ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ମହୋତ୍ସବରେ ଉତ୍କଳଶ୍ରୀ ସମ୍ମାନ ରେ ସମ୍ମାନିତ ହେଲେ କୁଞ୍ଜବିହାରୀ, ମନୋରଞ୍ଜନ ଓ ଅଶୋକ  ହାପି ମୋମେଣ୍ଟସ ଇଣ୍ଡିଆ ର ଓଡିଶା ମହୋତ୍ସବ ସମ୍ପନ୍ନ 

ଓଡ଼ିଶା ମହୋତ୍ସବରେ ଉତ୍କଳଶ୍ରୀ ସମ୍ମାନ ରେ ସମ୍ମାନିତ ହେଲେ କୁଞ୍ଜବିହାରୀ, ମନୋରଞ୍ଜନ ଓ ଅଶୋକ 

ହାପି ମୋମେଣ୍ଟସ ଇଣ୍ଡିଆ ର ଓଡିଶା ମହୋତ୍ସବ ସମ୍ପନ୍ନ 

ରାଉରକେଲା: ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ର ରାଜ୍ୟସ୍ତରୀୟ ସମ୍ମିଳନୀ ଓଡିଶା ମହୋତ୍ସବ ୨୦୨୬ ସମ୍ବଲପୁର ର ତପସ୍ଵିନୀ ଅଡିଟୋରିୟମ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ତର୍ପଣ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ରାଉରକେଲା ସମ୍ବାଦ ସଂସ୍କରଣ ର ସହ ସମ୍ପାଦକ ଅଶୋକ କୁମାର ପାତ୍ର, ଜଣାଶୁଣା ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଓ ଟିଙ୍କୁ ଟିଙ୍ଗାଲି ପ୍ରମୁଖ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ମତ ରଖିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଡାକ୍ତର ରାମଚନ୍ଦ୍ର ମେହେର, ଆଲୋକ କୁମାର ପଣ୍ଡା,ପ୍ରଦୀପ ଯୋଶୀ, ଗଜେନ୍ଦ୍ର ମେହେର ,ସତ୍ୟରଞ୍ଜନ ବେହେରା, ଦେବାନନ୍ଦ ବାବୁ, କାର୍ତ୍ତିକେଶ୍ବର ନନ୍ଦ,ଡ ମୀନତି ମିଶ୍ର,ଡ ସୁଜାତା ପଣ୍ଡା, ଚିତ୍ତରଞ୍ଜନ ବେହେରା, ଗୋପାଳ କୃଷ୍ଣ ଦାସ,ସୁମିତ୍ରା ପତ୍ରୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଅଶୋକ କୁମାର ପାତ୍ର ଓ ମନୋରଞ୍ଜନ ଦାଶ ଙ୍କୁ ଉତ୍କଳଶ୍ରୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସେହିପରି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ,ଶିଶୁ କଳାକାର ସମ୍ମାନ,ମଦର ଟେରେସା ସେବା ସମ୍ମାନ, ଶ୍ରୀକ୍ଷେତ୍ର କଳାରତ୍ନ ସମ୍ମାନ,ଏପିଜେ ଅବଦୁଲ କାଲାମ ପ୍ରଫେସନାଲ ସମ୍ମାନ, ଉତ୍କଳ କବିରତ୍ନ ସମ୍ମାନ, ଓଡ଼ିଆ ଲିଟେରଚର ଏକ୍ସଲେନ୍ସ ସମ୍ମାନ, ଉତ୍କଳ ବିଦ୍ୟାରତ୍ନ ସମ୍ମାନ, ଓଡ଼ିଶା ସାହିତ୍ୟ ଗୈ।ରବ ସମ୍ମାନ, ଶ୍ରେଷ୍ଠ ନାଗରିକ ସମ୍ମାନ, ଶ୍ରେଷ୍ଠ କବି ସମ୍ମାନ, କଲ୍ଚରାଲ ଏକ୍ସଲେନ୍ସ ଆୱାର୍ଡ଼, ଶ୍ରୀକ୍ଷେତ୍ର ସେବାରତ୍ନ ସମ୍ମାନ, ଉତ୍କଳ ସେବା ସାରଥୀ ସମ୍ମାନ,ନାରୀ ସଶକ୍ତିକରଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ଓ ଉପଦେଷ୍ଟା ଶ୍ରୀ ରାଉତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପ୍ରଥମରେ ଦେବିକା ଘୋଷ,ସୋମି ବାନାର୍ଜୀ ଓ ଆଲୋକ ପଣ୍ଡାଙ୍କ ସାଥୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ଦିବାକର ଦାସ,ସତ୍ୟମ ମୋଦକ, ରବର୍ଟ ହାଇଫିଲ,ଦେବିକା ଘୋଷ,ବିଭାଷିନୀ ପଟ୍ଟନାୟକ, ଶଙ୍କର ବେହେରା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ସ୍ବରଚିତ କବିତା ପାଠ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

Sunil Chandra Nayak

୧- ଶବ ରଖି ରାସ୍ତା ରୋକ,୨- 31 ଜୁଲାଇ ପର୍ଯ୍ୟନ୍ତ ଟ୍ରେନ ନ ରହିଲେ 01 ଅଗଷ୍ଟ ରୁ ରେଳରୋକ ଆନ୍ଦୋଳନ

Sunil Chandra Nayak

୪୨ମୌଜାରେ ରୋନକ ମୋଟର୍ସ ୟାମା ସୋ ରୁମ ଉଦ୍ଘାଟିତ 

Sunil Chandra Nayak

Leave a Comment

error: Content is protected !!