ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଉମରକୋଟ ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନବରଙ୍ଗପୁର,:( ତା ୨୨.୦୬.୨୦୨୬) (ରବି ନାରାୟଣ ମହାନ୍ତି)ଆଜି ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ବି ଡି ଓ ମନୋଜ କୁମାର ମେହେରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ ଏବଂ ତତ୍କ୍ଷଣାତ୍ ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ।ଶିବିରରେ ମୋଟ ୨୧ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୩ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଏବଂ ୦୮ଟି ଗ୍ରାମ୍ୟ ଓ ସାମୁହିକ ସମସ୍ୟା ସମ୍ବନ୍ଧୀୟ ଥିଲା। ପ୍ରାପ୍ତ ଅଭିଯୋଗୁଡ଼ିକ ମଧ୍ୟରୁ ୧ଟିର ସମାଧାନ ଘଟଣାସ୍ଥଳରେ ହିଁ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।ଏହି ଅବସର ରେ ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ୩ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା। ସେଭଳି ଆତଙ୍କବାଦ, ନକ୍ସଲବାଦ,ସାମ୍ପ୍ରଦାୟିକ ଦଙ୍ଗା ବାମପନ୍ଥୀ ଉଗ୍ରବାଦ ଆକ୍ରମଣ ରେ ଶିକାର ହୋଇଥିବା ସାଧାରଣ ବ୍ୟକ୍ତି/ ପରିବାର ବର୍ଗ ଙ୍କୁ (csacv) କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ବାମପନ୍ଥୀ ଉଗ୍ରବାଦ ଯୋଗୁ ରାଇଘର ବ୍ଲକ ର ଶ୍ରୀମତୀ ରାଧିକା ମଲ୍ଲିକ ( ସ୍ୱାମୀ ସ୍ୱର୍ଗତ ଚନ୍ଦନ କୁମାର ମଲ୍ଲିକ) ଏବଂ ଅମ୍ରିତା ନାଗେଶ ( ସ୍ୱାମୀ ସ୍ୱର୍ଗତ ନାରାୟଣ ନାଗେଶ) ଙ୍କୁ ୫ ଲକ୍ଷ ଟଙ୍କା ର ଚେକ୍ ଏବଂ ଝରି ଗାଁ ବ୍ଲକର ଶ୍ରୀମତୀ ମାନକ ଭତରା( ସ୍ୱାମୀ ସ୍ୱର୍ଗତ ବୈଶାଖୁ ଭତରା) ଙ୍କୁ ୩ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଚେକ୍ ପ୍ରଦାନ କରାଗଲା।ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିବଦ୍ଧ ବୋଲି ଜିଲ୍ଲାପାଳ କହିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଣାର୍କ ମହୋତ୍ସବରେ ଓମ୍‌ପ୍ରକାଶଙ୍କ ବାଲୁକା କଳା

masiha

ଅନିୟମିତତା ଅଭିଯୋଗ ଆଣି ବାଗପଞ୍ଚମୀ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଅଭିଭାବକ ଓ ମହିଳା ହିତାଧିକାରୀ

masiha

ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଉଦଘାଟନ

masiha

Leave a Comment

error: Content is protected !!