ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ସଫଳତାର ସହ ସମ୍ପନ୍ନ 

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ପୁନଃ ପରୀକ୍ଷା ସଫଳତାର ସହ ସମ୍ପନ୍ନ 

ନବରଙ୍ଗପୁର:( ତା ୨୧.୬.୨୦୨୬)(ରବି ନାରାୟଣ ମହାନ୍ତି)ଆଜି ମେଡିକାଲ ଚିକିତ୍ସା ପାଠ୍ୟକ୍ରମରେ ଭର୍ତ୍ତି ହେବା ପାଇଁ ସାରା ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା ଏନ୍ ଇ ଇ ଟି ( ୟୁ ଜି)୨୦୨୬ ପୁନଃ ପରୀକ୍ଷା ସଫଳତା ର ସହ ସମ୍ପନ୍ନ ହୋଇଛି।ଜିଲ୍ଲାର ନବରଙ୍ଗପୁର ସହରର ଆର୍ ସି ଡି ହାଇସ୍କୁଲ ଏବଂ ପି ଏମ ଶ୍ରୀ କେନ୍ଦ୍ରିୟ ବିଦ୍ୟାଳୟ ଦୁଇଟି ଶିକ୍ଷା ଅନୁଷ୍ଠାନକୁ ଏନ୍ ଟି ଏ ( ଜାତୀୟ ପରୀକ୍ଷା ସଂସ୍ଥା) ମନୋନୀତ କରିଥିଲା।ଏହି ଜାତୀୟ ସ୍ତର ପରୀକ୍ଷା ପାଇଁ ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ଗଠନ ହୋଇ ନୋଡାଲ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ମାଜିଷ୍ଟ୍ରେଟ ଡ୍ୟୁଟି ଅଧିକାରୀ ରୂପେ ନବରଙ୍ଗପୁର ତହସିଲଦାର ଭୋଲେଶ୍ୱର ନାଏକ ଏବଂ ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରହାସ ମହାନନ୍ଦିଆ ଦାୟିତ୍ୱ ତୁଲାଇଥିବା ବେଳେ ପୋଲିସ ନୋଡାଲ ଅଧିକାରୀ ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଏବଂ ଡି ଏସ ପି ( ଡି ଆଇ ବି ) ବିନୋଦ ଲାକ୍ରା ଶାନ୍ତି ଶୃଙ୍ଖଳା,ଟ୍ରାଫିକ,ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲେ। ପରୀକ୍ଷା ଯେଭଳି ସୁଚାରୁ ରୂପେ ଏବଂ ଶାନ୍ତି ଶୃଙ୍ଖଳା ର ସହ ସମାପନ ହେବ ଏଥିପାଇଁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି,ପ୍ରଶାସନ ନୋଡାଲ ଅଧିକାରୀ ସୋଭେନ ପଣ୍ଡା ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଏବଂ ଅନ୍ୟ ଅଧିକାରୀ ପୂର୍ବରୁ ପରୀକ୍ଷା କେନ୍ଦ୍ର ଗସ୍ତ ପୂର୍ବକ ପରୀକ୍ଷା କେନ୍ଦ୍ର ରେ ପାନୀୟ ଜଳ ବ୍ୟବସ୍ଥା,ବିଦ୍ୟୁତ ସରାବରାହ,ଦିବ୍ୟାଙ୍ଗ ପାଇଁ ହୁଈଲ ଚେୟାର,ଅଗ୍ନିଶମ, ସି ସି ଟିଭି, ଯାମର,ଡି ଜି ବ୍ୟାକଅପ୍,ପାର୍କିଂ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ।ଏହି ପରୀକ୍ଷା ଅପରାହ୍ନ ୨.୦୦ ଘ ରୁ ଆରମ୍ଭ ହୋଇ ଘ୫.୧୫ ମି଼ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ଉଭୟ କେନ୍ଦ୍ର ରେ ମୋଟ ୫୧୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆଡମିଟ କାର୍ଡ ପାଇଥିବାବେଳେ ମୋଟ ୪୨୧ ଜଣ ପରୀକ୍ଷା ଦେଇଥିଲେ ଏବଂ ୮୯ ଜଣ ଅନୁପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଟପାଡ଼ ସହରର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ; ଆହାର କେନ୍ଦ୍ରରେ କଲେ ମଧ୍ୟାହ୍ନ ଭୋଜନ

Sunil Chandra Nayak

ଏକ ଉତ୍ତମ ଗବେଷଣା ପତ୍ର ଲିଖନ ଓ ପ୍ରକାଶନ’ ଉପରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

Sunil Chandra Nayak

ପଡ଼ାରଗୁଡା ଠାରୁ ଚିତାବେଡା ରାସ୍ତାର ଦୁରାବସ୍ଥା କହିଲେ ନ ସରେ:ଯାତାୟତ ବାଧାପ୍ରାପ୍ତ l ସମୟ ଚାରି ଘଣ୍ଟା l

masiha

Leave a Comment

error: Content is protected !!