ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

 କଳାହାଣ୍ଡି , ଓଡ଼ିଶା, ତା ୨୨.୦୬.୨୦୨୬  ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣା ଠାରେ ଆୟୋଜିତ STEM ଶିକ୍ଷା କାର୍ଯ୍ୟକ୍ରମ ଉଦ୍ଜାପନୀ ଉତ୍ସବରେ ଶିଶୁମାନଙ୍କ ଅନୁଭୂତି, କଳ୍ପନାଶକ୍ତି, ସୃଜନ କ୍ଷମତା ଏବଂ ବୈଜ୍ଞାନିକ ଚିନ୍ତାଧାରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ, ଅଭିଭାବକ, ଯୁବ ସ୍ବେଛାସେବୀ, ଜିଲ୍ଲା ଶିକ୍ଷାବିଭାଗର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଓଡ଼ିଶାରେ ଗୋଷ୍ଠୀ ଭିତିକ STEM ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା ରେ ନାଗରିକ ବିକାଶ ସଂଗଠନ ଦ୍ୱାରା ଆତ୍ମଶକ୍ତି ଟ୍ରଷ୍ଟ ଓ ଶିକ୍ଷାଗ୍ରହର ସହଯୋଗରେ ଆୟୋଜିତ ହୋଇଥିଲା। ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଶିଶୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଉତ୍ସାହ, ବୈଜ୍ଞାନିକ ମନୋଭାବ ଏବଂ ସମସ୍ୟା ସମାଧାନ ଦକ୍ଷତା ବିକଶିତ କରିବା ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ।

୨୦ ଏପ୍ରିଲ ୨୦୨୬ ରୁ ୬ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ଛଅ ସପ୍ତାହ ବିଶିଷ୍ଟ କାର୍ଯ୍ୟକ୍ରମ ରେ ଚତୁର୍ଥ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନେ ବିଭିନ୍ନ ବିଜ୍ଞାନ ଭିତ୍ତିକ କାର୍ଯ୍ୟକଳାପ, ଘରୋଇ ସାମଗ୍ରୀରେ ପ୍ରସ୍ତୁତ ପରୀକ୍ଷଣ, ଖେଳ ଏବଂ ଗୋଷ୍ଠୀ ଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲାର ୫ ଟି ବ୍ଲକ ଅନ୍ତର୍ଗତ ୧୮ ଟି ଗ୍ରାମ ପଞ୍ଚାୟତର ୨୫ ଟି ଗ୍ରାମର ୩୪୫ ଜଣ ଶିଶୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଶିକ୍ଷଣ ପ୍ରାପ୍ତ ୫୦ ଜଣ ଗ୍ରାମୀଣ ଯୁବ ସ୍ବେଛାସେବୀମାନେ ଚଳିତ ଗ୍ରୀଷ୍ମ ଅବକାଶ ସମୟରେ STEM ଶିକ୍ଷା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଉଦ୍ଜାପନୀ କାର୍ଯ୍ୟକ୍ରମ ରେ ଶିଶୁମାନେ ବିଭିନ୍ନ ବିଜ୍ଞାନ ମଡେଲ, ପରୀକ୍ଷଣ ଓ ଶିକ୍ଷଣ କାର୍ଯ୍ୟକଳାପ, ଅଭିନବତା ଓ ବୈଜ୍ଞାନିକ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ସେମାନଙ୍କ ଆତ୍ମବିଶ୍ୱାସ, ନୂତନ ଚିନ୍ତାଧାରା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦୁଷ୍ମନ୍ତ ପାଢି, ଜିଲ୍ଲା ଶିକ୍ଷା ବିଭାଗ ଶିଶୁମାନଙ୍କ ପ୍ରୟାସ ଏବଂ ସ୍ବେଛାସେବୀ ମାନଙ୍କ ଅବଦାନକୁ ପ୍ରଶଂସା କରି କହିଥିଲେ ଯେ, ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଓ ପ୍ରଶ୍ନ କରିବାର ପ୍ରବୃତ୍ତି ବିକଶିତ ବର୍ତ୍ତମାନର ଆବଶ୍ୟକତା। ସେ କହିଥିଲେ, “ ସେ କହିଥିଲେ ଛାତ୍ରମାନେ ସବୁସମୟରେ ପ୍ରସନ୍ନ କରିବା ଆବଶ୍ୟକ ଯାହା ଫଳରେ ପିଲାମାନେ କିଛି ଶିଖିପାରିବେ ”। ସେ କାର୍ଯ୍ୟକ୍ରମ କରିଥିବା ଅନୁଷ୍ଠାନ କୁ ଧନ୍ୟବାଦ ଦେଇଥିଲେ। ଆତ୍ମଶକ୍ତି ଟ୍ରଷ୍ଟ ଓ ଶିକ୍ଷାଗ୍ରହର ପ୍ରତିନିଧିମାନେ କହିଥିଲେ ଯେ,ଏଭଳି ଗୋଷ୍ଠୀ ଭିତ୍ତିକ ଶିକ୍ଷା ପଦକ୍ଷେପ ଔପଚାରିକ ଶିକ୍ଷା ବ୍ୟବସ୍ଥାକୁ ସହାୟକ ହେବା ସହ ଜାତୀୟ ଶିକ୍ଷା ନୀତି-୨୦୨୦ ର ଲକ୍ଷ ପୂରଣ ଦିଗରେ ମଧ୍ୟ ସହାୟକ ହୋଇପାରିବ।

ଅଭିଭାବକ ଓ ସମୁଦାୟର ସଦସ୍ୟମାନେ ମଧ୍ୟ ଶିଶୁମାନଙ୍କ ମଧ୍ୟରେ ଦେଖାଦେଇଥିବା ଆତ୍ମବିଶ୍ୱାସ, ଉତ୍ସାହ, ନେତୃତ୍ୱ ଗୁଣ ଏବଂ ଶିକ୍ଷା ପ୍ରତି ବୃଦ୍ଧି ପାଇଥିବା ଆଗ୍ରହକୁ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଅଧିକ ସଂଖ୍ୟକ ଶିଶୁଙ୍କ ନିକଟରେ ଏଭଳି ଅନୁଭୂତିମୂଳକ ଶିକ୍ଷା ସୁଯୋଗ ପହଞ୍ଚାଇବା ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ବିସ୍ତାର କରିବା ନେଇ ଆଲୋଚନା କରାଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ୯ମ ସାମ୍ବିଧାନିକ ଓ ସପ୍ତବିଂଶତମ ବାର୍ଷିକ ସମେଳନ

masiha

ବନ୍ଧୁଗାଁ ବ୍ଲକରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ମିଶନ ଶକ୍ତିର ମାଆ ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଋଣ ଓ ଏସ ଏଚ ଜି ଙ୍କୁ ସୁଧ ଟଙ୍କା ଫେରସ୍ତ

masiha

ଶତାବ୍ଦୀ ଙ୍କ ଚିତ୍ରକଳା, ଚାନ୍ଦୁଆ ଓ ଅଦରକାରୀ ସାମଗ୍ରୀ ରେ କରୁଛନ୍ତି ପ୍ରଭୁ ଜଗନ୍ନାଥ ଙ୍କ ଚିତ୍ର 

Sunil Chandra Nayak

Leave a Comment

error: Content is protected !!