ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନେ ମଲ୍ଲୀ ମହକ: ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ରେ ବିଭୋର ହେଲେ ଶ୍ରୋତା

ଅଦିନେ ମଲ୍ଲୀ ମହକ: ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ରେ ବିଭୋର ହେଲେ ଶ୍ରୋତା 

ରାଉରକେଲା : ସାଂସ୍କୃତିକ ଅନୁଷ୍ଠାନ ‘ଉତ୍ତମ୍ ଗୀତ୍ ସଂଗୀତ୍’ ଆନୁକୁଲ୍ୟରେ ଓଡ଼ିଶା ର ମହାନ୍ ସଙ୍ଗୀତଜ୍ଞ ସ୍ଵର୍ଗତ ପ୍ରଫୁଲ୍ଲ କର ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଏକ ନିଆରା ସଂଗୀତ ସନ୍ଧ୍ୟା ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପହିଲି ରଜ ଅବସରରେ ‘ଅଦିନେ ମଲ୍ଲୀ ମହକ’ ଶୀର୍ଷକ ଏହି ସଙ୍ଗୀତ ସନ୍ଧ୍ୟା ରେ ରାଉରକେଲା ସ୍ମାର୍ଟ ସିଟି ର ସ୍ଵାଧୀନ ନିର୍ଦ୍ଦେଶିକା ଡଃ କଲ୍ୟାଣୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କଲୁଙ୍ଗା ସ୍ଥିତ ଅନାମିକା ଏଣ୍ଟରପ୍ରାଇଜର ସଂସ୍ଥାପକ ଆଶୁତୋଷ ସାହୁ, ଉତ୍ତମ୍ ଗୀତ୍ ସଂଗୀତ୍ ର ପୃଷ୍ଠପୋଷକ ରବୀନ୍ଦ୍ର ବେହେରା, ନିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ସଙ୍ଗୀତ ସନ୍ଧ୍ୟା ଆରମ୍ଭ ହୋଇଥିଲା। କଣ୍ଠଶିଳ୍ପୀ ସର୍ବଶ୍ରୀ ଉତ୍ତମ କୁମାର ଖଟୁଆ, ପ୍ରଫୁଲ୍ଲ କୁମାର ମଙ୍ଗଳ, ସତ୍ୟବ୍ରତ ମହାନ୍ତି, ଶୈଳେନ୍ଦ୍ର କୁମାର ମିଶ୍ର,ସତ୍ୟବ୍ରତ ସାହୁ, ରଶ୍ମି ରଞ୍ଜନ ଦାସ, ସୁନିତା ବିଶ୍ଵାଳ, ସଙ୍ଗୀତା ପାତ୍ର ଙ୍କ ସଙ୍ଗୀତ ପରିବେଷଣ ବେଶ୍ ଉଚ୍ଚକୋଟୀର ହୋଇ ଥିଲା। ପ୍ରଫୁଲ୍ଲ କର ଙ୍କ ରଚନା, ସ୍ଵର ସଂଯୋଜନା ଏବଂ କଣ୍ଠ ଦାନ ବିଭିନ୍ନ ତତ୍କାଳୀନ ଲୋକପ୍ରିୟ ଲଘୁ ସଙ୍ଗୀତ ଓ ଚଳଚ୍ଚିତ୍ର ସଙ୍ଗୀତ ର ସମନ୍ଵୟ କୁ ଶ୍ରୋତା ଗଣ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖା ଯାଇଥିଲା। ଶେଷ ଶ୍ରାବଣ, ସିନ୍ଦୂର ବିନ୍ଦୁ, ମା ଓ ମମତା ଆଦି ଚଳଚ୍ଚିତ୍ର ତଥା ପ୍ରଫୁଲ୍ଲ କର ଙ୍କ ପ୍ରସିଦ୍ଧ ଲଘୁ ସଙ୍ଗୀତ ଗୁଡିକ ର ପରିବେଷଣ ବେଶ୍ ମନଛୁଆଁ ହୋଇଥିଲା। ରଶ୍ମି ରଞ୍ଜନ ଦାସ ଙ୍କ ମଞ୍ଚ ପରିଚାଳନା ରେ ଓଡ଼ିଆ କବିତା, ଗୀତି କବିତା ର ସମନ୍ଵୟ ରେ ଓଡ଼ିଆ ସଙ୍ଗୀତ ତତ୍କାଳୀନ ପୃଷ୍ଠଭୂମି ର ବର୍ଣ୍ଣନା କୁ ଶ୍ରୋତା ମଣ୍ଡଳୀ ବିହ୍ଵଳ ହୋଇ ଉପଭୋଗ କରୁଥିବା ଦେଖା ଯାଇଥିଲା। ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ଗଣ ଏଭଳି ଏକ ନିଆରା ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରି ଥିବା ହେତୁ ଅନୁଷ୍ଠାନ ର ସଂସ୍ଥାପକ ବିଶିଷ୍ଟ କଣ୍ଠଶିଳ୍ପୀ ଉତ୍ତମ କୁମାର ଖଟୁଆ ତଥା ଅନୁଷ୍ଠାନ ର ସଦସ୍ୟ ମାନଙ୍କ ର ଭୂରି ଭୂରି ପ୍ରସଂଶା କରି ଥିଲେ। ଶେଖର କମଲ କୁନୁ ଆର୍କେଷ୍ଟା୍ ଏହି ସଙ୍ଗୀତ ସନ୍ଧ୍ୟା ରେ ବାଦ୍ୟ ଯନ୍ତ୍ର ପରିବେଷଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ଶୁଭଶ୍ରୀ ମହାପାତ୍ର

Sunil Chandra Nayak

ଜୀବ ପ୍ରତି ନିଷ୍ଟୁର ନ ହୋଇ ଦୟା ଦେଖାଇବା ଦରକାର

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

masiha

Leave a Comment

error: Content is protected !!