ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭକ୍ତ ଓ ଭଗବାନ ଭାଗ ୨ ପୁସ୍ତକ ଓ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ଲୋକାର୍ପଣ 

ଭକ୍ତ ଓ ଭଗବାନ ଭାଗ ୨ ପୁସ୍ତକ ଓ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ଲୋକାର୍ପଣ 

ଭୁବନେଶ୍ବର; ଶ୍ରୀଜଗନ୍ନାଥ ସଂସ୍କୃତି’ ର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ଜଗତ ରେ ପ୍ରତିଷ୍ଠିତ କରିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ଏକ ମାତ୍ର ଲକ୍ଷ୍ୟ ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୧ ଜୁନ୍ ୨୦୨୬, ଶନିବାର ଦିନ ହାଇଦ୍ରାବାଦ ଭୋଳାରାମ ଶ୍ରୀଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ତିନି ଦିନିଆ ସତସଙ୍ଗ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ସିରିଜ୍‌ର “ଭକ୍ତ ଓ ଭଗବାନ ଭାଗ ୨” ପୁସ୍ତକ ଲୋକାର୍ପିତ ହେବ। ପଣ୍ଡିତ କାଶୀନାଥ ମିଶ୍ର ଓ ଅନ୍ୟ ବରେଣ୍ୟ ସାଧୁସନ୍ଥଙ୍କ କରକମଳରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ।

ଅନୁଷ୍ଠାନ ପକ୍ଷରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ. ନାରାୟଣ ମହାପାତ୍ର, ସୁରେଶ କୁମାର ମିଶ୍ର, ବିଜୟ ମୋହନ ପଣ୍ଡା, ତ୍ରିଲୋଚନ ନାୟକ, ଭାରତୀ ଭୂଷଣ ପଟ୍ଟନାୟକ, ଶ୍ରୀନିବାସ ରାଓ ପ୍ରମୁଖ ଓଡ଼ିଶାରୁ ଯୋଗ ଦେବେ।

ସଂସ୍ଥା ପକ୍ଷରୁ ୨୦୨୧ ମସିହାରୁ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ମହାପ୍ରଭୁଙ୍କ କଥାମୃତ, ପାରମ୍ପରିକ ଭଜନ, ପାଲା, କୀର୍ତ୍ତନ ଇତ୍ୟାଦିର ୪୭୦ରୁ ଅଧିକ ଭିଡିଓ ପ୍ରସାରଣ କରାଯାଉଛି। ଡିଜିଟାଲ୍ ଯୁଗରେ ନୂତନ ପିଢ଼ି ପାଇଁ ଶାସ୍ତ୍ର ସହଜ କରିବା ଉଦ୍ଦେଶ୍ୟରେ AI ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ୨୭୦ଟି ଭିଡିଓ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି। ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡର ୨୦ଟି ଅଧ୍ୟାୟକୁ AI ଭିଡିଓ ଫିଲ୍ମ ଆକାରେ ପୂଜ୍ୟ ସ୍ୱାମୀଜୀ ମାଧବାନନ୍ଦ ସରସ୍ବତୀ ଚିନ୍ମୟ ମିଶନ ପାତିଆଲା, ପରମହଂସ ଶ୍ରୀମଦ ସ୍ୱାମୀ ବ୍ରହ୍ମନନ୍ଦ ସରସ୍ବତୀ, ନିଗମ କଳ୍ପତରୁ ଆଶ୍ରମ ହଂସପାଳ, ଶ୍ରୀମଦ ସ୍ୱାମୀ ନିଗମା ନନ୍ଦ ସରସ୍ବତୀ ଶ୍ରୀମଦ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ ମହାରାଜ,ବାବା ସ୍ୱାମୀ ଜିଜ୍ଞାଂଶୁ ନନ୍ଦ ସରସ୍ବତୀ ଗୀତା ମଠ ସନ୍ତୋଷ ପୁରୀ ମହାରାଜ ଥାନା ପତୀ ଅଖଣ୍ଡ କାଶୀ ଆଲୋକ ବାବା, ମହିମା ଅଲେଖ ବାବା ନାଗା ବାବା ଙ୍କ ଦ୍ୱାରା ଉଦଘାଟନ କରାଯାଇ ୟୁ ଟ୍ୟୁବ ରେ ଛଡ଼ା ସରିଛି ,ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର” ଭାଗ ୧ ଓ ୨ ତଥା ଭକ୍ତ ଓ ଭଗବାନ”ପୁସ୍ତକଗୁଡ଼ିକ ସାଧାରଣ ଭକ୍ତ ଯେପରି ସ୍ୱଳ୍ପ ସମୟରେ ମହାପ୍ରଭୁଙ୍କ ତତ୍ତ୍ୱ ଜାଣିପାରିବେ ସେଥିପାଇଁ ତଥ୍ୟଭିତ୍ତିକ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ପୁସ୍ତକର ହିନ୍ଦୀ ସଂସ୍କରଣ ପୂର୍ବରୁ ହିମାଚଳ ପ୍ରଦେଶରେ ଲୋକାର୍ପିତ ହୋଇସାରିଛି।ହାଇଦ୍ରାବାଦ ଓଡ଼ିଆ ସଙ୍ଘର ୨୧.୬.୨୬“ଜଗନ୍ନାଥ କଥାମୃତ” କାର୍ଯ୍ୟକ୍ରମରେ ଏହି ଲୋକାର୍ପଣ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ କୃପାରୁ ଭାରତବର୍ଷର ବିଭିନ୍ନ ସ୍ଥାନରେ ହିନ୍ଦୀ ଓ ଓଡ଼ିଆ ରେ ତାଙ୍କ ପ୍ରଚାର ଓ ପ୍ରସାର କାର୍ଯ୍ୟ ଜାରି ରହିଛି ଏବଂ ଆଗାମୀ ଦିନରେ ଆହୁରି ଅନେକ ଯୋଜନା ରହିଛି।ଆମେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Related posts

୩୬ ଦିନରେ ପ୍ରାଥମିକ ଶିକ୍ଷକ ମହାସଂଘ , ଓଡ଼ିଶା ଷ୍ଟିଅରିଂ କମିଟିର ଗଣଧାରଣା

ବାଟ ଗାଁ ସରପଞ୍ଚ ଦାୟିତ୍ଵ ତୁଲାଇଲେ ଅରୁଣ ପରିଡ଼ା

masiha

କୋକସରା ଠାରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ 

Sunil Chandra Nayak

Leave a Comment

error: Content is protected !!