ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତିର ରଜ  ମହୋତ୍ସବ

ଉତ୍କଳ ସ୍ନେହୀ ମହିଳା ସମିତିର ରଜ  ମହୋତ୍ସବ

ରାଉରକେଲା, ୧୬/୬/୨୬ ସାମାଜିକ-ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ତରଫରୁ ଛେଣ୍ଡସ୍ଥିତ ଗୋପବନ୍ଧୁ ପାଠାଗାର ପରସରରେ ରଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସବିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ଵରର ବୟୋଜ୍ୟେଷ୍ଠ ସମାଜସେବୀ ଭାଗ୍ୟବତୀ ସାହୁ ମୁଖ୍ୟ ଅତିଥି ଓ ସହରର ବରିଷ୍ଠ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଶ୍ରୀମତୀ ଆଶାଲତା ଷଡ଼ଙ୍ଗୀଙ୍କର ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମହିଳା ସମିତିର ସଭ୍ୟାମାନେ ରଜ ଗୀତ ଗାଇ ସମସ୍ତ ଅତିଥିଙ୍କୁ ସ୍ଵାଗତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ନିଗ୍ଧା ସାମନ୍ତରାୟଙ୍କ ନିର୍ଦ୍ଦେଶନାରେ ସମୂହ ସଂଗୀତ, ନୃତ୍ୟ ଏବଂ ବ୍ୟଙ୍ଗାତ୍ମକ ଅଭିନୟ ପରିବେଷଣ କରି ପରିବେଶକୁ ଉତ୍ସବମୁଖର କରିଥିଲେ। ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବାବେଳେ ମଞ୍ଜୁବାଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମହିଳା ସମିତିର ସଦସ୍ୟା ସାବିତ୍ରୀ ଦାସ, ଇନ୍ଦିରା ମହାନ୍ତି, ଗୀତା ମିଶ୍ର ରାଜଶ୍ରୀ ପଣ୍ଡା ଓ ସଲିଳା ବରାଳ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ନିମନ୍ତ୍ରିତ ଅତିଥି ରୂପେ ଡଃ ପି. କେ. ସାହୁ ସୁନ୍ଦର ଭଜନ ପରିବେଷଣ କରିଥିଲେ। ଶାନ୍ତନୁ ପରିଛା,ବିମଳ କୁମାର ବିଶି,ଡା. ଗୋକୁଳାନନ୍ଦ ସାହୁ, ସନ୍ତୋଷ ମିଶ୍ର,ସୁବାଷ ମହାପାତ୍ର,ଦିଲ୍ଲିପ ସାହୁ, ସଂଗିତା ପରିଛା, ସରିତା ବିଶି, ସୁଧାଂଶୁ ପଣ୍ଡା, ଲକ୍ଷ୍ମଣ ନାଥ ଦାସ, ତ୍ରିଲୋଚନ ମିଶ୍ର,ନିର୍ମଳ ଆଚାର୍ଯ୍ୟ,ଡ ଶକ୍ତି ପ୍ରସାଦ ସାମନ୍ତରାୟ, ଯଶୋବନ୍ତ ନନ୍ଦ, ନାରାୟଣ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଗୋପବନ୍ଧୁ ପାଠାଗାରର ଗିରିଜା ଗୋସ୍ୱାମୀ, ହରିହର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ପୋଡ଼ପିଠାରେ ଆପ୍ୟାୟିତ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ:ସମୀକ୍ଷା ବୈଠକରେ ଅଧ୍ୟକ୍ଷତା ଓ ହିର୍ଲୀ ଡଙ୍ଗର ପରିଦର୍ଶନ 

Sunil Chandra Nayak

ଧର୍ମପ୍ରାଣ ମହିଳା ପଦ୍ମାବତୀ ବେହେରା( ବଳ)ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!