ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ପରେ ପ୍ରଥମ ପ୍ରସାଦ ସେବନ ବ୍ୟବସ୍ଥା କଲେ ମନ୍ଦିର ପରିଚାଳନା କମିଟି 

ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ପରେ ପ୍ରଥମ ପ୍ରସାଦ ସେବନ ବ୍ୟବସ୍ଥା କଲେ ମନ୍ଦିର ପରିଚାଳନା କମିଟି 

ନବରଙ୍ଗପୁର:(୧୬|୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ବୋରିଗାଁ ଯିବା ରାସ୍ତାର ଡାହାଣ ପାର୍ଶ୍ଵରେ ଗଢି ଉଠିଥିବା ଶ୍ରୀ ଶ୍ରୀ ଶ୍ରୀ ମାଁ ସମଲେଇ ଠାକୁରାଣୀ ଦେବୀଙ୍କ ମନ୍ଦିର,ଠାକୁରାଣୀ ଦେବୀଙ୍କ ପାର୍ଶ୍ଵ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ତା ୧୬|୬ ଠାରୁ ଆରମ୍ଭ ହୋଇ ତା ୧୯|୬ ରେ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା l ନବରଙ୍ଗପୁର ଜିଲ୍ଲା ଦହଣା ଗ୍ରାମରୁ ଆସିଥିବା ଆଚାର୍ଯ୍ୟ- ପ୍ରଖର ପ୍ରଜ୍ଞା ଶତପଥୀ, ବ୍ରହ୍ମା-ଯାମିନୀ କାନ୍ତ ମହାପାତ୍ର, ସଦସ୍ୟ- ରାଜନୀ କାନ୍ତ ନନ୍ଦ, ପ୍ରଚାରକ-ଅଭିଷେକ ତ୍ରିପାଠୀ, ପପୁନ ଓ ଚିଣ୍ଟୁ ପ୍ରମୁଖ ପ୍ରତିଷ୍ଠା ର ସମସ୍ତ ପୂଜା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କର୍ତ୍ତା ଭାବେ ସସ୍ତ୍ରୀକ ପୁରୁଷୋତ୍ତମ ସିଂ, ଜି.କିରଣ କୁମାର ଓ ଏମ୍ ରମେଶ ନିୟୋଜିତ ଥାଇ ଶୃଙ୍ଖଳିତ ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ l ପୂର୍ଣ୍ଣାହୁତି ଦିବସରେ ଗ୍ରାମର ସମାଜସେବୀ, ବୁଦ୍ଧିଜିବୀ କୈଳାଶ ଚନ୍ଦ୍ର ବିଶୋୟୀ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ l ମାଙ୍କ ମୂର୍ତ୍ତି ପୂଜା ପାଉଥିବା ଯଜ୍ଞମଣ୍ଡପରୁ ଜୀବନ୍ୟାସ ପାଇ ମନ୍ଦିରରେ ସ୍ଥାପନ କରାଯାଇ ଥିଲା l ତା ୨୩|୬ ମଙ୍ଗଳବାର ଦିନ କମିଟି ତରଫରୁ ପ୍ରଥମ ମା ଙ୍କ ମନ୍ଦିରରେ ଭକ୍ତବୃନ୍ଦ ଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା lମନ୍ଦିର କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଉପ ସଭାପତି ସୂର୍ଯ୍ୟନାରାୟଣ ସୁବୁଦ୍ଧି, ସମ୍ପାଦକ ଭାସ୍କର ମହାପାତ୍ର, କୋଷାଧ୍ଯକ୍ଷ ବଗୁଲା ଜେନା, ଜି.ସତ୍ୟ ରାଓ, ଚନ୍ଦ୍ର ଶେଖର ନିଆଲ, ଭୀମ ସିଂ, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ପ୍ରମୁଖ ବହୁ ଭକ୍ତ ପ୍ରସାଦ ସେବନ କରି ମା ଙ୍କ ଆଶୀର୍ବାଦ ଲାଭ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

ବହୁ ଆଡମ୍ବର ସହ ରାଇଘର ରେ ରଥ ଟଣା ଶେଷ ହେଲା

Sunil Chandra Nayak

ମାଁ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!