ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ସଂଗୀତ ଦିବସ ପାଳନ

ବିଶ୍ୱ ସଂଗୀତ ଦିବସ ପାଳନ

ରାଉରକେଲା: ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ ବିଶ୍ୱ ସଂଗୀତ ଦିବସ ମହାସମାରୋହରେ ପାଠାଗାର ର ସତ୍ୟବାଦୀ ପ୍ରକୋଷ୍ଠ ରେ ପାଳିତ ହୋଇଯାଇଛି । ସ୍ବସ୍ତି ସାହିତ୍ୟ ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ଶଙ୍କର ପ୍ରସାଦ ତ୍ରିପାଠୀ ଓ ଶର୍ମିଷ୍ଠା କବିଶତପଥି ତଥା ପାଠାଗାର ର ବରିଷ୍ଠ ସଦସ୍ୟ ବିଶ୍ୱନାଥ ଜେନା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଡ. ସୁଶାନ୍ତ ପାଣି ଆବାହନୀ ପ୍ରାର୍ଥନା କରି ଏକ ଭକ୍ତିପୂତ ପରିବେଶ ସୃଷ୍ଟି କରିବା ସହିତ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ ସମ୍ଭାଷଣ ପ୍ରଦାନକରିଥିଲେ ଏବଂ କହିଲେ 

“ଭାରତୀୟ ସଂଗୀତ କେଉଁ ଆଦିମ କାଳରୁ ଜନ ମାନସକୁ ପ୍ରଭାବିତ କରିଆସିଛି। ସଂଗୀତ ବ୍ରହ୍ମନାଦ ଅଟେ। ଦେବୀ ସରସ୍ବତୀଙ୍କ ବୀଣାର ଝଙ୍କାର ତଥା ବେଦର ମନ୍ତ୍ରୋଚ୍ଚାରଣରୁ ନିଃସୃତ ଭାରତୀୟ ସଂଗୀତ ଆଜି ବିଶ୍ୱ ଦରବାରରେ ଭାରତୀୟ ସଂସ୍କୃତିକୁ ପ୍ରତିଷ୍ଠିତ କରିପାରିଛି। ସଂଗୀତ କୌଣସି ଭାଷା, ଜାତି, ଭୂଖଣ୍ଡ ମଧ୍ୟରେ ବାନ୍ଧି ହେଇନଥାଏ। ତେଣୁ ସଂଗୀତ ସମଗ୍ର ମାନବଜାତି ମଧ୍ୟରେ ଏକତାରକ୍ଷା କରିବାର ଏକ ସୂତ୍ର ଅଟେ। ରାଉରକେଲା ର ବିଶିଷ୍ଟ କଣ୍ଠଶିଳ୍ପୀ ବି. ବୁଦ୍ଧପ୍ରସାଦ ରାଓ, ବୀଣା ରଥ, ଫକୀର ଚରଣ ପତି,ପୁଲିନ ରାଉତରାୟ, ପ୍ରଦୀପ ପଣ୍ଡା, ବି. ପୁଷ୍ପାଞ୍ଜଳି, ସତ୍ୟମ ପାଣିଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l 

ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ରାଜ୍ୟର ପରିଚିତ ଓ ବିଶିଷ୍ଟ କଣ୍ଠଶିଳ୍ପୀ ବି. ବୁଦ୍ଧପ୍ରସାଦ ରାଓ ତଥା ବିଶିଷ୍ଟ ତବଲା ବାଦକ ଗୌରାଙ୍ଗ ଗୋଛାୟତଙ୍କୁ ସ୍ବସ୍ତି ସଂଗୀତ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ପାଦକ ରାଜୀବ ପାଣି ବିଶ୍ୱ ସଂଗୀତ ଦିବସ ସମ୍ବନ୍ଧରେ ପ୍ରାକ କଥନ ରଖିଥିଲେ। 

ଡାକ୍ତର ସୁଶାନ୍ତ ପାଣିଙ୍କ ନିର୍ଦେଶନାରେ ସମସ୍ତ ସମ୍ମାନିତ କଣ୍ଠଶିଳ୍ପୀ ଯନ୍ତ୍ରଵାଦ୍ୟ ସହ ଜଗନ୍ନାଥଙ୍କ ଭଜନ, ପଲ୍ଲୀଗୀତ, ଆଧୁନିକ ଗୀତ ଅତି ଆକର୍ଷଣୀୟ ଭାବେ ପରିବେଷଣ କରିଥିଲେ।

ଯନ୍ତ୍ରବାଦ୍ୟରେ ବଂଶୀଧର ସାହୁ, ଗୌରାଙ୍ଗ ଗୋଛାୟତ, ନରେନ୍ଦ୍ର ପାତ୍ର ଓ ବି .ରାଓ ସହଯୋଗ କରିଥିଲେ। ସଭାଗୃହରେ ଉପସ୍ଥିତ ଶତାଧିକ ଶ୍ରୋତା କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। ପରିବେଷିତ ସଂଗୀତର ଗୀତିକାର ଡାକ୍ତର ଗୀତାଞ୍ଜଳି ପତ୍ରୀ, ରୀନା ସ୍ୱାଇଁ ଓ ରଜନୀକାନ୍ତ ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। 

ଗୋପବନ୍ଧୁ ପାଠାଗାର ର ସଦସ୍ୟ ହରିହର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ସଭାପରିଚାଳନା ରେ ନିରୁପମା ପତି, ରବିନ୍ଦନାଥ ସରାଫ, ଚିନ୍ମୟୀ ପୁରୋହିତ, ଗୌତମ ଦାସ ଓ ସୂର୍ଯ୍ୟମଣି ପଣ୍ଡା ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ. କୃପାସିନ୍ଧୁ ନାୟକ, ଭlରତଭୂଷଣ ମହାନ୍ତି, ସୁଦେଶ ନାୟକ, ବିବେକାନନ୍ଦ ଜେନା, ପରେଶ କୁମାର ବିଶ୍ୱାଳ,, ଲାକ୍ସମାନ ଦାସ, ପ୍ରଦୀପ କୁମାର ନାୟକ, ଅଭୟ କୁମାର ଦାସ,ଶରତ ଦାସ, ଶୈଳେନ୍ଦ୍ର ମହାନ୍ତି, କୈଳାସ ପାଣିଗ୍ରାହୀ, ବିଭୁତି ଦାସ, ସୁରେନ୍ଦ୍ର ନାଥ ଜେନା,ବିଜୟଲଷ୍ମୀ ପଟ୍ଟନାୟକ, ବିଜୟିନୀ ଜେନା, ବିଲୋଚନ ପାତ୍ର, ପଞ୍ଚାନନ ମହାପାତ୍ର, ଗଦାଧର ରଥ, ଅଜୟ ମହାନ୍ତି, ଅମରେଶ ତ୍ରିପାଠୀ, ସଂଜୀବ କୁମାର ଦାସ, ରାଧାମୋହନ ନାୟକ, ଅଶୋକ ମହାପାତ୍ର, ସରୋଜ କୁମାର ସ୍ୱାଇଁ, ଡ. ସୁମନ ଦତ୍ତ, ତ୍ରିଲୋଚନ ଦାସ, ସୁରେନ୍ଦ୍ର ପଣ୍ଡା, ଶରତ ଧଳ, ହରିଶ୍ଚନ୍ଦ୍ର ଭୂମିଜ, ଡ ଶକ୍ତିପ୍ରସାଦ ସାମନ୍ତରାୟ ପ୍ରମୁଖ ବହୁ ବ୍ୟକ୍ତି ଶ୍ରୋତା ଭାବରେ ଯୋଗଦାନ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ଦେବୀ ସାଧକ ଶ୍ୟାମ ସୁନ୍ଦର ମିଶ୍ରଙ୍କ ପରଲୋକ

masiha

Forest Fire Prevention Awareness Meeting Held in Lakshmipur

masiha

ପୁରୁଷ ବିଶ୍ୱକପ ହକି ଶୋଭାଯାତ୍ରା କୁ ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ସୁସ୍ୱାଗତମ

Sunil Chandra Nayak

Leave a Comment

error: Content is protected !!