ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କାମାକ୍ଷାନଗର ରେ କଂଗ୍ରେସ ପକ୍ଷରୁ ଛାତ୍ରୋ କି ଗୁଂଜ କାର୍ଯ୍ୟକ୍ରମ ଅନୁଷ୍ଠିତ 

କାମାକ୍ଷାନଗର ରେ କଂଗ୍ରେସ ପକ୍ଷରୁ ଛାତ୍ରୋ କି ଗୁଂଜ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ସାରଙ୍ଗଧର ଷ୍ଟାଡିୟମ ପରିସରରେ ଥିବା ଅଡିଟରି୍ୟମ ହଲ ରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଛାତ୍ରୋ କି ଗୁଂଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ସଭାପତି ଛବିରାଜ ବିଶ୍ୱାଳ ଯୋଗଦେଇ କେନ୍ଦ୍ରର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପରେ ବିଷୋଦ୍ଗାର କରି ଏନଆଇଟି, ସିବି୍ଏସସି ପରୀକ୍ଷା ପେପର ଲିକ ଘଟଣାରେ ସଂପୃକ୍ତ ଥିବା ର ଦର୍ଶାଇ ଛାତ୍ର ସମାଜ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ l ଏଥିରେ ଜିଲ୍ଲା କମିଟି ସହିତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିବା ବେଳେ ଦଳୀୟ କର୍ମୀଙ୍କ ଅନୁପସ୍ଥିତି ରହିଥିବାର ଅନୁଭୂତ ହୋଇଥିବା ବେଳେ ନିମନ୍ତ୍ରିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସକାଶେ ବସିବାକୁ କୌଣସି ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା l କାମାକ୍ଷାନଗର ଠାରେ ଜିଲ୍ଲା କମିଟି ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମ ରେ ଆଶାନୁରୂପ କର୍ମୀଙ୍କ ସମେତ ଛାତ୍ର ନଥିବାରୁ କାର୍ଯ୍ୟକ୍ରମ ପରିଚାଳନା ପ୍ରତି ଆଙ୍ଗୁଳି ନିର୍ଦେଶ ହେଉଥିବାର ଚର୍ଚ୍ଚାର ବିଷୟ ହୋଇଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ

Sunil Chandra Nayak

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

masiha

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

masiha

Leave a Comment

error: Content is protected !!