ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାକାଳ ଫାଉଣ୍ଡେସନ ପକ୍ଷରୁ ବିଜମରାରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର 

ମହାକାଳ ଫାଉଣ୍ଡେସନ ପକ୍ଷରୁ ବିଜମରାରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର 

କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ୟୁ.ପି. ସ୍କୁଲ ପରିସରରେ ମହାକାଳ ଫାଉଣ୍ଡେସନ ପକ୍ଷରୁ ରବିବାର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଶିବିରରେ ଅଞ୍ଚଳର ପ୍ରାୟ ୧୩୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଶୁଳ୍କ ଔଷଧ ପାଇ ଉପକୃତ ହୋଇଥିଲେ। ଶିବିରରେ ଡାକ୍ତର ଅମୂଲ୍ୟ ବେହେରା, ଡାକ୍ତର ଗୀତାଞ୍ଜଳି ପଣ୍ଡା ଏବଂ ଡାକ୍ତର ଆକାଶ ଚନ୍ଦ୍ର ନାୟକ ଉପସ୍ଥିତ ରହି ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ବିଭିନ୍ନ ସାଧାରଣ ରୋଗ, ମଧୁମେହ, ରକ୍ତଚାପ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ପରୀକ୍ଷା କରାଯାଇ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେୱାଇଏମ୍‌ ସାଧାରଣ ସମ୍ପାଦକ ଶକ୍ତି ରଞ୍ଜନ ଶତପଥୀ, ଜିଲ୍ଲା ବିଜେୱାଇଏମ୍‌ ସଭାପତି ଅବିନାଶ ନନ୍ଦ ଓ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଜୟଦେବ ସାହୁ ଯୋଗଦେଇ ଏଭଳି ଜନହିତକର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ମହାକାଳ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ସଭାପତି ସଙ୍କେତ କୁମାର ଠାକୁରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ସଂସ୍ଥାର ସମ୍ପାଦକ ରାଜେଶ ସାହୁ, ବିକ୍ରମ ଠାକୁର, ଘାସିରାମ ଠାକୁର, ଶ୍ରେୟସ ଠାକୁର ଓ ବିଜମାରା ସରପଞ୍ଚ ବାଳକୃଷ୍ଣ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ଅବସରରେ ମହାକାଳ ଫାଉଣ୍ଡେସନ ପକ୍ଷରୁ କୁହାଯାଇଥିଲା ଯେ, ସଂସ୍ଥା ସର୍ବଦା ନିଷ୍ଠା, ନିଷ୍କାମ ସେବା ଓ ମାନବିକତାର ଆଦର୍ଶକୁ ଆଧାର କରି ସମାଜ ସେବାରେ ନିୟୋଜିତ ରହିଛି। ଆଗାମୀ ଦିନରେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ରକ୍ତଦାନ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସେବା ଜାରି ରହିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଦୁର୍ଘଟଣା ରେ ଗୁରୁତ୍ତର ଯୁବକଙ୍କ ମୃତ୍ୟୁ 

Sunil Chandra Nayak

ମହିଳାଙ୍କ ପାଇଁ ବେଦାନ୍ତ ଲିମିଟେଡର ଅଭିନବ ପଦକ୍ଷେପ ,ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ପାଇବେ ଦେଶବ୍ୟାପି ୧୦୦୦ ବାଳିକା

Sunil Chandra Nayak

ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!