ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକରେ ଚାଷୀଙ୍କ ଟୋକନ ଅବଧି ସରିବା ଉପରେ, ମିଲର୍ସ ଙ୍କ ଦେଖା ନାହିଁ

ଧର୍ମଗଡ଼ ବ୍ଲକରେ ଚାଷୀଙ୍କ ଟୋକନ ଅବଧି ସରିବା ଉପରେ, ମିଲର୍ସ ଙ୍କ ଦେଖା ନାହିଁ

ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଉଦବେଗ….

ଧର୍ମଗଡ଼ ବ୍ଲକରେ ପ୍ରଶାସନ କୁ ଯେତେ ଗୁହାରୀ କଲେ ମଧ୍ଯ ଧାନ ଶୀଘ୍ର ଉଠୁ ନାହିଁ, ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ର ରାଜ୍ୟ ସଂପାଦକ ପୁଷ୍ପେନ୍ଦ୍ର ସିଂହଦେଓ ଧର୍ମଗଡ଼ ବ୍ଲକ ର ତରାପୁର, ନନ୍ଦଗାଁ, ବୋଡ଼େନ,ପର୍ଲା ମଣ୍ଡି କୁ ଯାଇ ଚାଷୀଙ୍କ ସମସ୍ୟା ଶୁଣି ମଣ୍ଡି ଗୁଡିକରୁ ଧାନ ଉଠାଇବା ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ।

ସବୁ ମଣ୍ଡିରେ ସେଇ ଗୋଟିଏ ସମସ୍ୟା ଲାଗି ରହିଛି। ଚାଷୀ ଙ୍କ ଟୋକେନ୍ ସମୟ ସରିଯିବା ଉପରେ, ଧାନ ମଣ୍ଡି ରେ ଏ ପର୍ଯ୍ୟନ୍ତ ପଡ଼ି ରହିଛି, ମିଲର ଶୀଘ୍ର ଧାନ ଉଠାଉ ନାହାନ୍ତି ଆଉ ମୌସୁମୀ ବର୍ଷା ଆସିଲେ ଯଦି ଧାନ ଭିଜି ଯାଏ, କୌଣସି ମିଲର ଆଉ ଧାନ ନେବେ ନାହିଁ l ଏନେଇ ଶ୍ରୀ ସିଂଦେଓ ଉଦବେଗ ପ୍ରକାଶ କରିଥିଲେ।

ଏହି ଅବସରରେ ଧର୍ମଗଡ ବ୍ଲକ ସଭାପତି ଡାକେ ଲହଜଲ, ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ଜିଲ୍ଲା ସାଧାରଣ ସମ୍ପାଦକ ଲିପୁ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ପ୍ରଣବ ଭଏଁସାଲ, ଭବାନୀ ବଣିଆ, ଯୋଗୀନ୍ଦ୍ର ସାହୁ, ସନ୍ତୋଷ ପାଢ଼ୀ, ସଞ୍ଜୟ ପଟେଲ, ସାଧୁ ଶବର, ଧନୀରାମ ହାତୀ, ସଞ୍ଜୀବ ସାହୁ, ନରେନ୍ଦ୍ର ପଟେଲ, ସୁନିଲ ଭଏଁସାଲ, ପ୍ରମୁଖ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଜଧାନୀରେ ଆନ୍ଦୋଳନରେ ଯୋଗଦେଲେ ଏକ୍ସ କେଡର ଶିକ୍ଷକ

Sunil Chandra Nayak

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ , ସାମ୍ବାଦିକଙ୍କ ପାଇଁ ସ୍ବତନ୍ତ୍ର ନିତୀ ପ୍ରଣୟନ ଆବଶ୍ୟକ 

masiha

ଡାବୁଗାଁ ସମନ୍ଵିତ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳିତ

masiha

Leave a Comment

error: Content is protected !!