ନାଚ ଓ ସମ୍ବଲପୁରୀ ନାଚ ଅତ୍ୟନ୍ତ ସୁନ୍ଦର ଭାବେ ପରିବେଷଣ କରିଥିଲେ ଆଜିର ସଭା କୁ ଅଭିନନ୍ଦନ ଦାସ ସୁନ୍ଦର ଭାବେ ପରିଚାଳନା କରି ଥିଲେ l

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ ପାଠାଗାର ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ , ଯୋଗ ଦ୍ବାରା ସୁସ୍ଥ ସମାଜ ଗଠନ ସମ୍ଭବ 

masiha

କଳାକାରମାନେ କାହାରି ଅବଜ୍ଞାର ପାତ୍ର ନୁହନ୍ତି : କଣ୍ଠଶିଳ୍ପୀ ଶୈଳଭାମା 

Sunil Chandra Nayak

Senior Journalist Bulei Behera awarded

masiha

Leave a Comment

error: Content is protected !!