ସିନାପାଲି କ୍ରିକେଟ୍ କପ୍ କାଶୀବାହାଲ କୁ ହରାଇ କରଙ୍ଗାମାଲ ଚମ୍ପିୟାନ
ସିନାପାଲି, ୨୫/୦୬ (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )ନୂଆପଡ଼ା ଜିଲ୍ଲାର ସିନାପାଲି ସହରସ୍ଥିତ ପି ଏମ ଶ୍ରୀ ହାଇସ୍କୁଲ ପଡ଼ିଆଠାରେ ଜୁନ ୨୩ ଓ ୨୪ ତାରିଖ ଦୁଇ ରାତ୍ର ଧରି ଆୟୋଜିତ “ସିନାପାଲି କ୍ରିକେଟ୍ କପ୍ (ନାଇଟ୍ ସର୍କିଲ ଟୁର୍ଣ୍ଣାମେଣ୍ଟ)” ବୁଧବାର ଉଦ୍ଯାପିତ ହୋଇଯାଇଛି । ଏହି ଅଭିନବ ନାଇଟ୍ କ୍ରିକେଟ୍ ମହାସମାରୋହରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ରିକେଟ ଦଳଗୁଡ଼ିକ ଅଂଶଗ୍ରହଣ କରି ରୋମାଞ୍ଚକ ଖେଳ ପ୍ରଦର୍ଶନ କରିଥିଲେ ।ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଗ୍ରାମ୍ୟଦେବୀ ମା’ ମହୁଲଗୋଛେନ ଙ୍କୁ ପୂଜାର୍ଚନା କରି ମାଟି ପୂଜା ଅନୁଷ୍ଠିତ ହୋଇଥିଲା । ପରେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ ତୁଳସିରାମ ମେହେର, ପ୍ରିୟରଞ୍ଜନ ମେହେର ଓ ରଜନୀ ମାଝୀ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଭାବନା ଓ ଯୁବଶକ୍ତିର ବିକାଶ ଉପରେ ମତବ୍ୟକ୍ତ କରିଥିଲେ ।ଖେଳକୁ ଆକର୍ଷଣୀୟ କରିବା ପାଇଁ ସୁନ୍ଦର ଆଲୋକ ସାଜସଜ୍ଜା, ଓ ଖେଳାଳିମାନଙ୍କ ପାଇଁ ଉତ୍ତମ ଭୋଜନ ବ୍ୟବସ୍ଥା ଏବଂ ଦର୍ଶକଙ୍କ ପାଇଁ ସୁବିଧାଜନକ ପରିବେଶ ସୃଷ୍ଟି କରାଯାଇଥିଲା । କମିଟି ପକ୍ଷରୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, କ୍ରୀଡ଼ାପ୍ରେମୀ, କ୍ରୀଡ଼ାବିତ, କ୍ରୀଡ଼ା ସମୀକ୍ଷକ, ଖେଳାଳି ଓ ସାଧାରଣ ଦର୍ଶକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦୁଇ ଦିନ ଧରି ବିପୁଳ ସଂଖ୍ୟକ ଦର୍ଶକଙ୍କ ସମାଗମ ଟୁର୍ଣ୍ଣାମେଣ୍ଟକୁ ଆହୁରି ଉତ୍ସାହମୟ କରିଥିଲା ।
ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ପାଇଁ ଗଠିତ କମିଟିରେ ଚିତ୍ତରଞ୍ଜନ ମେହେର (ଜଗା) ସଭାପତି, ବିଦ୍ୟାଧର ସା (ଶୈଳେଶ) ସମ୍ପାଦକ, ବିନ୍ଦୁ ସାଗର ମେହେର ଓ ଦୁଷ୍ମନ୍ତ ସା ଉପସଭାପତି, ସଞ୍ଜୀବ ଭକ୍ତ ମେହେର ଓ ଧନଞ୍ଜୟ ମେହେର ଯୁଗ୍ମ ସମ୍ପାଦକ, ସଚିନ ଯୋଶୀ କୋଷାଧକ୍ଷ, ସୋହନ ମେହେର ସହଯୋଗୀ କୋଷାଧକ୍ଷ, ତ୍ରୀନାଥ ମେହେର ଓ ପ୍ରିୟରଞ୍ଜନ ମେହେର ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ ।ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପ୍ରୟୋଜକ ଭାବେ ବଂଶଲ ଟ୍ରେଡର୍ସର ମାଲିକ ବିଜୟ ବଂଶଲ ସହଯୋଗ କରିଥିବାବେଳେ ଟେଣ୍ଟ ବ୍ୟବସ୍ଥା ଦାସ ଟେଣ୍ଟ ହାଉସର ରଞ୍ଜୟ ଦାସ ପରିଚାଳନା କରିଥିଲେ । OK Crik YouTube Channel ପକ୍ଷରୁ ସମସ୍ତ ମ୍ୟାଚର ସିଧା ପ୍ରସାରଣ (Live Streaming) କରାଯାଇଥିଲା । ମଣ୍ଟୁ ବାରିକ ଓ ଶ୍ରୀତମ ସା ଭିଡିଓଗ୍ରାଫି ଦାୟିତ୍ୱ ନେଇଥିବାବେଳେ ବୀରେନ୍ଦ୍ର ମେହେର ଓ ଘେନୁ ବନ୍ଦୀଛୋର ପିଚ୍ ପ୍ରସ୍ତୁତିର ଦାୟିତ୍ୱ ସଫଳତାର ସହ ସମ୍ପାଦନ କରିଥିଲେ । କୃଷ୍ଣ ସା, ରୋଶନ ଓ ଦୁଷ୍ମନ୍ତ ଚିନ୍ଦା ଭୋଜନ ବ୍ୟବସ୍ଥା କୁ ସୁଚାରୁରୂପେ ବ୍ୟବସ୍ତା କରିଥିଲେ ।
ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ କୈଳାସ ମେହେର, ଧନଞ୍ଜୟ ସା, ସୁଶାନ୍ତ ମେହେର, ହେମ ସାଗର ମେହେର, ରାକେଶ ଗହୀର, ରାହୁଲ ଗହୀର, ଭାଗ୍ୟବାନ ସୋନି, ବିନୁ ମାଝୀ, ରିଙ୍କୁ ରାଜପୁତ, ସୁମନ ମେହେର, ସମୀର ସାହୁ, ସୁରେଶ ସହିସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଖେଳାଳିମାନେ ଉଲ୍ଲେଖନୀୟ ସହଯୋଗ କରିଥିଲେ ।
ସମାପନୀ ଉତ୍ସବରେ ହୃଦାନନ୍ଦ ମେହେର, ଭରତ ବାଗ, ସିନାପାଲି ବ୍ଲକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀ, ପୂର୍ବତନ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ପ୍ରଦ୍ୟୁମ୍ନ ସିଂ ଚିନ୍ଦା, ପୂର୍ବତନ UYC ସଭାପତି ସୂରଜ ମେହେର, ଶିକ୍ଷକ ରଜନୀକାନ୍ତ ମାଝୀ, PM Sri High Schoolର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର, ମୁଖ୍ୟ ପ୍ରଯୋଜକ ବିଜୟ ବଂଶଲ, ସମିତି ୟୁନିଅନ ସଭାପତି ମନୀଷ ପଟେଲ, ପୀୟୂଷ ପଟେଲ, ରାଇଜିଂ ସନ୍ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ରାଜେଶ ଅଗ୍ରୱାଲ, ସାମ୍ବାଦିକ ଜଗନ୍ନାଥ ସାଗର, ଝସକେତନ ରଣା ଓ ସମାଜସେବୀ ବୁଦ୍ଧଦେବ ରାଜୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
ଫାଇନାଲ ମ୍ୟାଚରେ କରଙ୍ଗମାଳ ଦଳ ବିଜୟୀ ହୋଇ ଚାମ୍ପିଅନ ଟ୍ରଫି ସହ ୧୫ ହଜାର ଟଙ୍କାର ନଗଦ ପୁରସ୍କାର ହାସଲ କରିଥିଲା । ଏହି ଟ୍ରଫି SSKP ଓ ରେଡିଓ ସ୍ୱର ସଙ୍ଗମ 90.8 FM ପକ୍ଷରୁ ତ୍ରୀନାଥ ମେହେରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାଶିବାହାଲ ଦଳ ରନର୍ସଅପ୍ ହୋଇ ଟ୍ରଫି ସହ ୧୦ ହଜାର ଟଙ୍କାର ନଗଦ ପୁରସ୍କାର ପାଇଥିଲାc। ଏହି ଟ୍ରଫି ପୂର୍ବତନ UYC ସଭାପତି ସୂରଜ ମେହେରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା ।
ବ୍ୟକ୍ତିଗତ ପୁରସ୍କାର ବିଭାଗରେ କରଙ୍ଗମାଳର ସନ୍ତୋଷ “ମ୍ୟାନ୍ ଅଫ୍ ଦି ସିରିଜ୍” ଓ ଫାଇନାଲ ମ୍ୟାଚର “ମ୍ୟାନ୍ ଅଫ୍ ଦି ମ୍ୟାଚ୍” ପୁରସ୍କାର ଜିତିଥିଲେ । ମ୍ୟାନ୍ ଅଫ୍ ଦି ସିରିଜ୍ ଟ୍ରଫି ଆନନ୍ଦ ଭବନର ମାଲିକ କିଶୋର ମେହେର ପ୍ରଦାନ କରିଥିବାବେଳେ ଫାଇନାଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ରିୟାଜ ଭାଇ ସୁମ୍ରା ପ୍ରଦାନ କରିଥିଲେ ।
କରଲାପଡ଼ାର ରାହୁଲ “ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ” ଏବଂ କରଙ୍ଗମାଳର ସନ୍ତୋଷ “ଶ୍ରେଷ୍ଠ ବୋଲର” ପୁରସ୍କାର ପାଇଥିଲେ । ଶ୍ରେଷ୍ଠ ବୋଲର ଟ୍ରଫି ମହେନ୍ଦ୍ର ବେହେରା ପ୍ରଦାନ କରିଥିଲେ । ଧନେଶ୍ୱର କାଣ୍ଡ ଶ୍ରେଷ୍ଠ ଅଫଲାଇନ ସ୍କୋରର ଭାବେ ସମ୍ମାନିତ ହୋଇଥିବାବେଳେ ଏହି ଟ୍ରଫି ନରେଶ କୁମାର ମେହେର ପ୍ରଦାନ କରିଥିଲେ । ନରେନ୍ଦ୍ର କୁମାର ନାଏକ ଶ୍ରେଷ୍ଠ ଭାଷ୍ୟକାର ଭାବେ ସମ୍ମାନିତ ହୋଇଥିଲେ ଏବଂ ଏହି ଟ୍ରଫି ହ୍ୟାପି ଅଗ୍ରୱାଲ ପ୍ରଦାନ କରିଥିଲେ ।
ସୌରୀ ରଞ୍ଜନ ସାହୁ, ବିନୟ ସାହୁ, ନରେନ୍ଦ୍ର ନାଏକ ଓ ତେଜରାଜ ଠାକୁରଙ୍କ ଚମତ୍କାର ଧାରାବିବରଣୀ ଓ ହାସ୍ୟରସାତ୍ମକ ଉପସ୍ଥାପନା ଦର୍ଶକମାନଙ୍କୁ ବେଶ ଆକର୍ଷିତ କରିଥିଲା । ଶେଷରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଆୟୋଜକ କମିଟିକୁ ଅଭିନନ୍ଦନ ଜଣାଇଥିଲେ ।
ସୁଚାରୁ ପରିଚାଳନା, ବ୍ୟାପକ ଜନସମାଗମ ଏବଂ ଉଚ୍ଚକୋଟୀର କ୍ରିକେଟ୍ ପ୍ରଦର୍ଶନ ଯୋଗୁଁ ସିନାପାଲି କ୍ରିକେଟ୍ କପ୍-୨୦୨୬ ଅଞ୍ଚଳର ଏକ ସ୍ମରଣୀୟ କ୍ରୀଡ଼ା ମହୋତ୍ସବ ଭାବେ ପରିଗଣିତ ହୋଇଛି ।

