ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଉଁଶ ସାହାରାରେ ଜୀବନ ,ବିଦ୍ୟୁତ ଆଘାତରେ ମୃତକୁ ଅପେକ୍ଷା 

ବାଉଁଶ ସାହାରାରେ ଜୀବନ ,ବିଦ୍ୟୁତ ଆଘାତରେ ମୃତକୁ ଅପେକ୍ଷା 

ଢେଙ୍କାନାଳ -ହିନ୍ଦୋଳ ବ୍ଲକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭାଗର ଅବହେଳାରୁ ବହୁ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏଇ ନିକଟ ଅତୀତରେ ପାଟଲାରେ ଖୁବ୍ ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଜଣ ମୃତ୍ୟୁ ବରଣ କରିଥିଲେ । ଫଳରେ ସାତମାଇଲ ଛକରେ ଦୀର୍ଘ ସମୟ ଧରି ଅଞ୍ଚଳବାସୀ ପୁରୁଣା କଟକ ସମ୍ବଲପୁର ରାସ୍ତା ଅବରୋଧ କରିଥିଲେ । ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପୁଣି ବହୁ ସମୟରେ ଏ ବିଭାଗର ଅବହେଳାରୁ ଅନେକ ଧନ ଜୀବନ ନଷ୍ଟ ହେଉଛି ଏପରିକି ହାତୀ ମୃତ୍ୟୁ ଘଟଣାର ମଧ୍ୟ ନଜିର ରହିଛି । ଏଥିରୁ ବର୍ତ୍ତମାନ ସୁଦ୍ଧା କିଛି ବି ଶିକ୍ଷା ଲାଭ କରି ପାରି ନାହିଁ ହିନ୍ଦୋଳ ବିଦ୍ୟୁତ ବିଭାଗ ।   

ଖଜୁରିଆକଟା ସେକ୍ସନ ଅଧିନରେ ଥିବା ରଞ୍ଜାଗୋଳ ଗ୍ରାମ ମଧ୍ୟ ସ୍ଥଳରେ ରାସ୍ତା ପାର୍ଶ୍ବର ଏ ଦୃଶ୍ୟ । ଅତ୍ୟନ୍ତ ଲଜ୍ଜ୍ୟାଜନକ ଭାବେ ଏହି ଭଙ୍ଗା ଲୁହା ବିଦ୍ୟୁତ ଖୁଣ୍ଟକୁ କିଛି ବାଉଁଶ ବାଡି ସହାୟତାରେ ରଖାଯାଇଛି । ଯେକୌଣସି ମୂହୁର୍ତ୍ତରେ ବର୍ଷା ପବନରେ ବାଉଁଶ ଭାଙ୍ଗି ଧନ ଜୀବନ ନଷ୍ଟ କରିବାର ସମ୍ଭାବନା ରହିଛି । ଖଜୁରିଆକଟା ବିଦ୍ୟୁତ ବିଭାଗ ସତରେ କଣ ଏଭଳି ଏକ ଜନବହୁଳ ସ୍ଥାନରେ ଏକ ବଡ ଦୁର୍ଘଟଣାକୁ ଅପେକ୍ଷା କରିଛି । ବାରମ୍ବାର ଅଭିଯୋଗ ହେବା ପରେ କୌଣସି ପଦକ୍ଷେପ ନ ନେଇ ଏକ ଭଙ୍ଗା ବିଦ୍ୟୁତ ଖୁଣ୍ଟକୁ ବାଉଁଶ ବାନ୍ଧି ଠିଆ କରି ରଖିବା ଏହି ବିଭାଗର ଚରମ ଅବହେଳା ଏବଂ ଅପାରଗତାର ନିଦର୍ଶନ । ଐ ବିଦ୍ୟୁତ ଖୁଣ୍ଟ ବଦଳାଇବା ପାଇଁ କଣ ସରକାରଙ୍କ ପାଖରେ ଟଙ୍କାର ଅଭାବ ନା ଆନ୍ତରିକତାର ଅଭାବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଯଥାଶୀଘ୍ର ଏ ବିଦ୍ୟୁତ ଖୁଣ୍ଟ ସ୍ଥାନରେ ଏକ ନୂତନ ଖୁଣ୍ଟ ଦେବା ସହ ଗ୍ରାମ ମଧ୍ୟରେ ଘର ଉପରେ ବିପଦଜନକ ଭାବେ ଯାଇଥିବା ତାକୁ କେବୁଲ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମନମୁଣ୍ଡା ଓ ପଲଶାଗୋରା କ୍ଲଷ୍ଟର ରେ ମୌଳିକ ସାକ୍ଷରତା କର୍ମଶାଳା ଅନୁଷ୍ଠିତ

masiha

ଆନନ୍ଦ ନଗର,କାଠଗଡ଼ା ଅଂଚଳରେ ବର୍ଷ ସାରା ବିପଦପୂର୍ଣ୍ଣ ଓ ବିଦ୍ୟୁତ୍ ସେବା ଯୋଗାଣରେ ଅସ୍ୱାଭାବିକତା ଯୋଗୁଁ ଜନ ଅସନ୍ତୋଷ , କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ ଦାବୀ

Sunil Chandra Nayak

ଧହଁରାମାଳ ନିକଟରେ ଇଲେକ୍ଟ୍ରି ଖୁଣ୍ଟ କୁ ପିଟି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

masiha

Leave a Comment

error: Content is protected !!