ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ ଅଭ୍ୟାସ ବର୍ଗର ସମାରୋପ କାର୍ଯ୍ୟକ୍ରମ

ବାର୍ଷିକ ଅଭ୍ୟାସ ବର୍ଗର ସମାରୋପ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, ୧୯/୦୬/୨୬ (ସୁଶାନ୍ତ ରଣା): ଏକଲ ଅଭିଯାନ ଭବାନୀପାଟଣା ଅଞ୍ଚଳ ପଶ୍ଚିମ ଭାଗ ର ମ. ରାମପୁର, କର୍ଲାମୁଣ୍ଡା, ନର୍ଲା ତିନୋଟି ସଞ୍ଚ ର ମିଳିତ ଭାବରେ ପଞ୍ଚମ ଦିବସୀୟ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସ ବର୍ଗ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମ. ରାମପୁର ଠାରେ ସମାରୋପ ହୋଇଯାଇଛି। ଏହି ସମାରୋପ ସମାରୋହ ଉତ୍ସବରେ ମ.ରାମପୁର ସଞ୍ଚ ସଭାପତି ପଦ୍ମଲୋଚନ ମିଶ୍ର, କର୍ଲାମୁଣ୍ଡା ସଞ୍ଚ ସଭାପତି ଲୋକନାଥ ଗହୀର, ପ୍ରାନ୍ତ ଗୋ ସେବା ପ୍ରମୁଖ ମଧୁ ସୁଦନ ଦାସ, ଜିଲ୍ଲା ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ମୁରଲୀଧର ରଣା, ବିଶିଷ୍ଟ କଣ୍ଠ ଶିଳ୍ପୀ ସର୍ବେଶ୍ୱର ଭୋଇ, ଭାଜପା ମ. ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, ଅଞ୍ଚଳ ଅଭିଯାନ ପ୍ରମୁଖ ଘନଶ୍ୟାମ ଭାଟି, ରାମପୁର ସଞ୍ଚ ଜାଗରଣ ପ୍ରମୁଖ ବିଜୟ କୁମାର ମହାକୁଡ଼, ଅଞ୍ଚଳ ଗତିବିଧି ପ୍ରମୁଖ ଡମ୍ବରୁଧର ମାଝୀ, ସମାଜସେବୀ ମନୋଜ ରଣା, କର୍ଲାମୁଣ୍ଡା ସଞ୍ଚ ବ୍ୟାସ ଝସକେତନ ସାହୁ, ଏକଲ ଟେଲର ସେଣ୍ଟର ପ୍ରମୁଖ ଭୀମ ଗୌଡ଼, ମୁଖ୍ୟ ଶିକ୍ଷକ ନିରୁପମା ପଧାନ ପ୍ରମୁଖ ଯୋଗଦାନ କରିଥିଲେ। ସମାରୋପ ଉତ୍ସବ ରେ କର୍ଲାମୁଣ୍ଡା ସଞ୍ଚ ପ୍ରମୁଖ ନିର୍ମଳ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ମ.ରାମପୁର ସଞ୍ଚ ପ୍ରମୁଖ ଅଞ୍ଜନ କୁମାର ପାତ୍ର ଅତିଥି ପରିଚୟ ଓ ନର୍ଲା ସଞ୍ଚ ପ୍ରମୁଖ ରୋମାଞ୍ଚଳ ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ବର୍ଗ ରେ ତିନୋଟି ସଞ୍ଚ ର ସର୍ବମୋଟ ୪୫ ଜଣ ଆଚାର୍ଯ୍ୟ ଭାଇ ଭଉଣୀ ଉପସ୍ଥିତ ଥିଲେ।

Related posts

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

masiha

କଳାହାଣ୍ଡି ରେ ଆଉଟ ସୋରସିଂ କର୍ମଚାରୀଙ୍କ ହାତରେ ଟଙ୍କା କାରବାର , ଅମୃତ ସରୋବର ଅର୍ଥ ହେରଫେର ଅଭିଯୋଗ 

Sunil Chandra Nayak

ବର୍ଷ ସାରା ରାସ୍ତାରେ ବହୁଛି ଆବର୍ଜନା ପାଣି, ସୋକ୍ ପିଟ୍ କେଉଁ କାମକୁ

masiha

Leave a Comment

error: Content is protected !!