ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ମହାସମାରୋହରେ ସମ୍ପନ୍ନ

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ମହାସମାରୋହରେ ସମ୍ପନ୍ନ

ରାଉରକେଲା: କୋଏଲ ନଗର ଏ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରଥମ ଥର ପାଇଁ ଶିବ ବିବାହ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ କୋଏଲ ନଗର ସ୍ଥିତ ଏ ବ୍ଲକ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ୟା ପିତା ମାତା ଭାବେ ସନ୍ତୋଷ ପାଣିଗ୍ରାହୀ ଓ ଲକ୍ଷ୍ମୀ ପାଣିଗ୍ରାହୀ ତଥା ବର ପିତା ମାତା ଭାବେ ବିଷ୍ଣୁଚରଣ ପଣ୍ଡା ଓ ରୁକ୍ମିଣୀ ପଣ୍ଡା, ସର୍ବୋପରି ପୂଜକ ଭାବେ ମାନସ ରଞ୍ଜନ ପଣ୍ଡା ଓ ପରମେଶ୍ବର ପତି ଦାୟିତ୍ଵ ନିର୍ବାହ କରିଥିଲେ । କାର୍ଯ୍ୟକ୍ରମରେ ରୁଦ୍ରାଭିଷେକ, ଚଣ୍ଡିପାଠ, ବରଯାତ୍ରୀ ପ୍ରୋସେସନ,ବାଜା, ବାଣ,ଭଜନ, କୀର୍ତ୍ତନ ଓ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ମହାଦେବ ଶିବଙ୍କ ପ୍ରୋସେସନ କୋଏଲ ନଗର ଡି ବ୍ଲକ,ଇ ବ୍ଲକ ହୋଇ ଏବି ଛକ ହୋଇ ମନ୍ଦିର କୁ ଫେରିଥିଲା। ସେଠାରେ ନୀତି ନିୟମ ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ଶିବପାର୍ବତୀଙ୍କ ଆଶ୍ରିବାଦ ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଂଜନ ମଲ୍ଲିକ,ଡ ସନାତନ ପ୍ରଧାନ, ଡ଼ା ଜୟନ୍ତ ଆଚାର୍ଯ୍ୟ,ବ୍ରଜେନ୍ଦ୍ର ଦାଶ, ପ୍ରଦୀପ ପଣ୍ଡା, ମନୋଜ କୁମାର ପଣ୍ଡା, ଅମୂଲ୍ୟ ମିଶ୍ର, ପୁଷ୍ପାଞ୍ଜଳି ଅନୁଷ୍ଠାନର ସର୍ବଶ୍ରୀ ଦିଗନ୍ତ ପାଣି, ସୁଶାନ୍ତ ଲେଙ୍କା, ଦୈତାରୀ ସାହୁ, ବାବୁଲି ହାତୀ,ବନ ମହାରଣା , ଦଇତାପତି ସର୍ବଶ୍ରୀ ତୁଷାର ସାହୁ, ବିବେକାନନ୍ଦ ପଣ୍ଡା, ରବିନାରାୟଣ ହୋତା, ରାଜେଶ ମହାନ୍ତି,ବରଦା ମହାନ୍ତି,ଝିରିପାଣି ଥାନା ପ୍ରଭାରୀ ପ୍ରଦୀପ କୁମାର ନାୟକ, ଏଏସଆଇ ଲଲନ ସେଠୀ, ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ ଙ୍କ ସହ ବହୁ ସହସ୍ରାଧିକ ଉତ୍ସାହୀ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦଧିବାମନ ଜୀଉ ମନ୍ଦିର ଠାରେ ବାମନ ଜନ୍ମ ପାଳିତ 

Sunil Chandra Nayak

ମାଁ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା 

Sunil Chandra Nayak

କୋଇଡାରେ “ସିଟୁ” ପକ୍ଷରୁ ବିଶ୍ଵକର୍ମା ପୂଜା ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!