ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହଷ୍ଟେଲ ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ 

ହଷ୍ଟେଲ ପଙ୍ଖାରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ 

ହିଞ୍ଜିଳିକାଟୁ,୨୪/୬ ହିଞ୍ଜିଳିକାଟୁ ବ୍ଲକ୍ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ହଷ୍ଟେଲରେ ବୁଧବାର ଦିନ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ଛାତ୍ରୀ ଜଣକ ନିଜର ଓଢଣୀ ସାହାଯ୍ୟରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି । ତେବେ ଆତ୍ମହତ୍ୟାର କାରଣ ଅଶ୍ବଷ୍ଟ ରହିଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ମୂତାକ ମୃତ ଛାତ୍ରୀ ଜଣକ ହେଲେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ତୋଟାପୋଡା ଗ୍ରାମର ବର୍ଷା ଦାସ (୧୪) ପିତା ସନ୍ତୋଷ କୁମାର ଦାସ । ପରିବାର ଲୋକଙ୍କ ଠାରୁ ଯାହା ସୂଚନା ମିଳିଛି ସେହି ଅନୁସାରେ ବର୍ଷା ୨ ବର୍ଷ ଧରି ସେହି ହଷ୍ଟେଲରେ ରହି ଆବାସିକ ବିଦ୍ୟାଳୟରେ ପାଠ ପଢୁଥିଲେ ଏବଂ ଚଳିତ ବର୍ଷ ନବମ ଶ୍ରେଣୀକୁ ଯାଇଥିଲେ । ଖରା ଦିନ ଛୁଟି ରହିଥିବାରୁ ସେ ଛୁଟି ରେ ନିଜ ଗ୍ରାମକୁ ଯାଇଥିଲେ । ଚଳିତ ମାସ ୨୨ ତାରିଖରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟ କୁ ଖୋଲିଥିବା ବେଳେ ଖରା ଛୁଟି ସରିବା ପରେ ପରିବାର ଲୋକେ ଆଜି ବର୍ଷା ଙ୍କୁ ହଷ୍ଟେଲରେ ଛାଡି ନିଜ ଘରକୁ ଫେରିଥିଲେ । ଘରକୁ ଫେରିବାର କିଛି ଘଣ୍ଟା ପରେ ହଷ୍ଟେଲରୁ ପରିବାର ଲୋକଙ୍କୁ ଫୋନ ଆସିଥିଲା ଏବଂ ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ । ପରିବାର ଲୋକେ ବର୍ଷାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପାଇଁ ହଷ୍ଟେଲ କତୃପକ୍ଷଙ୍କୁ ନିବେଦନ କରିଥିଲେ । ସେ ଅନୁସାରେ ବର୍ଷାଙ୍କୁ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ବର୍ଷାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ହଷ୍ଟେଲ କତୃପକ୍ଷ ବର୍ଷା ଙ୍କୁ ବହୁ ସମୟ ବ୍ୟବଧାନ ପରେ ମେଡ଼ିକାଲ ରେ ଭର୍ତ୍ତି କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ଆସନ୍ତାକାଲି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବାର ସୂଚନା ମିଳିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

ବହୁ ଚର୍ଚ୍ଚିତ ଧର୍ମଗଡ଼ ଦେଶୀ ମଦ ଭାଟିରେ ଲୁଟ୍ ଘଟଣା ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇ ଜି ନୀତି ଶେଖର ଙ୍କ ସାମ୍ବାଦିକ ସମ୍ବିଳନୀ

masiha

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୨ହଜାର ଟଙ୍କା ଜୋରିମାନା

Sunil Chandra Nayak

ବାଦାମ ପାହାଡ଼ ଅଂଚଳରେ ଅବକାରୀ ବିଭାଗର ଚଢାଉ* ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣଙ୍କୁ ଗିରଫ

masiha

Leave a Comment

error: Content is protected !!